ବୁଝ କି ନବୁଝ ପଢ଼ ଗୀତା, ଏଥିରୁ ମିଳିଥାଏ ଏହି ସବୁ ଲାଭ

ଭଗବତ ଗୀତାରେ ୧୮ ଅଧ୍ୟାୟ ଓ ୭୦୦ ଟି ଶ୍ଲୋକ ରହିଛି। ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ନିଜ ମିତ୍ର ଅର୍ଜୁନଙ୍କୁ କହିଥିବା ବାଣୀ ଗୀତା ମାର୍ଗଦର୍ଶକ ରୂପେ କାର୍ଯ୍ୟ କରିଥାଏ। ଗୀତା ବିଭିନ୍ନ ଉପାୟରେ ମହାନ ଶିକ୍ଷା ଓ ଦାର୍ଶନିକ ତତ୍ତ୍ୱ ଆମ ଆଗରେ ଉପସ୍ଥାପିତ କରିଥାଏ। ଏହା ଆମକୁ ଶିଖାଇଥାଏ ସମାଜରେ ରହି କିପରି ଆଧ୍ୟାତ୍ମିକ ବୋଧକୁ ଜୀବନର ମାନଦଣ୍ଡ କରାଯାଇପାରିବ। ଭଗବତ ଗୀତା ପାଠ କଲେ ପୁଣ୍ୟ ଲାଭ ହେବା ସହ ଅନେକ […]

Shrimad-Bhagwat-Geeta-In-Hindi

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 01:46 PM IST

ଭଗବତ ଗୀତାରେ ୧୮ ଅଧ୍ୟାୟ ଓ ୭୦୦ ଟି ଶ୍ଲୋକ ରହିଛି। ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ନିଜ ମିତ୍ର ଅର୍ଜୁନଙ୍କୁ କହିଥିବା ବାଣୀ ଗୀତା ମାର୍ଗଦର୍ଶକ ରୂପେ କାର୍ଯ୍ୟ କରିଥାଏ। ଗୀତା ବିଭିନ୍ନ ଉପାୟରେ ମହାନ ଶିକ୍ଷା ଓ ଦାର୍ଶନିକ ତତ୍ତ୍ୱ ଆମ ଆଗରେ ଉପସ୍ଥାପିତ କରିଥାଏ। ଏହା ଆମକୁ ଶିଖାଇଥାଏ ସମାଜରେ ରହି କିପରି ଆଧ୍ୟାତ୍ମିକ ବୋଧକୁ ଜୀବନର ମାନଦଣ୍ଡ କରାଯାଇପାରିବ।
ଭଗବତ ଗୀତା ପାଠ କଲେ ପୁଣ୍ୟ ଲାଭ ହେବା ସହ ଅନେକ ଫାଇଦା ମିଳେ। ଗୀତାର କିଛି ଅଧ୍ୟାୟ ଜୀବନରେ ଆସୁଥିବା ବିପଦ ପରିସ୍ଥିତିରୁ ଲଢିବାର ସାହାସ ଦେଇଥାଏ। ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ କରୁଥିଲେ ଓ ଗ୍ରହ ଜନିତ କଷ୍ଟ ପାଉଥିଲେ ଏହାର ସମାଧାନ ଗୀତାରେ ରହିଛି। ତେବେ ଆସନ୍ତୁ ଜାଣିବା ଭଗବତ ଗୀତା ପାଠ କରିବା ଦ୍ୱାରା କଣ ଫାଇଦା ମିଳିଥାଏ।

- ଭଗବତ ଗୀତା ପାଠ କଲେ ଶନି ଦୋଷ ଦୂର ହୁଏ।
- କୁଣ୍ଡଳୀରେ ଶନି ଦୋଷ ଥିଲେ ଗୀତାର ପ୍ରଥମ ଅଧ୍ୟାୟ ପାଠ କରନ୍ତୁ।
- କୁଣ୍ଡଳୀରେ ଗୁରୁ ଦୃଷ୍ଟି ଶନି ଉପରେ ଥିଲେ ଦ୍ୱିତୀୟ ଅଧ୍ୟାୟ ପାଠ ଫଳପ୍ରଦ ହୋଇଥାଏ।
- କୁଣ୍ଡଳୀର ଦଶମ ଘରେ ଶନି,ମଙ୍ଗଳ ଓ ଗୁରୁ ଏକାଠି ଥିଲେ ଗୀତାର ଚତୁର୍ଥ ଅଧ୍ୟାୟ ପାଠ କଲେ ଗ୍ରହଜନିତ ଦୋଷ ଦୂର ହୁଏ।
- ଗୀତାର ପଞ୍ଚମ ଅଧ୍ୟାୟ ପାଠ କଲେ ଦୁଃଖ ଦୁର ହୋଇଥାଏ।
- ଷଷ୍ଠ ଅଧ୍ୟାୟ ଗୁରୁ ଓ ଶନି ପ୍ରଭାବରୁ ମିଳୁଥିବା କଷ୍ଟ ଦୂର କରିଥାଏ।
- ମୋକ୍ଷ ପ୍ରାପ୍ତିର କାମନା ରଖୁଥିବା ବ୍ୟକ୍ତି ସପ୍ତମ ଅଧ୍ୟାୟ ପାଠ କରନ୍ତୁ।
- କୁଣ୍ଡଳୀରେ ଚନ୍ଦ୍ରଦୋଷରୁ ରକ୍ଷା ପାଇବା ପାଇଁ ଗୀତାର ଅଷ୍ଟମ ଅଧ୍ୟାୟ ପାଠ କରନ୍ତୁ।
- ଗୀତାର ନବମ ଅଧ୍ୟାୟ ପାଠ କଲେ ଶତ୍ରୁପୀଡା ଦୂର ହୁଏ।
- ଦଶମ ଓ ଏକାଦଶ ଅଧ୍ୟାୟ ପାଠ ଓ କର୍ମର ପ୍ରାଧ୍ୟାନତା କୁ ବୁଝାଏ।
- କୁଣ୍ଡଳୀରେ ଥିବା ପଞ୍ଚମ ଓ ନବମ ଗ୍ରହ ଅଶୁଭ ଥିଲେ ଦ୍ୱାଦଶ ଅଧ୍ୟାୟ ପାଠ କରିବା ଭଲ।
- ଚନ୍ଦ୍ର ଦୋଷ ଦୂର କରିବାକୁ ଚାହୁଁଥିବା ଲୋକେ ଗୀତାର ତ୍ରୟାଦଶ ଅଧ୍ୟାୟ ଲାଭ କରିବା ଭଲ।
- କୁଣ୍ଡଳୀର ଅଷ୍ଟମ ଭାଗରେ ଥିବା ଉଚ୍ଚ ଗ୍ରହରୁ ଲାଭ ପାଇବାକୁ ଚର୍ତ୍ତୁଦଶ ଅଧ୍ୟାୟ ପାଠ କରନ୍ତୁ।
- ମନ ଅଶାନ୍ତ ରହୁଥିଲେ ପଞ୍ଚଦଶ ଅଧ୍ୟାୟ ପାଠ କରନ୍ତୁ।
- କୁଣ୍ଡଳୀରେ ମଙ୍ଗଳ ଓ ସୂର୍ଯ୍ୟ ଖରାପ ସ୍ଥିତିରେ ଥିଲେ ଷୋଡଷ ଅଧ୍ୟାୟ ପାଠ ଲାଭ ହୋଇଥାଏ।

Related story