ପ୍ରପାତ ସୁନ୍ଦରୀ ପ୍ରଧାନପାଟ

ଓଡ଼ିଶାର ଦେବଗଡ଼ ଜିଲ୍ଲାର ଐତିହ୍ୟ ଖୁବ୍‌ ପୁରୁଣା। ପୁରାତନ ବାମଣ୍ଡା ରାଜ୍ୟର ରାଜଧାନୀ ଭାବେ ପରିଚିତ ଦେବଗଡ଼ର କଳା, ସଂସ୍କୃତି, ଶିକ୍ଷା ଓ ପର୍ଯ୍ୟଟନ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ। ନିଜ ପାଇଁ ଏତେ ପରିଚିତ ସୃଷ୍ଟି କରିପାରିଥିବା ଦେବଗଡ଼ ଜିଲ୍ଲା ପର୍ଯ୍ୟଟକଙ୍କ ସ୍ୱୀକୃତି ମଧ୍ୟ ପାଇ ସାରିଛି। ଆଉ ଏଠାକାର ପୂର୍ବତନ ରାଜା ବାସୁଦେବ ସୁଢ଼ଳ ଦେବ କେବଳ ବାମଣ୍ଡା ପାଇଁ ନୁହେଁ ସାରା ଓଡ଼ିଶାରେ ବେଶ୍‌ ପରିଚିତ। ତାଙ୍କ ରାଜତ୍ୱ କାଳକୁ […]

PRADHANPATdeograh

PRADHANPATdeograh

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 12:35 PM IST

Sports

Latest News

[caption id="attachment_183121" align="alignleft" width="139"]susil ଡକ୍ଟର ସୁଶୀଳ କୁମାର ବାଗ୍‌[/caption]

ଡ଼ିଶାର ଦେବଗଡ଼ ଜିଲ୍ଲାର ଐତିହ୍ୟ ଖୁବ୍‌ ପୁରୁଣା। ପୁରାତନ ବାମଣ୍ଡା ରାଜ୍ୟର ରାଜଧାନୀ ଭାବେ ପରିଚିତ ଦେବଗଡ଼ର କଳା, ସଂସ୍କୃତି, ଶିକ୍ଷା ଓ ପର୍ଯ୍ୟଟନ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ। ନିଜ ପାଇଁ ଏତେ ପରିଚିତ ସୃଷ୍ଟି କରିପାରିଥିବା ଦେବଗଡ଼ ଜିଲ୍ଲା ପର୍ଯ୍ୟଟକଙ୍କ ସ୍ୱୀକୃତି ମଧ୍ୟ ପାଇ ସାରିଛି। ଆଉ ଏଠାକାର ପୂର୍ବତନ ରାଜା ବାସୁଦେବ ସୁଢ଼ଳ ଦେବ କେବଳ ବାମଣ୍ଡା ପାଇଁ ନୁହେଁ ସାରା ଓଡ଼ିଶାରେ ବେଶ୍‌ ପରିଚିତ। ତାଙ୍କ ରାଜତ୍ୱ କାଳକୁ ବାମଣ୍ଡା ରାଜ୍ୟର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ଓଡ଼ିଶାରେ ଶିକ୍ଷାର ଉନ୍ନତି ପାଇଁ ସୁଢ଼ଳ ଦେବଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ତେବେ ପ୍ରକୃତିର କୋଳରେ ଥିବା ଏଇ ଜିଲ୍ଲା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଏଠାର ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ହେଲା-ସଚ୍ଚିଦାନନ୍ଦ ପାଠାଗାର, ରାଜ ପ୍ରସାଦ, ଗୋପୀନାଥ ମନ୍ଦିର, ଗୋକଣ୍ଣେର୍ଶ୍ୱର ମନ୍ଦିର, ଦେଓଝର, କୈଳାସ, କୁରୋଡ୍‌କୋଟ୍‌ ଓ ପ୍ରଧାନପାଟ ଜଳପ୍ରପାତ। ତେବେ ଏସବୁ ସ୍ଥାନ ମଧ୍ୟରୁ ପ୍ରଧାନପାଟ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି।

PRADHANPAT (4)ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅନେକ ଜଳପ୍ରପାତ ରହିଛି। ସେଗୁଡ଼ିକର ଅପୂର୍ବ ତଥା ଅପରୂପ ପ୍ରାକୃତିକ ଶୋଭା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଦେବଗଡ଼ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଢ଼ାଏ କେତୋଟି ସୁନ୍ଦର ଜଳପ୍ରପାତ। ସେଗୁଡ଼ିକ ହେଉଛି କୁରୋଡ୍‌କୋଟ୍‌, ଦେଓଧର, କୈଳାସ ଓ ପ୍ରଧାନପାଟ। ତେଣୁ ଦେବଗଡ଼କୁ ପ୍ରପାତ ନଗରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ପ୍ରଧାନପାଟର ସୌନ୍ଦର୍ଯ୍ୟ ସମସ୍ତଙ୍କଠାରୁ ନିଆରା। ଏଠାକୁ ଥରେ ଗଲେ ବାରମ୍ୱାର ଯିବାକୁ ଇଚ୍ଛା ହେବ। ଆଉ ପ୍ରତି ଥର ନୂଆ ଅନୁଭବ ଓ ରୋମାଞ୍ଚ ମନକୁ ତାଜା କରିଦିଏ। ଏହାର ଘଞ୍ଚ ଜଙ୍ଗଲର ଶୋଭାରେ ପର୍ଯ୍ୟଟକଟିଏ ବିମୋହିତ ହେବା ସ୍ୱାଭାବିକ କଥା କହିଲେ ଚଳେ। ଏହା ସାଙ୍ଗକୁ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ପରିବେଶକୁ ଭାବମୟ କରିଦିଏ। ପ୍ରଧାନପାଟର ପ୍ରାକୃତିକ ଶୋଭା ଓ କୁଳୁକୁଳୁ ବହିଯାଉଥିବା ଚିରସ୍ରୋତା ଝରଣା ପର୍ଯ୍ୟଟକଙ୍କୁ ସଦାବେଳେ ସ୍ୱାଗତ କରିବାକୁ ଚାହିଁ ବସିଥାଏ। ପିକ୍‌ନିକ୍‌ ଋତୁରେ ଏଠି ପାଦ ପକାଇବାକୁ ଜାଗା ମିଳେ ନାହିଁ। ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଭିଡ଼ ଜମାନ୍ତି ପ୍ରଧାନପାଟରେ। ଶାନ୍ତିରେ କିଛି ସମୟ ପ୍ରକୃତି କୋଳରେ ନିଜକୁ ହଜାଇ ଦେବାର ଅବସର ରହିଛି ପ୍ରଧାନପାଟରେ। ସୌନ୍ଦର୍ଯ୍ୟମୟୀ ପ୍ରଧାନପାଟର ଚାରିପଟେ ରହିଛି ସବୁଜ ବୃକ୍ଷ ପରିପୂର୍ଣ୍ଣ ପାହାଡ଼ ଓ ଜଙ୍ଗଲ। ଏହି ସଂରକ୍ଷିତ ଜଙ୍ଗଲର ନାମ ପ୍ରଧାନପାଟ। ପ୍ରାୟ ୨୫ ମିଟର ଉଚ୍ଚତାରୁ ଲମ୍ଫ ଦେଇ ସୃଷ୍ଟି ହୋଇଛି ଜଳପ୍ରପାତଟିଏ। ସକାଳର ଖରା ଏହି ଧାର ଉପରେ ପଡ଼ିଲେ ସୁନେଲୀ କିରଣରେ ପରିବେଶ ଝଲସି ଉଠେ। ଏହି ଦୃଶ୍ୟ ଯେ କୌଣସି ପର୍ଯ୍ୟଟକ ହୃଦୟରେ ରୋମାଞ୍ଚ ସୃଷ୍ଟି କରେ। ଏଠାକୁ ପିକ୍‌ନିକ୍‌ ତଥା ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହାର ଶୀତଳ ଜଳରେ ଗାଧୋଇବା ମଜା ନିଆରା। ଜଳପ୍ରପାତକୁ ଏବେ ତାରବାଡ଼ ଦେଇ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ତେଣୁ ପ୍ରଧାନପାଟ ଦର୍ଶକଙ୍କ ହୃଦୟକୁ ଯେମିତି ଜିତିପାରେ ଠିକ୍‌ ସେମିତି ପର୍ଯ୍ୟଟକଙ୍କୁ ସୁରକ୍ଷା ମଧ୍ୟ ଯୋଗାଏ। ପ୍ରଧାନପାଟ ଜଳପ୍ରପାତରୁ ଦେବଗଡ଼ ସହରକୁ ଜଳ ଯୋଗାଣ କରାଯାଉଛି। ସେହିପରି ପ୍ରଧାନପାଟ ପର୍ବତମାଳାରୁ ବାହାରି ଥିବା କୁରୋଡ୍‌କୋଟ୍‌ ଜଳପ୍ରପାତରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ ଯୋଜନା ଆରମ୍ଭ ହୋଇଥିଲା ରାଜା ବାସୁଦେବ ସୁଢ଼ଳ ଦେବଙ୍କ ଦ୍ୱାରା। ଉଲ୍ଲେଖଯୋଗ୍ୟ ଯେ, ଏହା ଭାରତର ପ୍ରଥମ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ।

pp20ପ୍ରଧାନପାଟ ନିକଟରେ ରହିଛି ମା’ ପ୍ରଧାନୀଙ୍କ ମନ୍ଦିର। ଦେବଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ପ୍ରଧାନୀଙ୍କ ମନ୍ଦିରକୁ ପର୍ଯ୍ୟଟକମାନେ ଯାଇ ପାରିବେ। ତେବେ ପ୍ରପାତର ଉପର ଭାଗରେ ଥିବା ଏକ ଗୁମ୍ପାକୁ ନେଇ ନାନା କିମ୍ୱଦନ୍ତୀ ଶୁଣିବାକୁ ମିଳେ। ସେଠାରେ ଏକ ବାଘ ଓ ସାପର ମୂର୍ତ୍ତି ରହିଛି। ପର୍ଯ୍ୟଟକମାନେ ଏହି ଗୁମ୍ଫା ଦେଖି ନିଜ କୌତୂହଳ ମେଣ୍ଟାଇ ପାରିବେ।

ପ୍ରଧାନପାଟ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଆକର୍ଷଣ ହେଲା ଏଠାକାର ପ୍ରମୋଦ ଉଦ୍ୟାନ। ବସନ୍ତ ନିବାସ ପରିସରରେ ଥିବା ଲାସ୍ୟମୟୀ ମୂର୍ତ୍ତିଗୁଡ଼ିକ ସମସ୍ତଙ୍କ ମନ ମୋହି ନିଏ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକଗୁଡ଼ିଏ ମୂର୍ତ୍ତି ନଷ୍ଟ ହୋଇଗଲାଣି। ଖୁବ୍‌ ଜୀବନ୍ତ ଓ ଆକର୍ଷଣୀୟ ଏହି ମୂର୍ତ୍ତିଗୁଡ଼ିକ ତତ୍କାଳୀନ ରାଜାମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଏଠାକାର ମନୋରମ ଉଦ୍ୟାନ ମନରେ ଭରିଦିଏ ଶାନ୍ତି ଓ ପ୍ରଫୁଲ୍ଲତା। ବସନ୍ତ ଋତୁରେ ସେତେବେଳେ ରାଜାମାନେ ଖାସ୍‌ ଏଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରଧାନପାଟ ଚାଲି ଆସୁଥିଲେ। ବସନ୍ତ ନିବାସରେ ବର୍ତ୍ତମାନ ସେହି ସୌନ୍ଦର୍ଯ୍ୟମୟ ପରିବେଶ ନଷ୍ଟ ହୋଇଯାଇଛି ସତ, ତଥାପି ଏହି ପରିବେଶ ସୁନ୍ଦର ରଖିବାକୁ ଉଦ୍ୟମ ହେଉଛି।

murtiବସନ୍ତ ନିବାସରେ ଥିବା କେତୋଟି ଆକର୍ଷଣୀୟ ମୂର୍ତ୍ତି ଏବେ ବି ଦର୍ଶକଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ପାଲଟିଛି। ବସନ୍ତ ନିବାସ ଓ ଲଳିତ ବସନ୍ତରେ ରହି ପ୍ରଧାନପାଟର ରମଣୀୟ ପରିବେଶ ଉପଭୋଗ କରିହେବ। ପ୍ରଧାନପାଟ ବ୍ୟତୀତ ଦେବଗଡ଼ରେ ଦେଖିବା ପାଇଁ ଆହୁରି ଅନେକ ସ୍ଥାନ ରହିଛି। ସେଗୁଡ଼ିକ ବୁଲି ଦେଖିବା ପାଇଁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ିବ ନାହିଁ। ସ୍ୱଳ୍ପ ବଜେଟ୍‌ରେ ପ୍ରଧାନପାଟ ସହିତ ଦେବଗଡ଼ ଆଖପାଖର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିପାରିବେ।

pp4କେମିତି ଯିବେ: ସିଧାସଳଖ ପ୍ରଧାନପାଟକୁ ଯିବାକୁ ଚାହୁଁଥିଲେ ସଡ଼କ ପଥର ସୁବିଧା ରହିଛି। ପ୍ରତ୍ୟେକ ଦିନ ଏଠାକୁ ବସ୍‌ ଯିବାଆସିବା କରୁଛି। ଦେବଗଡ଼ଠାରୁ ଭୁବନେଶ୍ୱରର ଦୂରତା ପ୍ରାୟ ୨୫୦ କିଲୋମିଟର। ଭୁବନେଶ୍ୱରରୁ ଦେବଗଡ଼ ଯିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ରେଳପଥରେ ସମ୍ୱଲପୁର କିମ୍ୱା ରାଉରକେଲାରେ ପହଞ୍ଚି ପ୍ରଧାନପାଟ ଆସିପାରିବେ। ସେଠାରୁ ବସ୍‌ ଯୋଗେ ଦେବଗଡ଼ ଯାଇପାରିବେ। ବସ୍‌ ଯୋଗେ ଭୁବନେଶ୍ୱରରୁ ପର୍ଯ୍ୟଟକମାନେ ସିଧାସଳଖ ଦେବଗଡ଼ ଯାଇପାରିବେ।

ରହିବା ସୁବିଧା: ଦେବଗଡ଼ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ହୋଟେଲ, ଲଜ୍‌ ତଥା ପାନ୍ଥ ନିବାସର ସୁବିଧା ରହିଛି। ସେଠାରେ ଖାଇବା,ପିଇବାର ସୁବିଧା ରହିଛି। ଏଥିମଧ୍ୟରୁ ହୋଟେଲ୍‌ ମମତା, ହୋଟେଲ୍‌ ମୁନ୍‌ ଲାଇଟ୍‌, ଶକ୍ତି ଲଜ୍‌, ମାରୱାଡ଼ି ପଞ୍ଚାୟତ ଧର୍ମଶାଳା, ମ୍ୟୁନିସିପାଲଟି ଗେଷ୍ଟ ହାଉସ୍‌ ଅନ୍ୟତମ। ତେବେ ଅଧିକ ବିବରଣୀ ପାଇଁ ଝାରସୁଗୁଡ଼ା ରେଲେୱ ଷ୍ଟେସନ୍‌‍ରେ ଥିବା ଟୁରିଷ୍ଟ କାଉଣ୍ଟର, ସମ୍ୱଲପୁର ଷ୍ଟେସନରେ ଥିବା ଟୁରିଷ୍ଟ କାଉଣ୍ଟର କିମ୍ୱା ସମ୍ୱଲପୁରସ୍ଥିତ ଟୁରିଷ୍ଟ ଅଫିସ୍‌ ସହ ଯୋଗାଯୋଗ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story