ସଫଳତାର ୭ ମନ୍ତ୍ର, ମାନିଲେ ଆପଣଙ୍କୁ କେବେ କରିବନି ନିରାଶ

ଶାସ୍ତ୍ରରେ କର୍ମ, କାଳ, ଆତ୍ମା, ସ୍ୱାସ୍ଥ୍ୟ, ଧର୍ମ ଆଦି ମାନବଜୀବନ ସହ ଜଡ଼ିତ ଅନେକ ରହସ୍ୟ ରହିଛି । ଏହା ବଞ୍ଚିବା ପାଇଁ ଆଦର୍ଶର ମାର୍ଗ ସାଜିଥାଏ। ଜୀବନକୁ ସଫଳ ଓ ସରଳ କରିବା ପାଇଁ ଅନେକ ମନ୍ତ୍ର ଅଛି।  ଯେଉଁ ନିୟମକୁ ମାନି ଚଳିଲେ ଆପଣଙ୍କୁ କେବେ ହତାଶା ଓ ନିରାଶାବୋଧ ଅନୁଭବ ହେବନି। ତେବେ ଚାଲନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ ଯାହା ଆମ ଜୀବନକୁ ଶୁଖ, ଶାନ୍ତି ଓ ସମୃଦ୍ଧି କରିଥାଏ। ୧. […]

995090552

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 09:13 PM IST

ଶାସ୍ତ୍ରରେ କର୍ମ, କାଳ, ଆତ୍ମା, ସ୍ୱାସ୍ଥ୍ୟ, ଧର୍ମ ଆଦି ମାନବଜୀବନ ସହ ଜଡ଼ିତ ଅନେକ ରହସ୍ୟ ରହିଛି । ଏହା ବଞ୍ଚିବା ପାଇଁ ଆଦର୍ଶର ମାର୍ଗ ସାଜିଥାଏ। ଜୀବନକୁ ସଫଳ ଓ ସରଳ କରିବା ପାଇଁ ଅନେକ ମନ୍ତ୍ର ଅଛି।  ଯେଉଁ ନିୟମକୁ ମାନି ଚଳିଲେ ଆପଣଙ୍କୁ କେବେ ହତାଶା ଓ ନିରାଶାବୋଧ ଅନୁଭବ ହେବନି। ତେବେ ଚାଲନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ ଯାହା ଆମ ଜୀବନକୁ ଶୁଖ, ଶାନ୍ତି ଓ ସମୃଦ୍ଧି କରିଥାଏ।

୧. ଗୀତା: ଗୀତା ଏମିତି ଏକ ବେଦ ଯେଉଁଥିରେ ଜୀବନର ପ୍ରକୃତ ମୂଲ୍ୟବୋଧ ଲୁଚି ରହିଛି। ଭଗବାନ କୃଷ୍ଣ ଦେଖାଇଥିବା କର୍ମର ମାର୍ଗ ଅନୁସରଣ କଲେ ମନୁଷ୍ୟ ଏକ ଭିନ୍ନ ସଫଳତା ହାସଲ କରିପାରିବ। କୁହାଯାଏ ଗୀତା ଜୀବନର ସବୁ ସମସ୍ୟାକୁ ସମାଧାନ କରିଥାଏ। ସେଥିପାଇଁ ଜୀବନରେ ଯଦି ଆପଣ କେବେବି ବିଚଳିତ ହୋଇଯାଉଥାନ୍ତି କିମ୍ବା ସଙ୍କଟରେ ଥିବା ଅନୁଭବ କରନ୍ତି ତେବେ ଗୀତା ପାଠ କରନ୍ତୁ ସଠିକ୍‌ ମାର୍ଗ ମିଳିଯିବ।

୨. ଯୋଗ: ଯୋଗ ହେଉଛି ଆଧ୍ୟାତ୍ମି ଓ ସ୍ୱାସ୍ଥ୍ୟର ସମ୍ମିଶ୍ରଣ। ଏହା ଶରୀର, ମସ୍ତିଷ୍କ, ଆତ୍ମା ସହ ଯୋଡ଼ି ହୋଇଥାଏ। ଯୋଗ ମୂଖ୍ୟତଃ ବ୍ରହ୍ମ ଆୟୋଗ ଓ କର୍ମ ଆୟୋଗରେ ବିଭକ୍ତ ହୋଇଛି। ଆଧ୍ୟାତ୍ମିକ ଓ ଶାରୀରିକ ଲାଭ ପାଇଁ ‘ଯୋଗ ସୂତ୍ର’ ଅଧ୍ୟୟନର ଆବଶ୍ୟକତା ଅଛି।

୩.ଯଜ୍ଞ: ଯଦୁର୍ବେଦ ୫ପ୍ରକାର ଯଜ୍ଞର ବର୍ଣ୍ଣନା କରାଯାଇଛି। ବ୍ରହ୍ମଯଜ୍ଞ, ଦେବ ଯଜ୍ଞ, ପିତୃ ଯଜ୍ଞ, ବୈଶ୍ୟ ଦେବ ଓ ଅତିଥି ଯଜ୍ଞ। ଦେବ ଯଜ୍ଞକୁ ଅଗ୍ନିହୋତ୍ରୀ କର୍ଣ୍ଣ କୁହାଯାଏ। ଏହି ଯଜ୍ଞ କେଉଁ କର୍ମ କାଣ୍ଡ ନୁହେଁ ବରଂ ମନ ଓ ବାତାବରଣକୁ ଶୁଦ୍ଧ କରିବାର କାମ କରିଥାଏ।  ସେଥିପାଇଁ  ନିଜର ଓ ଘରର ସୁଦ୍ଧିପାଇଁ  ଏହି ଜ୍ଞାନ ଜାଣିବା ଆବଶ୍ୟକ।

୪.ମନ୍ତ୍ର ମାର୍ଗ: ମନ୍ତ୍ର ଏକ ସାଧନା ଯାହାର ସିଦ୍ଧିପାଇଁ ଆପଣଙ୍କୁ ନିଜ ମନ ଏହାର ଅଧିନ କରିବାକୁ ପଡ଼ିବ। ମନ୍ତ୍ର ୩ ପ୍ରକାରର ବୈଦିକ, ତାନ୍ତ୍ରିକ ଓ ଶାବର ମନ୍ତ୍ର। ମନ୍ତ୍ର ଜୀବନର ସବୁ ଚିନ୍ତା, ଦୁଃଖ, କଷ୍ଟ ଓ ଖରାପ ଶକ୍ତି ସହ ଲଢ଼ିବାକୁ ଶକ୍ତି ଦେଇଥାଏ।  ସେଥିପାଇଁ ଏହି ଜ୍ଞାନ ଆପଣଙ୍କୁ ସମୃଦ୍ଧି ଓ ଶକ୍ତିଶାଳୀ କରିଥାଏ।

୫.ବାସ୍ତୁଶାସ୍ତ୍ର: ଦୈନନ୍ଦିନ ଜୀବନରେ ବାସ୍ତୁଶାସ୍ତ୍ରର ଅଧିକ ଆବଶ୍ୟକତା ରହିଛି। ବାସ୍ତୁଶାସ୍ତ୍ର ବାସ୍ତବ ଜୀବନର ଗତିବିଦ୍ଧିକୁ ପ୍ରଭାବିତ କରିଥାଏ।

୬.ଜ୍ୟୋତିଷ: ଜ୍ୟୋତିଷଙ୍କୁ ବେଦର ନେତ୍ର କୁହାଯାଏ।  ଜ୍ୟୋତିଷ ଶାସ୍ତ୍ରରେ ଅନେକ ଅଙ୍ଗ ଅଛି। ଯେମିତି କି ସାମୁଦ୍ରିକ ଶାସ୍ତ୍ର, ହସ୍ତରେଖା ବିଜ୍ଞାନ, ଅଙ୍କ ଶାସ୍ତ୍ର, ଅଙ୍ଗୁଠା ଶାସ୍ତ୍ର, ତଡ଼ପତ୍ର ବିଜ୍ଞାନ, ନନ୍ଦୀନାଡ଼ି ଜ୍ୟୋତିଷ, ପଞ୍ଚପକ୍ଷୀ ସିଦ୍ଧାନ୍ତ, ନକ୍ଷେତ୍ର ଜ୍ୟୋତିଷ, ବୈଦିକ ଜ୍ୟୋତିଷ। ଜ୍ୟୋତିଷ ଜ୍ଞାନ ଦ୍ୱାରା  ନିଜର ଓ ଅନ୍ୟର ବ୍ୟକ୍ତିତ୍ୱକୁ  ବୁଝିବାରେ ସହାୟକ ହୋଇଥାଏ। ଏହା ସଫଳତାର ମାର୍ଗ ମଧ୍ୟ ଦେଖାଇଥାଏ।

୭.ଆର୍ୟୁବେଦ: ଏହା ଧ୍ୱନନ୍ତର ଷିଙ୍କ ଦ୍ୱାରା ଦିଆଯାଇଥିବା ବରଦାନ। ଯାହାକୁ ଜାଣିଲେ  ସବୁ ରୋଗରୁ ବଞ୍ଚିବାର ଉପାୟ ମିଳିଥାଏ। ଶାସ୍ତ୍ର ଅନୁସାରେ  ନିରୋଗ ଓ ଶୋକ ମୁକ୍ତ ରହିବାର ଏହା ମାର୍ଗ ଦେଖାଇଥାଏ।

Related story