କେଉଁ ବାରରେ ଦାଢ଼ି,ବାଳ ଓ ନଖ କାଟିଲେ ଶୁଭ, ଅଶୁଭ

ଦାଢ଼ି ଓ ଚୁଟି ବଢ଼ିଗଲେ ଆମେ ସେଲୁନ ଯାଇ କାଟି ଦିଅନ୍ତି। ସେଥିପାଇଁ ବାର ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନରେ ମହତ୍ତ୍ୱ ରହିଛି। ସବୁ ବାରକୁ କିଛି ଦେବୀଦେବତା ବାର ବୋଲି ଶାସ୍ତ୍ରରେ ମନାଯାଇଥାଏ। ବାର ଅନୁସାରେ ଦାଢ଼ି, ଚୁଟି ଓ ନଖ କାଟିବା ଉଚିତ। ଏହା ଦ୍ୱାରା ଆମକୁ ଶୁଭ ଓ ଅଶୁଭ ଫଳ ମିଳିଥାଏ।  ଆସନ୍ତୁ ଜାଣିବା କେଉଁ ଦିନରେ ଦାଢ଼ି, ବାଳ ଓ ନଖ କାଟିବା […]

cut

Rakesh Mallick
  • Published: Tuesday, 17 April 2018
  • , Updated: 17 April 2018, 06:51 PM IST

ଦାଢ଼ି ଓ ଚୁଟି ବଢ଼ିଗଲେ ଆମେ ସେଲୁନ ଯାଇ କାଟି ଦିଅନ୍ତି। ସେଥିପାଇଁ ବାର ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନରେ ମହତ୍ତ୍ୱ ରହିଛି। ସବୁ ବାରକୁ କିଛି ଦେବୀଦେବତା ବାର ବୋଲି ଶାସ୍ତ୍ରରେ ମନାଯାଇଥାଏ। ବାର ଅନୁସାରେ ଦାଢ଼ି, ଚୁଟି ଓ ନଖ କାଟିବା ଉଚିତ। ଏହା ଦ୍ୱାରା ଆମକୁ ଶୁଭ ଓ ଅଶୁଭ ଫଳ ମିଳିଥାଏ।  ଆସନ୍ତୁ ଜାଣିବା କେଉଁ ଦିନରେ ଦାଢ଼ି, ବାଳ ଓ ନଖ କାଟିବା ଉଚିତ୍ ।

ସୋମବାର- ଏହି ବାରଟି  ଚନ୍ଦ୍ରମାଙ୍କ ଦିନ। ଏହି ଦିନ ବାଳ ଓ  ନଖ କାଟିବା ଅଶୁଭ ହୋଇଥାଏ। ସୋମବାର ନଖ କାଟିଲେ ମାନସିକ ଅଶାନ୍ତି ରହିବା ସହ ଓ ସନ୍ତାନର ସ୍ୱାସ୍ଥ୍ୟ ଭଲ ରୁହେ ନାହିଁ। ଏହି ବାରରେ ନଖ କାଟି ଉଚିତ ନୁହେଁ।

ମଙ୍ଗଳବାର- ଏହି ବାରରେ ଦାଢ଼ି କାଟିବା ଅନୁଚିତ । ଏହି ଦିନରେ ଦାଢ଼ି ନିଶ କାଟିଲେ ଆୟୁସ କମିଯାଇଥାଏ। ଏହି କାରଣରୁ ସେଲୁନ୍‌ ଗୁଡ଼ିକ ମଙ୍ଗଳ ବାର ବନ୍ଦ ରହିଥାଏ।

ବୁଧବାର- ଏହି ବାରରେ ବାଳ, ନଖ ଓ ଦାଢ଼ି କାଟିବା ପାଇଁ କୁହାଯାଇଥାଏ। ଏହା ଶୁଭ ହୋଇଥାଏ।

ଗୁରୁବାର- ଶାସ୍ତ୍ର ଅନୁସାରେ ଏହି ବାରଟି ମାଆ ଲକ୍ଷ୍ମୀଙ୍କର। ଏହି ଦିନରେ  ବାଳ ଓ ନଖ କାଟିଲେ  ମାନ-ସମ୍ମାନ  ଓ ପ୍ରତିଷ୍ଠାର ହାନି ଘଟିଥାଏ। ମାଆ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି।

 ଶୁକ୍ରବାର- ଏହି ବାରଟି ଦେବୀମାନଙ୍କର। ଏହି ଦିନ ନଖ କାଟିବା ଶୁଭ ହୋଇଥାଏ।

 ଶନିବାର- ଏହି ଦିନକୁ ଶନି ଦେବଙ୍କ ବାର ବୋଲି ଶାସ୍ତ୍ର ମାନାଯାଇଥାଏ। ଏହି ଦିନରେ ବାଳ କାଟିବା ଅଶୁଭ ହୋଇଥାଏ। ଏହି ଦିନ ବାଳ କାଟିଲେ ଶୀଘ୍ର ମୃତ୍ୟୁ ହୋଇଥାଏ ଶାସ୍ତ୍ରରେ କୁହାଯାଇଛି।

ରବିବାର- ଏହି ବାର ସୂର୍ଯ୍ୟଙ୍କ ବାର। ଏହି ଦିନ ନଖ କାଟିବା ଉଚିତ ନୁହେଁ। ଏହି ଦିନ ବାଳ କାଟିବା ଶୁଭ ହୋଇଥାଏ।

 

Related story