ବଡ଼ ଉପକାରୀ ଚକୋଲେଟ୍‌, ଖାଇବା ଦ୍ୱାରା ମିଳିଥାଏ ଏସବୁ ଫାଇଦା

ଚକୋଲେଟ୍‌ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଅଧିକାଂଶ କ୍ଷେତ୍ରରେ ଚକୋଲେଟ୍‌ ଖାଇବା ଦ୍ୱାରା ଦାନ୍ତ ଓ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ବୋଲି ବହୁତ ଲୋକ ଭାବିଥାନ୍ତି। କିନ୍ତୁ ଏହା ସତ ନୁହେଁ। ଏଥିରେ କକୋ, କ୍ଷୀର ଓ ଚିନି ରହିଛି ଯାହା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଭଲ। ଚକୋଲେଟ ଖାଇବା ଦ୍ୱାର ରକ୍ତଚାପ  କମ୍‌  ରହିଥାଏ ଓ ହୃଦୟ ସୁସ୍ଥ ରୁହେ। ତେବେ ଆସନ୍ତୁ ଜାଣିବା ଚକୋଲେଟ୍‌ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ […]

Fun-facts-of-Dark-Chocolate-2 copy

Rakesh Mallick
  • Published: Friday, 09 February 2018
  • , Updated: 09 February 2018, 10:45 AM IST

ଚକୋଲେଟ୍‌ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଅଧିକାଂଶ କ୍ଷେତ୍ରରେ ଚକୋଲେଟ୍‌ ଖାଇବା ଦ୍ୱାରା ଦାନ୍ତ ଓ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ବୋଲି ବହୁତ ଲୋକ ଭାବିଥାନ୍ତି। କିନ୍ତୁ ଏହା ସତ ନୁହେଁ। ଏଥିରେ କକୋ, କ୍ଷୀର ଓ ଚିନି ରହିଛି ଯାହା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଭଲ। ଚକୋଲେଟ ଖାଇବା ଦ୍ୱାର ରକ୍ତଚାପ  କମ୍‌  ରହିଥାଏ ଓ ହୃଦୟ ସୁସ୍ଥ ରୁହେ। ତେବେ ଆସନ୍ତୁ ଜାଣିବା ଚକୋଲେଟ୍‌ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ।

୧. କୋକୋ ପାଉଡରରୁ  ପ୍ରସ୍ତୁତ ହେଉଥିବା ଚକୋଲେଟ୍‌ରେ ଆମିନୋ ଏସିଡ ରହିଛି। ଯାହା ଚିନ୍ତା ଦୂର କରିବାରେ ସହାୟକ ହୁଏ।

୨. ଡାର୍କ ଚକୋଲେଟ୍‌ ଖାଇବା ହୃଦୟ ସହ ମସ୍ତିଷ୍କ ପାଇଁ ମଧ୍ୟ  ଭଲହୋଇଥାଏ।  ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ମଧ୍ୟ କମିଯାଏ।

. ଚକୋଲେଟ୍‌ରେ ଥିବା  Flavonoids କ୍ୟାନସର କୋଷିକାକୁ ବଢିବାକୁ ଦେଇନଥାଏ।

. ଚକୋଲେଟ୍‌ରେ ଭିଟାମିନ ସି, alkaloid ଓ Flavonoids ରହିଛି ଯାହା କାଶ ଓ ଥଣ୍ଡା ସମସ୍ୟାରୁ ମୁକ୍ତି ଦିଏ।  ଏଥିରେ ଫ୍ୟାଟି ଏସିଡ୍‌ ପରି ଷ୍ଟେରିକିକ୍‌ ଏସିଡ୍‌ palmitic acid ଓ Oleic acid ରହିଛି। ଯାହା ଥଣ୍ଡା ଓ କାଶ ରୁ  ହେଉଥିବା ଗଳା ଦରଜରୁ ମୁକ୍ତି ଦିଏ।

. ଚକୋଲେଟ୍‌ରେ କ୍ୟାଲୋରିର ମାତ୍ରା ଅଧିକ ଥିବାରୁ ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ।

୬. ଗବେଷଣାରୁ ଜଣାପଡ଼ିଛି ଚକୋଲେଟ୍‌ ଖାଇବା ଦ୍ୱାରା ରକ୍ତଚାପ ସାମାନ୍ୟ ରହେ।

. European society of cardiology(ESC) ଦ୍ୱାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଚକୋଲେଟ୍‌ ଖାଇବା ଦ୍ୱାରା ହୃଦୟ ସହ ଜଡିତ ସମସ୍ୟା ଦୂର ହୋଇଥାଏ।

୮. ଚକୋଲେଟ୍‌ ଖାଇବା ଦ୍ୱାରା ମାଂସପେଶୀ ଶକ୍ତ ହୁଏ ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ।

 

 

 

 

Related story