ଆପଣଙ୍କୁ ଏହିସବୁ ରୋଗରୁ ମୁକ୍ତି ଦିଏ କଞ୍ଚା ଆମ୍ବ

ଖରା ଦିନକୁ ଆମ୍ବର ଋତୁ କୁହାଯାଏ। କାରଣ ଏହି ଦିନରେ ଆମ୍ବ ଅଧିକ ଫଳିଥାଏ। ଖରାଦିନରେ କଞ୍ଚା ଆମ୍ବ ଖାଇବା ଆମ ଶରୀର ପାଇଁ ହିତକର ହୋଇଥାଏ ବୋଲି ସର୍ଭେରୁ ଜଣାପଡ଼ିଛି। ଏହି ଗ୍ରୀଷ୍ମଦିନେ କେତେକ ଲୋକଙ୍କ  ତ୍ୱଚା ଲାଲ ହୋଇଯାଏ। କଞ୍ଚା ଆମ୍ବ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। କଞ୍ଚା ଆମ୍ବରେ ଭିଟାମିନ ସି’ ମିଳିଥାଏ। ଯାହା  ୫୩ଟି ସେଓ,୧୮ଟି କଦଳୀ , ୩ଟି କାଗଜି ଲେମ୍ବୁ ଓ ୩ଟି କମଳା ଲେମ୍ବୁର […]

raw-mango

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 05:51 PM IST

ଖରା ଦିନକୁ ଆମ୍ବର ଋତୁ କୁହାଯାଏ। କାରଣ ଏହି ଦିନରେ ଆମ୍ବ ଅଧିକ ଫଳିଥାଏ। ଖରାଦିନରେ କଞ୍ଚା ଆମ୍ବ ଖାଇବା ଆମ ଶରୀର ପାଇଁ ହିତକର ହୋଇଥାଏ ବୋଲି ସର୍ଭେରୁ ଜଣାପଡ଼ିଛି। ଏହି ଗ୍ରୀଷ୍ମଦିନେ କେତେକ ଲୋକଙ୍କ  ତ୍ୱଚା ଲାଲ ହୋଇଯାଏ। କଞ୍ଚା ଆମ୍ବ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। କଞ୍ଚା ଆମ୍ବରେ ଭିଟାମିନ ସି’ ମିଳିଥାଏ। ଯାହା  ୫୩ଟି ସେଓ,୧୮ଟି କଦଳୀ , ୩ଟି କାଗଜି ଲେମ୍ବୁ ଓ ୩ଟି କମଳା ଲେମ୍ବୁର ଭିଟାମିନ୍ ସଙ୍ଗେ ସମାନ ହୋଇଥାଏ। ଆୟୁର୍ବେଦିକ ଡାକ୍ତର ଜି.ସି. ଭଟ୍ଟଙ୍କ କହିବା ଅନୁସାରେ କଞ୍ଚାଆମ୍ବରେ ଅଧିକ ପୋଷକ ତତ୍ତ୍ୱ ରହିଥାଏ। ଏହାକୁ ଖାଇଲେ ରୋଗ ଦାଉରୁ ଆମକୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା କଞ୍ଚା ଆମ୍ବ ଖାଇଲେ କ’ଣ ଫାଇଦା ମିଳିଥାଏ।

୧- ଖରାଦିନରେ  କଞ୍ଚା ଆମ୍ବକୁ  ଲୁଣ ଲଗାଇ ଖାଇଲେ  ଆମ ଶରୀର ଜଳୀୟ ଅଂଶର ମାତ୍ରା ଠିକ୍‌ ରହିଥାଏ।

୨- କଞ୍ଚା ଆମ୍ବରୁ ଭିଟାମିନ୍ ସି’ ଅଧିକ ମିଳିଥାଏ। ଏହାକୁ ଖାଇଲେ ରକ୍ତରେ ଥିବା ଦୂଷିତ ପଦାର୍ଥକୁ ନଷ୍ଟ କରିଦେଇଥାଏ। ଏହାସହ ରକ୍ତ ଜିନିତ ରୋଗରୁ ରକ୍ଷା କରିଥାଏ।

 ୩- କଞ୍ଚା ଆମ୍ବ ଖାଇବା ଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ।

୪- କଞ୍ଚା ଆମ୍ବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କୌଣସି ରୋଗ ହେଲେ ଲଢ଼ିବାକୁ ଶକ୍ତି ଦେଇଥାଏ।

୫- କଞ୍ଚା ଆମ୍ବ ଖାଇଲେ  ଯକୃତ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଆମ ଲିଭରକୁ  ଠିକ୍‌ କରିବାର ପ୍ରାକୃତିକ ଉପାୟ । କଞ୍ଚା ଆମ୍ବ ଖାଇବା ଦ୍ୱାରା ସଂକ୍ରମଣ ରୋଗରୁ ରକ୍ଷା କରିଥାଏ।

୬-  କଞ୍ଚା ଆମ୍ବରୁ ଫାଇବର ମିଳିଥାଏ। ଏହାକୁ ଆମ ଶରୀର ଓଜନ  ହ୍ରାସ କରିବାରେ  ସାହାଯ୍ୟ କରିଥାଏ।

 

Related story