ସ୍ୱାମୀ-ସ୍ତ୍ରୀ ଝଗଡ଼ା ଲାଗୁଥିଲେ, ଏମିତି ଦୂର ହେବ ସମସ୍ୟା

ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଏକ ମାମୁଲି କଥା। ବେଳେବେଳେ କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ମତଭେଦ ଓ ଝଗଡ଼ା ଲାଗି ରହେ। ଯାହାଫଳରେ ପରିବାରରେ ସୁଖ ଶାନ୍ତି ଦୂର ହୋଇଯାଏ। ଛୋଟ ଛୋଟ କଥା ଏତେ ବଢିଯାଏ ଯେ ଏହା ଗମ୍ଭୀର ରୂପ ନିଏ।ତେବେ ଆସନ୍ତୁ ଜାଣିବା ଘରେ ବାରମ୍ୱାର କଳହ ଲାଗିରହିବା ସମସ୍ୟାର ସମାଧାନ କରିବେ କିପରି। ମା ପାର୍ବତୀଙ୍କ ପୂଜା କରନ୍ତୁ। ଶାସ୍ତ୍ର ଅନୁସାରେ ମା ପାର୍ବତୀଙ୍କ ପୂଜା କରିବା ଦ୍ୱାରା […]

article_13956735483

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 11:03 AM IST

ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଏକ ମାମୁଲି କଥା। ବେଳେବେଳେ କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ମତଭେଦ ଓ ଝଗଡ଼ା ଲାଗି ରହେ। ଯାହାଫଳରେ ପରିବାରରେ ସୁଖ ଶାନ୍ତି ଦୂର ହୋଇଯାଏ। ଛୋଟ ଛୋଟ କଥା ଏତେ ବଢିଯାଏ ଯେ ଏହା ଗମ୍ଭୀର ରୂପ ନିଏ।ତେବେ ଆସନ୍ତୁ ଜାଣିବା ଘରେ ବାରମ୍ୱାର କଳହ ଲାଗିରହିବା ସମସ୍ୟାର ସମାଧାନ କରିବେ କିପରି।

ମା ପାର୍ବତୀଙ୍କ ପୂଜା କରନ୍ତୁ। ଶାସ୍ତ୍ର ଅନୁସାରେ ମା ପାର୍ବତୀଙ୍କ ପୂଜା କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ। ଏହା ସହ ଦାମ୍ପତ୍ୟ ଜୀବନରେ ଦେଖାଯାଉଥିବା ସମସ୍ୟା ପାଇଁ ମା ପାର୍ବତୀଙ୍କ ପୂଜା ସର୍ବଶ୍ରେଷ୍ଠ ଅଟେ।

ସୋମବାର ସକାଳେ ଗାଧୋଇବା ପରେ ସଫା ଲୁଗା ପିନ୍ଧି ଶିବ ମନ୍ଦିର ଯାଆନ୍ତୁ। ମନ୍ଦିରରେ ଭଗବାନ ଶିବଙ୍କ ସହ ପାର୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ପୂଜା କରନ୍ତୁ।  ମା ପାର୍ବତୀଙ୍କୁ ସିନ୍ଦୁର, ଚୂଡି ଚଢାନ୍ତୁ। ଲଗାତାର ଭାବେ ୪୧ ଦିନ ଯାଏଁ ମା'ଙ୍କ ପାଖରେ  ସିନ୍ଦୂର ଚଢାନ୍ତୁ। ଏବଂ ଏହି ଲାଗି ସିନ୍ଦୁରକୁ ନିୟମିତ ଭାବେ ମଥାରେ ଲଗାନ୍ତୁ। ଏପରି କରିବା ଦ୍ୱାରା କଳହ କମ୍ ହେବା ସହ ଘରେ ସୁଖ ଶାନ୍ତି ବୃଦ୍ଧି ହେବ।

Related story