କଳାଦାଗ ଦୂର କରିବାର ଘରୋଇ ଉପଚାର
- Published: Saturday, 06 January 2018
- , Updated: 06 January 2018, 04:58 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଝିଅ ହେଉ ଅବା ପୁଅ, ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା ହେଉଛି ବ୍ରଣ। ଚର୍ମ ଅପରିସ୍କାର ଓ ତେଲିଆ ହେବା ମୁଖ୍ୟତଃ ମୁହଁରେ ବ୍ରଣ ହେବାର କାରଣ। ଥରେ ବ୍ରଣ ବାହାରିଲେ ସହଜରେ ଯାଏନି। ଯଦି ଯାଏ ତେବେ କଳାଦାଗ ଛାଡିଯାଏ। ଯେଉଁଟା ପାଲଟିଯାଏ ଚିନ୍ତାର ମୁଖ୍ୟ କାରଣ। ଏହି କଳାଦାଗକୁ ହଟାଇବା ପାଇଁ ଅନେକ କଷ୍ଟ କରିବାକୁ ପଡେ। ନାନା ପ୍ରକାର କସ୍‌ମେଟିକ ବ୍ୟବହାର କରିବାକୁ ହୁଏ, ଗୋଟେ ଆଶାରେ କି କଳାଦାଗ ଚାଲିଯିବ। କିନ୍ତୁ ପିରିଣତି ହୁଏ ବିପରୀତ। କେମିକାଲ ପ୍ରାସାଧନ ସାମଗ୍ରୀ ବ୍ୟବହାର ଦ୍ୱାରା ମୁହଁର ଚମକ କମିବାରେ ଲାଗେ।ହେଲେ ଚିନ୍ତା କରନ୍ତୁନି। ଏସବୁ ସମସ୍ୟା ପାଇଁ ରହିଛି ଏକ ଘରୋଇ ଉପଚାର। ଡାଲଚିନ୍‌ ଗୁଣ୍ଡରେ କିଛି ମହୁ ମିଶାଇ ଏକ ପେଷ୍ଟ କରନ୍ତୁ। ମୁହଁରେ ଥିବା କଳାଦାଗ ଉପରେ ଏହାକୁ ଲଗାନ୍ତୁ। ୧୫ମିନିଟ୍ ରଖିବା ପରେ ମୁହଁକୁ ଧୋଇଦିଅନ୍ତୁ। ଏପରି କରିବାର ୭ ଦିନରେ ମୁହଁରୁ କଳାଦାଗ କମିବାରେ ଲାଗିବ।</p>