ଜାଣନ୍ତୁ ମହୁଫେଣା ଘର ପାଖରେ ଥିଲେ କ’ଣ ହୁଏ

Ordigital Desk
  • Published: Thursday, 12 April 2018
  • , Updated: 12 April 2018, 08:30 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ମହୁରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀର ପାଇଁ ବେସ୍&zwnj; ଉପକାରୀ। କେବଳ ଶରୀର ପାଇଁ ନୁହେଁ, ମହୁ ତ୍ୱଚା ପାଇଁ ମଧ୍ୟ ଉପକାରୀ। ସେଥିପାଇଁ ମହୁକୁ ଔଷଧୀୟ ଗୁଣର ଭଣ୍ଡାର କୁହାଯାଏ। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମହୁ ସେବନ କରିଥାନ୍ତି। ଭାରତୀୟ ରୀତିନୀତିରେ ମଧ୍ୟ ମହୁର ମହତ୍ୱ ରହିଛି। ହିନ୍ଦୁ ଦେବଦେବୀଙ୍କ ପାଖରେ ଏହାକୁ ଏକ ପ୍ରସାଦ ଭାବେ ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ଏହାକୁ ବହୁଳ ବ୍ୟବହାର କରାଯାଇଥାଏ। ତେବେ କେବଳ ମହୁ ନୁହେଁ, ମହୁଫେଣା ମଧ୍ୟ ବେସ୍&zwnj; ଉପକାରୀ। ଘର ଆଖପାଖରେ ମହୁଫେଣା ଦେଖି ମହୁମାଛି କାମୁଡିବା ଡରରେ ଆମେ ଭାଙ୍ଗିଦେଉ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ୍&zwnj;। କାରଣ ମହୁଫେଣା ଘର ଆଖପାଖରେ ରହିଲେ ଶୁଭ। (ଦେଖନ୍ତୁ ଭିଡିଓ)</p>

Related story