ବାସ୍ତୁ ସହ ଘୋଡ଼ାନାଲର ଗଭୀର ସମ୍ବନ୍ଧ ରହିଛି। କଳା ଘୋଡ଼ାର ଡାହାଣ ପାଦର ପୁରୁଣା ନାଲ ଘରୁ ବାସ୍ତୁଦୋଷ ଦୂର କରିବାରେ ସହାୟକ ହୋଇଥାଏ। ଘୋଡ଼ାନାଲ ଆଉ କେଉଁ ସମସ୍ୟାରୁ ମୁକ୍ତି ଦିଏ ବୋଲି ବିଶ୍ୱାସ ରହିଛି ଆସନ୍ତୁ ଜାଣିବା।
- ଜାତକରେ ଶନି ମହାଗ୍ରହ ଅଶୁଭରେ ଥିଲେ ଘୋଡାନାଲରୁ ତିଆରି ହୋଇଥିବା ମୁଦିକୁ ପିନ୍ଧନ୍ତୁ। ଶୁଭଫଳ ମିଳିବ।
- ଘର ମୁଖ୍ୟଦ୍ୱାର ଉପରେ ଘୋଡ଼ା ନାଲକୁ ଟଙ୍ଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଘର ଉପରେ ଖରାପ ନଜର ଦୂର ହୋଇଯାଏ। ସୁଖ ଶାନ୍ତି ବଜାୟ ରହେ।
- କଳାଘୋଡ଼ାର ନାଲକୁ କଳା କପଡ଼ାରେ ବାନ୍ଧି ଆଲମାରୀ କିମ୍ୱା ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ। ଆର୍ଥିକ ସ୍ଥିତି ଠିକ୍ ରହିବ।