ଜାଣନ୍ତୁ ବୟସ ଅନୁଯାୟୀ ଆପଣ କେତେ ସମୟ ଶୋଇବା ଉଚିତ, ନ ହେଲେ...

ଖାଇବା, ପିଇବା ଭଳି ନିଦ୍ରା ଶୋଇବା ଆମ ଶରୀର ପାଇଁ  ଏକ ଜରୁରୀ ଆବଶ୍ୟକ। ଠିକ୍‌ ଭାବରେ ନ ଶୋଇଲେ ଦେହ ଖରାପ ହୋଇଥାଏ। କେତେକ କ୍ଷେତ୍ରରେ ନିଦ୍ରାହୀନତା ଭଳି ରୋଗ ମଧ୍ୟ ଦେଖା ଦେଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୟନ ଅଭ୍ୟାସ, ଆବଶ୍ୟକତା ଓ  ଏହାର ପ୍ରଭାବ ଉପରେ ଏକ  ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ବୟସ […]

la-oe-reiss-sleep-alone-20170324

Rakesh Mallick
  • Published: Tuesday, 02 January 2018
  • , Updated: 02 January 2018, 04:55 PM IST

ଖାଇବା, ପିଇବା ଭଳି ନିଦ୍ରା ଶୋଇବା ଆମ ଶରୀର ପାଇଁ  ଏକ ଜରୁରୀ ଆବଶ୍ୟକ। ଠିକ୍‌ ଭାବରେ ନ ଶୋଇଲେ ଦେହ ଖରାପ ହୋଇଥାଏ। କେତେକ କ୍ଷେତ୍ରରେ ନିଦ୍ରାହୀନତା ଭଳି ରୋଗ ମଧ୍ୟ ଦେଖା ଦେଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୟନ ଅଭ୍ୟାସ, ଆବଶ୍ୟକତା ଓ  ଏହାର ପ୍ରଭାବ ଉପରେ ଏକ  ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ବୟସ ଅନୁଯାୟୀ ମଣିଷର ଶୋଇବାର ସମୟ ପରିବର୍ତ୍ତନ ହୋଇଥାଏ। ଆସନ୍ତୁ ଜାଣିବା ବୟସ ଅନୁସାରେ ଆମେ  କେତେ ସମୟ ଶୋଇବା ଆବଶ୍ୟକ।

୧- ଶିଶୁମାନେ ଅଧିକ ସମୟ ଶୋଇଥାନ୍ତି ବୋଲି ଆମେ ଜାଣିଛେ।  ବିଶେଷକରି  ଶିଶୁଟି ଜନ୍ମ ହେବାରୁ ୩ ମାସ ପର୍ଯ୍ୟନ୍ତ ୧୪ରୁ ୧୭ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି।

୨-ସେହିପରି ୪ରୁ ୧୧ ମାସର ଶିଶୁ ୧୨ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ ବୋଲି ସର୍ଭେରୁ ଜଣାପଡ଼ିଛି।

୩-୧ରୁ ୨ ବର୍ଷର ପିଲା ୧୧ରୁ୧୪ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

୪-ସେହିପରି ୩ରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନେ ୧୦ ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ।

୫-୧୪ରୁ ୧୭ ବର୍ଷ ପର୍ଯ୍ୟନ୍ତ ପିଲାମାନେ ୮ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ସର୍ଭେରୁ ଜଣାପଡ଼ିଛି।

 ୬-୧୮ରୁ ୬୪ ବୟସ ପର୍ଯ୍ୟନ୍ତ ୭ରୁ ୯ ଘଣ୍ଟା ଶୋଇବା ଶରୀର ପାଇଁ  ଭଲ ବୋଲି ସର୍ଭେରୁ ଜଣାପଡ଼ିଛି।

୭-୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି  ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି।

 

 

Related story