କେମିତି ହୋଇଥାନ୍ତି R, S ଏ‍ବଂ T ଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀ ବ୍ୟକ୍ତି ?

ପରିଶ୍ରମ ଅନୁଶାରେ ଫଳ। ସେହିପରି ନିଜ କର୍ମ ହିଁ ମଣିଷର ବ୍ୟକ୍ତିତ୍ୱ ଓ ଚରିତ୍ର ଗଠନର ମାର୍ଗ ହୋଇଥାଏ। ମଣିଷ ନିଜର ବୁଦ୍ଧି ବିବେକ ଖଟାଇ ଆଗକୁ ବଢିଥାଏ। ଭାରତୀୟ ଦର୍ଶନ ଏହାକୁ ବିଶ୍ୱାସ କରେ। ତଥାପି ଏଠି ଲୋକଙ୍କର ଭାଗ୍ୟ, ଭବିଷ୍ୟତ ନେଇ ଜୋତିଷ ଶାସ୍ତ୍ର ଉପରେ ପ୍ରବଳ ବିଶ୍ୱାସ ରହି ଆସିଛି। ଖାସ ସେଥିପାଇଁ ମଣିଷ ରାଶି ଉପରେ ଅଧିକ ଗୁରୁତ୍ୱ ଦେଇଥାଏ। ଜଣେ ମଣିଷ ଧନୀ ହେବ ନା ଗରିବ ତା’ର ସ୍ୱଭାବ ଏବଂ […]

man-universe-4

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 06:14 AM IST

ପରିଶ୍ରମ ଅନୁଶାରେ ଫଳ। ସେହିପରି ନିଜ କର୍ମ ହିଁ ମଣିଷର ବ୍ୟକ୍ତିତ୍ୱ ଓ ଚରିତ୍ର ଗଠନର ମାର୍ଗ ହୋଇଥାଏ। ମଣିଷ ନିଜର ବୁଦ୍ଧି ବିବେକ ଖଟାଇ ଆଗକୁ ବଢିଥାଏ। ଭାରତୀୟ ଦର୍ଶନ ଏହାକୁ ବିଶ୍ୱାସ କରେ। ତଥାପି ଏଠି ଲୋକଙ୍କର ଭାଗ୍ୟ, ଭବିଷ୍ୟତ ନେଇ ଜୋତିଷ ଶାସ୍ତ୍ର ଉପରେ ପ୍ରବଳ ବିଶ୍ୱାସ ରହି ଆସିଛି। ଖାସ ସେଥିପାଇଁ ମଣିଷ ରାଶି ଉପରେ ଅଧିକ ଗୁରୁତ୍ୱ ଦେଇଥାଏ। ଜଣେ ମଣିଷ ଧନୀ ହେବ ନା ଗରିବ ତା’ର ସ୍ୱଭାବ ଏବଂ ଚରିତ୍ର କିଭଳି ହେବ ତାହା ମଧ୍ୟ ରାଶି ଉପରେ ନିର୍ଭର କରେ ବୋଲି ବିଶ୍ୱାସ ରହିଛି। ଏମିତି କି ମଣିଷର ନାମର ପ୍ରଥମ ଅକ୍ଷରକୁ ନେଇ ଅନେକ ମହତ୍ୱ ରହିଥିବା ଜୋତିଷ ଶାସ୍ତ୍ରୀମାନେ କୁହନ୍ତି। ତେବେ ଆସନ୍ତୁ ଜାଣିବା ‘R,  S ଏ‍ବଂ T’ ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତିତ୍ୱଙ୍କ ବିଷୟରେ।

ସ୍ୱପ୍ନ ବିଳାସୀ: ଏହି ରାଶିର ବ୍ୟକ୍ତି ସ୍ୱପ୍ନ ବିଳାସୀ। ସବୁବେଳେ କିଛି ଗୋଟେ ନୂଆ କରିବାକୁ ଏମାନଙ୍କ ମନକୁ ଆନ୍ଦୋଳିତ କରେ। ଅନ୍ୟମାନଙ୍କ ଠାରୁ କିଛି ଗୋଟେ ଭିନ୍ନ କରିବାକୁ ଲକ୍ଷ୍ୟ ରଖନ୍ତି।

ପରିଶ୍ରମୀ: ଏହି ନାମର ବ୍ୟକ୍ତି ଅଧିକ ପରିଶ୍ରମ। ଏମାନେ ଆରମ୍ଭ କରିଥିବା କାମଟି ନସରିଲା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ। ଏମାନେ ଖୁବ୍‌ ଦକ୍ଷ ଏବଂ ପ୍ରଖର ବୁଦ୍ଧିମାନ ବି।

ସୁନ୍ଦର ବ୍ୟକ୍ତିତ୍ୱ: ଏମାନଙ୍କ ଚରିତ୍ର ଖୁବ ସୁନ୍ଦର। ବିଷେଶ କରି ଏମାନେ ବ୍ୟକ୍ତିତ୍ୱ ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ଏମାନେ ଦେଖିବାକୁ ବି ସୁନ୍ଦର। ଆଉ ଅନ୍ୟମାନଙ୍କୁ ପ୍ରଭାବିତ କରିବାର କରିବାର କ୍ଷମତା ରହିଛି।

ଉଦାରବାଦୀ: ଏମାନଙ୍କ ହୃଦୟ ଭାରି ସରଳ। ଏମାନେ ଦୟାବାନ ଓ ଉଦାରବାଦୀ। ଅନ୍ୟମାନଙ୍କୁ ବିନା କୌଣସି ସ୍ବାର୍ଥରେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି।  ଏମାନେ ଖୁବ୍‌ ପ୍ରଭାବଶାଳୀ ହୋଇଥାଆନ୍ତି।

ବିଶ୍ୱାସୀ: ଏହି ରାଶିର ବ୍ୟକ୍ତି ଖୁବ ବିଶ୍ୱାସୀ। ଏମାନେ ଧୋକାବାଜ୍‌ ହେବାକୁ ପସନ୍ଦ କରନ୍ତି ନାହିଁ।  ବିଶେଷ କରି ପ୍ରେମ ମାମଲାରେ ଏମାନେ କାହା ସହିତ ଛଳନା କରନ୍ତି ନାହିଁ।

Related story