ଲଭ୍‌ ବାଇଟ୍‌ସ୍‌ରେ ଶିକାର ହୋଇଛନ୍ତି କି ? ଜାଣନ୍ତୁ ତୁରନ୍ତ ଉପଶମ ପାଇବାର ଉପାୟ

ପ୍ରେମ ସ୍ୱର୍ଗୀୟ, ପବିତ୍ର, ଶାଶ୍ୱତ ଏବଂ ଚିରନ୍ତନ। ହେଲେ ଏହି ପ୍ରେମ ଯେବେ କାମନା ବାତ୍ସାର ରୂପ ନିଏ ବିଷମ ପରିସ୍ଥିତି ସୃଷ୍ଟି କରେ। ସେ ପ୍ରେମିକ-ପ୍ରେମିକା ହୁଅନ୍ତୁ କି ସ୍ୱାମୀ-ସ୍ତ୍ରୀ ଭଲ ପାଇବାର ଶିହରଣ ନିଆଁରେ ସେମାନେ ସବୁ କିଛି ଭୁଲି ଯାଆନ୍ତି। ବେଳେ ବେଳେ ଏମିତି ହୁଏ ପ୍ରେମନିଶାରେ କିଏ କାହାକୁ କାମୁଡ଼ି ପକାନ୍ତି ମଧ୍ୟ। ଯାହାକୁ ଲଭ୍‌ ବାଇଟ୍‌ସ ବୋଲି କୁହାଯାଏ।  ଏହି ଲଭ୍‌ ବାଇଟ୍‌ସ୍‌ ଭାରି ରୋମାଞ୍ଚକର ଓ ମଜାଦାୟକତ ନିଶ୍ଚିତ […]

crrr

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 07:38 PM IST

ପ୍ରେମ ସ୍ୱର୍ଗୀୟ, ପବିତ୍ର, ଶାଶ୍ୱତ ଏବଂ ଚିରନ୍ତନ। ହେଲେ ଏହି ପ୍ରେମ ଯେବେ କାମନା ବାତ୍ସାର ରୂପ ନିଏ ବିଷମ ପରିସ୍ଥିତି ସୃଷ୍ଟି କରେ। ସେ ପ୍ରେମିକ-ପ୍ରେମିକା ହୁଅନ୍ତୁ କି ସ୍ୱାମୀ-ସ୍ତ୍ରୀ ଭଲ ପାଇବାର ଶିହରଣ ନିଆଁରେ ସେମାନେ ସବୁ କିଛି ଭୁଲି ଯାଆନ୍ତି। ବେଳେ ବେଳେ ଏମିତି ହୁଏ ପ୍ରେମନିଶାରେ କିଏ କାହାକୁ କାମୁଡ଼ି ପକାନ୍ତି ମଧ୍ୟ। ଯାହାକୁ ଲଭ୍‌ ବାଇଟ୍‌ସ ବୋଲି କୁହାଯାଏ।  ଏହି ଲଭ୍‌ ବାଇଟ୍‌ସ୍‌ ଭାରି ରୋମାଞ୍ଚକର ଓ ମଜାଦାୟକତ ନିଶ୍ଚିତ ହେଲେ ଯଦି ଏହି ଚିହ୍ନ  ଦିନ ସାରା ରୁହେ ତେବେ ଏହା ବେଶୀ ଅସ୍ୱାଭାବିକ୍ ପରିସ୍ଥିତି ସୃଷ୍ଟି କରେ। କାରଣ ଅନ୍ୟମାନଙ୍କୁ ସାମ୍ନାକୁ ଯିବାରେ ଆପଣ ଅପମାନବୋଧ ଅନୁଭବ କରିବେ। ତା’ଛଡ଼ା ଲଭ୍‌ବାଇଟ୍‌ସ୍‌ର ଦାଗ ଶରୀର ପାଇଁ ମଧ୍ୟ କ୍ଷତିକାରକ। ବେକରେ ଲାଗିଥିବା ଏହି ଲାଲ ଦାଗକୁ କିପରି ଛଡ଼ାଇବେ ଜାଣନ୍ତୁ କିଛି ଟିପ୍ସ।

୧-ଏକ ଛୋଟ ରୁମାଲ କିମ୍ବା ଟାୱେଲକୁ ଅଳ୍ପ ଗରମ ପାଣିରେ ବୁଡ଼ାଇ ଦାଗ ଥିବା ସ୍ଥାନରେ ସେକ ଦିଅନ୍ତୁ।

୨-ପରେ ବରଫର କିଛି ଖଣ୍ଡ କପଡ଼ାରେ ରଖି ଚିହ୍ନ ଥିବା ସ୍ଥାନରେ ଧିରେ ଧିରେ ଲଗାନ୍ତୁ। ଏମିତି ୧୫ ମିନିଟ୍‌ ପର୍ଯ୍ୟନ୍ତ କରନ୍ତୁ। ସେହିପରି ଦାଗ ଥିବା ସ୍ଥାନରେ ହାତ ଲଗାନ୍ତୁ ନାହିଁ। ନଚେତ ଇନ୍‌ଫେକ୍ସନ ହୋଇପାରେ। ତା’ଛଡ଼ା ଏକ ଚାମୁଚରେ ବରଫ ଖଣ୍ଡ ରଖି ଚାମର ନିମ୍ନ ଅଂଶକୁ ସେଠାରେ ଲାଗାଇପାରିବେ।

୩-ପରେ କିଛି ତାଜା ଅଲବିରା ଜଳକୁ ପ୍ରଭାବିତ ସ୍ଥାନରେ ଲାଗାଇପାରିବେ।

୪-ଏହା ପରେ ଏକ ଗରମ କପଡ଼ା ଦ୍ୱାରା ଉକ୍ତ ସ୍ଥାନକୁ ପୋଛି ଦେଇପାରିବେ।

୫-ପରେ ପ୍ରଭାବିତ ସ୍ଥାନରେ ଟୁଥ୍‌ପେଷ୍ଟରୁ ଅଳ୍ପଟିକେ ଲଗାଇପାରିବେ। ଦେଖିବେ ଦାଗ ଏବଂ ଯନ୍ତ୍ରଣାରୁ ଖୁବ ଶୀଘ୍ର ଉପଶମ ମିଳିପାରିବ।

୬: ଏ ବିଷୟରେ ଅଧିକ ଜାଣିବା ପାଇଁ କିମ୍ବା ଔଷଧ ପାଇଁ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ।

Related story