ପ୍ରଥମ ଦେଖାରେ ଝିଅଙ୍କୁ କେମିତି କରିବେ ଇମ୍ପ୍ରେସ୍

ଗୋଟେ ପୁଅ ଯେତେବେଳେ ଗୋଟେ ଝିଅକୁ ପ୍ରଥମ ଥର ଦେଖା କରିବାକୁ ଯାଏ, ତା ମନରେ ଅନେକ ପ୍ରଶ୍ନ ଆସିଥାଏ। ପୁଅ ପ୍ରଥମେ ଝିଅ ସହ ଅନେକ ଦିନ ଚାଟିଂ କରିବା ପରେ ଦେଖା କରିବାକୁ ମନ ବଳାଇଥାଏ। କିନ୍ତୁ ଦେଖା କରିବା ପୂର୍ବରୁ ସେ ଜାଣିପାରେନି ଯେ ଝିଅ ସହ କ’ଣ କଥା ହେବ। ସେ ବୁଝିପାରେନି ଯେ କ’ଣ ପଚାରିବା ଉଚିତ ଓ କ’ଣ ପଚାରିବା ଉଚିତ ନୁହେଁ। ଡର ବି ଥାଏ ଯେ […]

couple

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 09:54 AM IST

ଗୋଟେ ପୁଅ ଯେତେବେଳେ ଗୋଟେ ଝିଅକୁ ପ୍ରଥମ ଥର ଦେଖା କରିବାକୁ ଯାଏ, ତା ମନରେ ଅନେକ ପ୍ରଶ୍ନ ଆସିଥାଏ। ପୁଅ ପ୍ରଥମେ ଝିଅ ସହ ଅନେକ ଦିନ ଚାଟିଂ କରିବା ପରେ ଦେଖା କରିବାକୁ ମନ ବଳାଇଥାଏ। କିନ୍ତୁ ଦେଖା କରିବା ପୂର୍ବରୁ ସେ ଜାଣିପାରେନି ଯେ ଝିଅ ସହ କ'ଣ କଥା ହେବ। ସେ ବୁଝିପାରେନି ଯେ କ'ଣ ପଚାରିବା ଉଚିତ ଓ କ'ଣ ପଚାରିବା ଉଚିତ ନୁହେଁ। ଡର ବି ଥାଏ ଯେ ତା'ର କିଛି ପ୍ରଶ୍ନ ଯଦି ଝିଅକୁ ଖରାପ ଲାଗେ, ତା'ହେଲେ କ'ଣ କରିବ। ତେବେ ଆଜି ଆମେ ଆପଣଙ୍କୁ ବତାଇବୁ ଯେ ପ୍ରଥମ ଦେଖାରେ ଝିଅ ସହ କ'ଣ କଥା ହେବେ, କେଉଁ ପ୍ରଶ୍ନ କରିବେ ଓ କେମିତି ଇମ୍ପ୍ରେସ କରିବେ।

୧. ଝିଅଙ୍କୁ ତାଙ୍କ କାମ ବିଷୟରେ ପଚାରନ୍ତୁ। ପ୍ରତ୍ୟେକ ଝିଅଙ୍କୁ ସେମାନଙ୍କ କାମ ବିଷୟରେ କଥା ହେବାକୁ ଭଲ ଲାଗେ।  ସେ ଭଲ ହେଉ କି ଖରାପ, ଅଫିସରେ କ'ଣ ଚାଲିଛି ସେ ବିଷୟରେ ଝିଅମାନେ କଥା ହେବାକୁ ଭଲପାଆନ୍ତି। ଅନ୍ୟପଟେ ଏହି ଟପିକ୍ ଆପଣଙ୍କ କଥାବାର୍ତ୍ତାକୁ ଲମ୍ବା କରିଦେବ। ଆଉ କେହି ଚୁପ୍ ଚାପ୍ ହୋଇ ରହିବେନି।

୨. ଏହା ପରେ ଆପଣ ତାଙ୍କୁ ୱିକେଣ୍ଡସ୍ ପ୍ଲାନ୍ ବି ପଚାରି ପାରିବେ। ଏହାଦ୍ୱାରା ଆପଣ ଝିଅର ପସନ୍ଦ ନାପସନ୍ଦ ଓ ସ୍ୱଭାବ ବିଷୟରେ ଜାଣିପାରିବେ।

୩. ଝିଅମାନଙ୍କୁ ସେମାନଙ୍କ ବେଷ୍ଟ ଫ୍ରେଣ୍ଡଙ୍କ ବିଷୟରେ କଥା ହେବାକୁ ଭଲଲାଗେ। କୁହାଯାଏ ଯେ ଯଦି କୌଣସି ଝିଅକୁ ବୁଝିବାକୁ ଚାହାଁନ୍ତି ତେବେ ତା'ର ବେଷ୍ଟଫ୍ରେଣ୍ଡ ବିଷୟରେ ଜାଣିରଖିବା ଉଚିତ।

୪. ଯଦି କଥାବାର୍ତ୍ତା ବୋରିଂ ହେଇଯାଉଛି, ତେବେ ମଝିରେ ଟିକେ ହସର ତଡ଼କା ଲଗାନ୍ତୁ। ତାଙ୍କୁ ପଚାରନ୍ତୁ ଯେ ତାଙ୍କ ଜୀବନରେ ଏବେଯାଏଁ ଘଟିଥିବା ସବୁଠୁ ମଜାଦାର ଘଟଣା କ'ଣ। କଥା ହେବା ସମୟରେ ଟିକେ ମଜାଳିଆ ସ୍ୱଭାବ ବା ଅନ୍ଦାଜ ରଖନ୍ତୁ। ସେ  ଆପଣଙ୍କ ସହ ମନ ଖୋଲି କଥା ହେଇପାରିବେ।

୫. ଦେଖା କରିବାକୁ ଆସିବାର ଅର୍ଥ ଏହା ନୁହେଁ ଯେ ଝିଅ ଆପଣଙ୍କର ହୋଇଗଲା। ଆପଣଙ୍କ ସହ କଥା ହେବାକୁ ତାଙ୍କୁ ଭଲ ଲାଗେ ବୋଲି ସେ ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି। ଏହାକୁ ମନେ ରଖନ୍ତୁ। ତାଙ୍କ ଡ୍ରେସିଂ ସେନ୍ସ୍ ଓ ମେକଅପ୍‌କୁ ଲକ୍ଷ୍ୟ କରନ୍ତୁ ଓ ଭରପୂର ତାରିଫ କରନ୍ତୁ। ତାଙ୍କ ସୌନ୍ଦର୍ଯ୍ୟର ତାରିଫ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତାରିଫ କରିବା ପରେ ସେ ଯଦି ଲାଜ କରୁଛନ୍ତି ବା ହସୁଛନ୍ତି, ତେବେ ତାଙ୍କ ହସର ମଧ୍ୟ ତାରିଫ କରନ୍ତୁ। ଦେଖିବେ ଝିଅର ମନ ଆପଣଙ୍କ ପାଖରେ ରହିଯିବ ଓ ବାରମ୍ବାର ଦେଖା କରିବାକୁ ଚାହିଁବେ।

୬. ଯଦି ଅଧିକ ଇମ୍ପ୍ରେସ୍ କରିବାକୁ ଚାହୁଁଛନ୍ତି ତେବେ ଦେଖାକରିବାକୁ ଯିବା ଆଗରୁ ତାଙ୍କ ପାଇଁ ଚକଲେଟ୍ ନେଇ ଯାଆନ୍ତୁ। ଚକଲେଟ୍‌ଟିକୁ ପ୍ରଥମରୁ ନଦେଇ ଫେରିବା ସମୟରେ ଦେଇ ବାଏ କୁହନ୍ତୁ। ଘରେ ପହଞ୍ଚିବା ପରେ ମେସେଜ କରିବାକୁ ଭୁଲନ୍ତୁ ନାହିଁ ଯେ ଆଜି ତାଙ୍କ ସହ ଦେଖାକରି ଆପଣଙ୍କୁ କେମିତି ଲାଗିଲା ଓ ଏକ ଧନ୍ୟବାଦ ମେସେଜ୍ ମଧ୍ୟ କରନ୍ତୁ।

 

 

Related story