ଡେରି କିମ୍ୱା ବାରମ୍ୱାର ବିବାହ ଭାଙ୍ଗି ଯାଉଥିଲେ ଆପଣାନ୍ତୁ ଏହି ସବୁ ଉପାୟ

ବିବାହ ଜୀବନର ଏକ ସୁନେଲି ସ୍ୱପ୍ନ। ଯାହା ପ୍ରତ୍ୟେକ ପୁଅ ଝିଅ  ଦେଖିଥାନ୍ତି। ନିଜ ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ସମସ୍ତେ ଚାହିଥାନ୍ତି। କେତେକ କ୍ଷେତ୍ରରେ ଝିଅ ପୁଅଙ୍କ ବିବାହ ଠିକ୍‌ ସମୟରେ ହୋଇପାରେ ନାହିଁ। ବିବାହରେ ବାରମ୍ବାର ବାଧା ସୃଷ୍ଟି ହୋଇଥାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଜାଣିନିଅନ୍ତୁ ଗ୍ରହ ଦୋଷ ଏପରି କରୁଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ନିରାକରଣ ବିଧି ରହିଛି। ଆସନ୍ତୁ ଜାଣିବା ସେ ସଂପର୍କରେ […]

valid-marriage-644x362

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 09:14 AM IST

ବିବାହ ଜୀବନର ଏକ ସୁନେଲି ସ୍ୱପ୍ନ। ଯାହା ପ୍ରତ୍ୟେକ ପୁଅ ଝିଅ  ଦେଖିଥାନ୍ତି। ନିଜ ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ସମସ୍ତେ ଚାହିଥାନ୍ତି। କେତେକ କ୍ଷେତ୍ରରେ ଝିଅ ପୁଅଙ୍କ ବିବାହ ଠିକ୍‌ ସମୟରେ ହୋଇପାରେ ନାହିଁ। ବିବାହରେ ବାରମ୍ବାର ବାଧା ସୃଷ୍ଟି ହୋଇଥାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଜାଣିନିଅନ୍ତୁ ଗ୍ରହ ଦୋଷ ଏପରି କରୁଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ନିରାକରଣ ବିଧି ରହିଛି। ଆସନ୍ତୁ ଜାଣିବା ସେ ସଂପର୍କରେ

.ବିବାହ ଯୋଗ୍ୟ ପୁଅ ଝିଅଙ୍କ ଯେଉଁ ରୁମ୍‌ରେ ରହୁଛନ୍ତି, ସେହି ରୁମ୍‌ର ଖଟ ତଳେ କୌଣସି ଲୁହା ଜିନିଷ ରଖନ୍ତୁ ନାହିଁ।

୨. ବିବାହ ପ୍ରସ୍ତାବ ନେଇ ଘରୁକୁ ଆସୁଥିବା ବ୍ୟକ୍ତିଙ୍କୁ ଏମିତି ସ୍ଥାନରେ ବସାନ୍ତୁ, ଯାହାଦ୍ୱାରା ସେମାନଙ୍କ ମୁହଁ ଘରର ଭିତର ଆଡକୁ ରହିବ। ସେମାନନେ ବାହାରକୁ ମୁହଁ କରି ବସିଥିଲେ ବିବାହ ସ୍ଥିର ହେବାର ସମ୍ଭାବନା କମ ରହିଥାଏ।

୩.  ବିବାହ ଲାଗି ପୁଅଟି ଝିଅକୁ ଦେଖିବାକୁ ଆସୁଥିଲେ ଝିଅ ଲାଲ ରଙ୍ଗର କପଡା ପିନ୍ଧିବା ଶୁଭ ହୋଇଥାଏ।

୪. ବିବାହ କରୁଥିବା ଯୁବତୀର ମେହେନ୍ଦୀ ଉତ୍ସବରେ  ଝିଅ ହାତରୁ ଅଳ୍ପ ମେହେନ୍ଦୀ ଆଣି ନିଜ ହାତରେ ଲଗାନ୍ତୁ। ଏହା ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ବିବାହ ଖୁବ୍‌ ଶୀଘ୍ର ହୋଇଥାଏ।

. ରାମ ଚରିତ ମାନସ ପାଠ କରନ୍ତୁ। ଶିବ ପାର୍ବତୀ ବିବାହ ସମ୍ବନ୍ଧୀୟ ଅଧ୍ୟାୟ ପଢିବା ଦ୍ୱାରା ବିବାହ ବାଧା ଦୂର ହୋଇଥାଏ।

. ଶିବ ପାର୍ବତୀଙ୍କୁ ପ୍ରତିଦିନ ବେଲପତ୍ର, କଞ୍ଚା କ୍ଷୀର, ଅରୁଆ ଚାଉଳ, ସିନ୍ଦୁର ଚଢାନ୍ତୁ। ଭାଗ୍ୟ ଫିଟିଯିବ।

୭. ଗୁରୁବାର ଦିନ  ଗାଈକୁ ରୁଟି ଗୁଡ଼ ଖାଇବାକୁ ଦିଅନ୍ତୁ।

 

 

 

Related story