ଶନିଙ୍କ କୋପରୁ ବଞ୍ଚିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସବୁ ଉପାୟ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଛି। ଶନିଦେବ ମନୁଷ୍ୟର କର୍ମ ଅନୁସାରେ ଫଳ ଦେଇଥାନ୍ତି। କୁହାଯାଏ ଶନିଦେବଙ୍କ କୃପା ଦୃଷ୍ଟି ଥିଲେ ଜୀବନ ସୁଖମୟ ହୋଇଯାଏ। ସେପରି ଶନିଦେବ କୋପ ଦୃଷ୍ଟି ପଡିଲେ ଜୀବନ ଦୁର୍ବିସହ ହୋଇପଡେ। ନାନା ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ।  ଯଦି ଆପଣ ଲଗାତାର ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଧନ ଓ ଶାରୀରିକ ସମ୍ବନ୍ଧୀୟ କଷ୍ଟ ଭୋଗୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଉପରେ ଶନି […]

shani-dev-photo copy

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 08:50 AM IST

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଛି। ଶନିଦେବ ମନୁଷ୍ୟର କର୍ମ ଅନୁସାରେ ଫଳ ଦେଇଥାନ୍ତି। କୁହାଯାଏ ଶନିଦେବଙ୍କ କୃପା ଦୃଷ୍ଟି ଥିଲେ ଜୀବନ ସୁଖମୟ ହୋଇଯାଏ। ସେପରି ଶନିଦେବ କୋପ ଦୃଷ୍ଟି ପଡିଲେ ଜୀବନ ଦୁର୍ବିସହ ହୋଇପଡେ। ନାନା ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ।  ଯଦି ଆପଣ ଲଗାତାର ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଧନ ଓ ଶାରୀରିକ ସମ୍ବନ୍ଧୀୟ କଷ୍ଟ ଭୋଗୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଉପରେ ଶନି ଦେବ ରୁଷ୍ଟ ଅଛନ୍ତି। ଶନି ଦେବଙ୍କୁ ଖୁସି କରାଇବାର ଅନେକ ଉପାୟ ରହିଛି। ଏହି ଉପାୟ ଗୁଡିକୁ ଅବଲମ୍ବନ କଲେ ଶନି ଦେବ ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେ ବିଷୟରେ

- ଶନି ଦବେ ଭଗବାନ ଶିବଙ୍କ ଭକ୍ତ ହୋଇଥିବାରୁ  ସକାଳ ଓ ସନ୍ଧ୍ୟା ସମୟରେ ପୂଜା କରିବା ବେଳେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଓ ଓଁ ନମଃ ଶିବାୟ ଜପ କରନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟିରୁ ମୁକ୍ତି ମିଳିଥାଏ।

- ଘରର କୌଣସି ଅନ୍ଧାରୁଆ କୋଣରେ ଲୁହାର ପାତ୍ରରେ ସୋରିଷ ତେଲ ଢାଳି ସେଥିରେ ଏକ ତମ୍ବା ମୁଦ୍ରା ପକାଇ ଦିଅନ୍ତୁ।

- ଶନି ଦଶା ଭୋଗୁଥିଲେ ମାଂସ ମଦ ସେବନ କରନ୍ତୁ ନାହିଁ।

- ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କଳା ଲୁଣ ଓ ଗୋଲମରିଚର ବ୍ୟବହାର ଅଧିକ କରନ୍ତୁ।

- ଶନିବାର  ମାଙ୍କଡକୁ ଚଣା ଓ ମିଠା ଏବଂ ରୁଟିରେ ତେଲ ଲଗାଇ କଳା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ସମସ୍ୟା ଦୂର ହୋଇଥାଏ।

- ପ୍ରତି ଶନିବାର ଓସ୍ତ ଗଛ ନିକଟରେ ସୋରିଷ ତେଲର ଦୀପ ଜଳାଇ କ୍ଷୀର ଢାଳନ୍ତୁ। ଏହା ସହ ଓସ୍ତ ଗଛ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ ଲାଭ ମିଳିବ।

- ଶନିର ପ୍ରକୋପରୁ ବଞ୍ଚିବା ଲାଗି ପ୍ରତ୍ୟେକ ଶନିବାର ଦିନ କଳା ଗାଇର ପୂଜା କରନ୍ତୁ।

- ପ୍ରତ୍ୟେକ ଦିନ ହନୁମାନ ଚାଳିସା ପାଠ କରନ୍ତୁ। ।

 

Related story