ଆଜି ପ୍ରପୋଜ୍‌ ଡେ’: ଜାଣନ୍ତୁ, କେମିତି କହିବେ ମନର ଅକୁହା କଥା

ଏବେ ଚାଲିଛି ଭାଲେଣ୍ଟାଇନ୍‌ ସପ୍ତାହ। ଗତକାଲି ରୋଜ ଡେ’ ଯାଇଥିବା ବେଳେ ଆଜି ପ୍ରପୋଜ୍‌ ଡେ’। ଆଜିର ଦିନରେ ଯୁବକଯୁବତୀମାନେ ନିଜ ମନ କଥା ଭଲପାଉଥିବା ବ୍ୟକ୍ତିଙ୍କ ପାଖରେ ପ୍ରକାଶ କରି ତାଙ୍କ ସ୍ୱୀକୃତି ମାଗିଥାନ୍ତି। ପ୍ରେମ ନିବେଦନ କରି ନିଜ ସାଥୀଙ୍କୁ ସେ କେତେ ଭଲ ପାଉଛନ୍ତି ତାହା ପରିପ୍ରକାଶ କରିଥାନ୍ତି। ହେଲେ ବହୁତ ଯୁବକଯୁବତୀ କେମିତି ପ୍ରେମ ନିବେଦନ କରିବେ ତାକୁ ନେଇ ଦ୍ୱନ୍ଦରେ ରହିଥାନ୍ତି। ଏପରି ହୁଏ ଏହି ମହତ୍ୱପୂର୍ଣ୍ଣ ଦିନଟି ଚାଲିଯାଇଥାଏ […]

Ingin Kekasih Segera Melamar Anda Coba 7 Cara Ampuh Ini

Rakesh Mallick
  • Published: Thursday, 08 February 2018
  • , Updated: 08 February 2018, 12:12 PM IST

ଏବେ ଚାଲିଛି ଭାଲେଣ୍ଟାଇନ୍‌ ସପ୍ତାହ। ଗତକାଲି ରୋଜ ଡେ’ ଯାଇଥିବା ବେଳେ ଆଜି ପ୍ରପୋଜ୍‌ ଡେ’। ଆଜିର ଦିନରେ ଯୁବକଯୁବତୀମାନେ ନିଜ ମନ କଥା ଭଲପାଉଥିବା ବ୍ୟକ୍ତିଙ୍କ ପାଖରେ ପ୍ରକାଶ କରି ତାଙ୍କ ସ୍ୱୀକୃତି ମାଗିଥାନ୍ତି। ପ୍ରେମ ନିବେଦନ କରି ନିଜ ସାଥୀଙ୍କୁ ସେ କେତେ ଭଲ ପାଉଛନ୍ତି ତାହା ପରିପ୍ରକାଶ କରିଥାନ୍ତି। ହେଲେ ବହୁତ ଯୁବକଯୁବତୀ କେମିତି ପ୍ରେମ ନିବେଦନ କରିବେ ତାକୁ ନେଇ ଦ୍ୱନ୍ଦରେ ରହିଥାନ୍ତି। ଏପରି ହୁଏ ଏହି ମହତ୍ୱପୂର୍ଣ୍ଣ ଦିନଟି ଚାଲିଯାଇଥାଏ ଓ ସେମାନେ ନିଜ ମନର କଥା ପ୍ରକାଶ କରିପାରି ନଥାନ୍ତି। ଆସନ୍ତୁ ଜାଣିବା କେମିତି ନିଜ ସାଥୀଙ୍କୁ ମନର କଥା ଖୋଲି କହି ପାରିବେ।

୧. ନିଜ ସାଥୀଙ୍କୁ ସ୍ପେଶାଲ ଫିଲ୍‌ କରାନ୍ତୁ। ସାଥୀଙ୍କୁ ପ୍ରପୋଜ୍‌ କରିବା ଲାଗି ଏକ ଭିଡିଓ ପ୍ରସ୍ତୁତ କରନ୍ତୁ। ଏହି ଭିଡିଓରେ ହୃଦୟର ଅକୁହା କଥା ସବୁ କହିପାରିବେ। ଏହି ଭିଡିଓ ସାଥୀଙ୍କ ମନକୁ ଛୁଇଁ ପାରିବ।

୨.  ଏକ ଟି ସର୍ଟରେ ନିଜ ସାଥୀର ଫଟୋ ସହ ମନର କଥାକୁ ପ୍ରିଣ୍ଟ୍‌ କରନ୍ତୁ। ସେହି ସାର୍ଟ ଉପରେ ଜ୍ୟାକେଟ ପିନ୍ଧି ନିଜ ସାଥୀ ସାମ୍ନାକୁ ଯାଆନ୍ତୁ। ଏକ ସୁନ୍ଦର ହସ ସହ ସାଥୀ ସମ୍ମୁଖରେ ଜ୍ୟାକେଟ ଖୋଲି ଠିଆ ହୋଇଯାଆନ୍ତୁ। ଦେଖିବେ ହୃଦୟ ଜିତିପାରିବେ।

୩.  ନିଜ ପ୍ରେମୀ ବା ପ୍ରେମିକାକୁ କେକ୍‌ ବା ଚୋକଲେଟ୍‌ରେ ରିଙ୍ଗ୍‌ ଲୁଚାଇ ପ୍ରପୋଜ୍‌ କରିପାରିବେ। ଆପଣଙ୍କ ପ୍ରୋପଜ୍‌ କରିବା ଢଙ୍ଗ ଜୀବନ ସାରା ସାଥୀ ଭୁଲିପାରିବେ ନାହିଁ।

୪. ବ୍ୟସ୍ତତା କାରଣ ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ନିଜ ସାଥୀଙ୍କ ପାଖରେ ପହଞ୍ଚିପାରୁ ନଥିଲେ ପ୍ରେମ ନିବେଦନ ଥିବା କିଛି ଫଟୋ ଡାଉନ୍‌ଲୋଡ୍ କରି ମନର କଥାକୁ ମେସେଜ୍‌ କରିଦିଅନ୍ତୁ।

Related story