ଖଟ ତଳେ ଏହି ଜିନିଷ ରଖନ୍ତୁ, ଦୂର ହୋଇଯିବ ଗ୍ରହଦୋଷ

ଜନ୍ମ କୁଣ୍ଡଳୀରେ ଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ସୁଖ ଶାନ୍ତି ବଜାୟ ରହେ। ସେହିପରି ଗ୍ରହ ଖରାପ ସ୍ଥିତିରେ ରହିଲେ ଦୁର୍ଭାଗ୍ୟ ମାଡିଆସେ। ଗ୍ରହ ଦୋଷ କାରଣରୁ ଜୀବନରେ ନାନା ସମସ୍ୟା ଦେଖାଯିବା ସହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖଟ ବା ବିଛଣା ତଳେ  ଗ୍ରହ ସହ ଜଡିତ ଜିନିଷକୁ ରଖିଦେଲେ ଗ୍ରହ ଶାନ୍ତ ରହେ। ଯଦି ଆପଣ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଗ୍ରହ ସହ […]

bed

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 09:51 AM IST

ଜନ୍ମ କୁଣ୍ଡଳୀରେ ଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ସୁଖ ଶାନ୍ତି ବଜାୟ ରହେ। ସେହିପରି ଗ୍ରହ ଖରାପ ସ୍ଥିତିରେ ରହିଲେ ଦୁର୍ଭାଗ୍ୟ ମାଡିଆସେ। ଗ୍ରହ ଦୋଷ କାରଣରୁ ଜୀବନରେ ନାନା ସମସ୍ୟା ଦେଖାଯିବା ସହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖଟ ବା ବିଛଣା ତଳେ  ଗ୍ରହ ସହ ଜଡିତ ଜିନିଷକୁ ରଖିଦେଲେ ଗ୍ରହ ଶାନ୍ତ ରହେ। ଯଦି ଆପଣ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଗ୍ରହ ସହ ଜଡିତ ଉପାୟକୁ ଆପଣେଇ ସମସ୍ୟା ଦୂର କରିପାରିବେ।

୧. କୁଣ୍ଡଳୀରେ ସୂର୍ଯ୍ୟ ଦୋଷ ଥିଲେ ଖଟ ତଳେ ତମ୍ବା ପାତ୍ରରେ ପାଣି ଭରିକରି ରଖନ୍ତୁ। ତକିଆ ତଳେ ଲାଲ ଚନ୍ଦନର ଛୋଟ ଖଣ୍ଡ ରଖିଦିଅନ୍ତୁ। କୁଣ୍ଡଳୀରେ ସୂର୍ଯ୍ୟ ଦୋଷର ପ୍ରଭାବ ଦୂର ହୋଇଯିବ।

୨. କୁଣ୍ଡଳୀରେ ଚନ୍ଦ୍ର ଦୋଷ ଥିଲେ ଖଟ ତଳେ ରୂପା ପାତ୍ରରେ ପାଣି ଭରି କରି ରଖନ୍ତୁ ଅବା ରୂପାର ଅଳଙ୍କାର ରଖିଦିଅନ୍ତୁ। ଚନ୍ଦ୍ରଙ୍କ କୋପଦୃଷ୍ଟି ଦୂର ହୋଇଯିବ।

୩. କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଖଟ ତଳେ କଂସା ପାତ୍ରରେ ପାଣି ଭରି ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ମଙ୍ଗଳ ଦୋଷ ଦୂର ହୁଏ।

୪.  କୁଣ୍ଡଳୀରେ ଗୁରୁ ଦୋଷ ଭୋଗୁଥିଲେ ତକିଆ ତଳେ ଏକ କପଡାରେ ଗୋଟା ହଳଦୀକୁ ବାନ୍ଧି ରଖିଦିଅନ୍ତୁ। ହଳଦୀ ଗୁରୁଦୋଷ ପ୍ରଭାବ ଦୂର କରିବାରେ ସହାୟକ ହୋଇଥାଏ।

Related story