ଅଣ୍ଡା ଖାଇବା ପୂର୍ବରୁ ଏ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅଣ୍ଡା ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହାକୁ ସିଝା କିମ୍ୱା ତରକାରି ନଚେତ୍ ଆମଲେଟ୍‌ କରି ଖାଇଥାଉ। ତେବେ ଆମେ ବଜାରକୁ ଅଣ୍ଡା କିଣିବାକୁ ଗଲେ ସଂପୂର୍ଣ୍ଣ ଅଣ୍ଡା ଟ୍ରେ କିଣି ଆଣିଥାଉ। ତେବେ ଜାଣିଛନ୍ତି ଯେଉଁ ଅଣ୍ଡାକୁ ଆପଣ ଆଣିଛନ୍ତି ତାହା ଭଲ ଅଛି ନା ଖରାପ। କାରଣ ଖରାପ ଅଣ୍ଡା ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ। ତେବେ ଆସନ୍ତୁ ଜାଣିବା ଅଣ୍ଡା ଭଲ ଅଛି ନା ଖରାପ । […]

egg

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 09:31 AM IST

ଅଣ୍ଡା ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହାକୁ ସିଝା କିମ୍ୱା ତରକାରି ନଚେତ୍ ଆମଲେଟ୍‌ କରି ଖାଇଥାଉ। ତେବେ ଆମେ ବଜାରକୁ ଅଣ୍ଡା କିଣିବାକୁ ଗଲେ ସଂପୂର୍ଣ୍ଣ ଅଣ୍ଡା ଟ୍ରେ କିଣି ଆଣିଥାଉ। ତେବେ ଜାଣିଛନ୍ତି ଯେଉଁ ଅଣ୍ଡାକୁ ଆପଣ ଆଣିଛନ୍ତି ତାହା ଭଲ ଅଛି ନା ଖରାପ। କାରଣ ଖରାପ ଅଣ୍ଡା ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ। ତେବେ ଆସନ୍ତୁ ଜାଣିବା ଅଣ୍ଡା ଭଲ ଅଛି ନା ଖରାପ ।

-ଅଣ୍ଡା ସତେଜ ଅଛି କି ନାହିଁ ଏହା ଯାଞ୍ଚ କରିବା ପାଇଁ ଗୋଟିଏ ପାତ୍ରରେ ଥଣ୍ଡା ପାଣି ଆଣି ଏହାକୁ ବୁଡାଇ ରଖନ୍ତୁ। ଯଦି ଅଣ୍ଡା ପାଣିରେ ବୁଡ଼ି ହୋଇ ରହିଲା ଜାଣିବେ ଏହା ଠିକ୍ ଅଛି। ଏହାକୁ ଆପଣ ଖାଇ ପାରିବେ। ଯଦି ଅଣ୍ଡା ପାଣି ଉପରେ ଭାସେ ଜାଣିବେ ଏହା ଖରାପ ହୋଇଛି । ଏହାକୁ ଖାଇବାରେ ବ୍ୟବହାର କରନ୍ତୁ ନାହିଁ।

-ଅଣ୍ଡାକୁ କାନକୁ ପାଖକୁ ନେଇ ହଲାନ୍ତୁ। ଯଦି ଏଥିରୁ କିଛି ଶଦ୍ଧ ଶୁଣାଯାଏ ଜାଣିବେ ଏହା ଖରାପ ହୋଇଯାଇଛି। ଭଲ ଥିବା ଅଣ୍ଡାରୁ କୌଣସି ଶଦ୍ଧ ହୋଇ ନଥାଏ।

- ଅଣ୍ଡାକୁ ଭାଙ୍ଗି ଏହାର ଫ୍ରେସନେସ୍ ଜାଣିପାରିବେ। ଅଣ୍ଡା ଭାଙ୍ଗି ପ୍ଲେଟ୍‌ରେ ରଖିବା ଦ୍ୱାରା କେଶର ଗ୍ଲୋବ୍ ଆକାରରେ ଓ  ଧଳା ଅଂଶ ଅଠା ଭଳି ଦେଖାଯାଏ ଯଦି ଏପରି ହୁଏ ଜାଣିବେ ଅଣ୍ଡା ଠିକ୍ ଅଛି। ଯଦି ଅଣ୍ଡାର ଧଳା ଅଂଶ ପାଣି ଭଳି ଦେଖାଯିବ ତେବେ ଅଣ୍ଡା ଖରାପ ଥିବା ଜଣିବେ।

Related story