ଘରେ ରଖନ୍ତୁ ଗୋଲାପ, ସମ୍ପର୍କରେ ମଧୁରତା ଆସିବ

ଗୋଲାପକୁ ଫୁଲମାନଙ୍କ ରାଜା କୁହାଯାଇଥାଏ। ସୌନ୍ଦର୍ଯ୍ୟରେ ଭରପୁର ଗୋଲାପ ବିଭିନ୍ନ ରଙ୍ଗର ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଗୋଲାପ ଫୁଲ ଘରେ ରଖିବା ଦ୍ୱାରା ଶୁଖ ସମୃଦ୍ଧି ବଢିଥାଏ। ଗୋଲାପ ଫୁଲର ବାସ୍ନା ଘରକୁ ମହକାଇଥାଏ। ଏହା ଆଖପାଖରେ ଥିବା ନକରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ। ଗୋଲାପକୁ ସଫଳତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ବାସ୍ତୁଶାସ୍ତ୍ରରେ ଗୋଲାପ ବ୍ୟବହାରର କିଛି ଉପାୟ ରହିଛି, ଯାହାକୁ ଆପଣେଇଲେ କାର୍ଯ୍ୟରେ ସଫଳ ଏବଂ ସଂପର୍କରେ ମଧୁରତା ଆଣିପାରିବେ। ୧. […]

SalonConRosas

Rakesh Mallick
  • Published: Wednesday, 07 February 2018
  • , Updated: 07 February 2018, 09:53 AM IST

ଗୋଲାପକୁ ଫୁଲମାନଙ୍କ ରାଜା କୁହାଯାଇଥାଏ। ସୌନ୍ଦର୍ଯ୍ୟରେ ଭରପୁର ଗୋଲାପ ବିଭିନ୍ନ ରଙ୍ଗର ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଗୋଲାପ ଫୁଲ ଘରେ ରଖିବା ଦ୍ୱାରା ଶୁଖ ସମୃଦ୍ଧି ବଢିଥାଏ। ଗୋଲାପ ଫୁଲର ବାସ୍ନା ଘରକୁ ମହକାଇଥାଏ। ଏହା ଆଖପାଖରେ ଥିବା ନକରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ। ଗୋଲାପକୁ ସଫଳତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ବାସ୍ତୁଶାସ୍ତ୍ରରେ ଗୋଲାପ ବ୍ୟବହାରର କିଛି ଉପାୟ ରହିଛି, ଯାହାକୁ ଆପଣେଇଲେ କାର୍ଯ୍ୟରେ ସଫଳ ଏବଂ ସଂପର୍କରେ ମଧୁରତା ଆଣିପାରିବେ।

୧. ଘରେ ଆର୍ଥିକ ଅନଟନ ଲାଗି ରହୁଥିଲେ ମଙ୍ଗଳବାରରେ ଲାଲ ଚନ୍ଦନ, ଲାଲ ଗୋଲାପକୁ  ଏକ ଲାଲ କପଡାରେ ଗୁଡାଇ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଆୟ ବୃଦ୍ଧି ପାଇବ।

୨. କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଥିଲେ ପୂର୍ଣ୍ଣିମାରେ ଗୋଲାପକୁ ପାଣିରେ ଭସାଇ ଦିଅନ୍ତୁ। ବିଗିଡିଯାଇଥିବା କାମ ଠିକ୍‌ ହୋଇଯିବ ଓ ସଫଳତା ମିଳିବ ବୋଲି ବିଶ୍ୱାସ ରହିଛି।

୩. ଘରେ ମାନମତାନ୍ତର ଲାଗି ରହୁଥିଲେ ଘରର ପୂର୍ବ ଦିଗରେ ଗୋଲାପ ଫୁଲ ରଖିଦିଅନ୍ତୁ। ସଂପର୍କରେ ମଧୁରତା ବଢିବ।

Related story