ଘରୁ ବାସ୍ତୁ ଦୋଷ ଦୂର କରେ ସ୍ୱସ୍ତିକ ଚିହ୍ନ, ଜାଣନ୍ତୁ କିଛି ନିୟମ

କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ ଅଙ୍କାଯାଇଥାଏ।  ସ୍ୱସ୍ତିକ ଚିହ୍ନ ଆଙ୍କିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ଭଗବାନ ଗଣେଶଙ୍କ ରୂପ ଭାବେ ମଧ୍ୟ ବିଶ୍ୱାସ କରାଯାଏ।  ପୂଜା ସମୟରେ ସ୍ୱସ୍ତିକ ଚିହ୍ନର ପ୍ରୟୋଗ ସମୃଦ୍ଧି ଓ ଏକାଗ୍ରତା ବୃଦ୍ଧି କରାଏ। ତେବେ ଆସନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନ ଆଙ୍କିବାର ପ୍ରକୁତ ନିୟମ ବିଷୟରେ। -ଘରେ ବାସ୍ତୁଦୋଷ ଥିଲେ ମୁଖ୍ୟଦ୍ୱାରରେ ଲାଲ ରଙ୍ଗର ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ବାସ୍ତୁଦୋଷ […]

swastik-compressed-123 copy.jpgq

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 03:08 PM IST

କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ ଅଙ୍କାଯାଇଥାଏ।  ସ୍ୱସ୍ତିକ ଚିହ୍ନ ଆଙ୍କିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ଭଗବାନ ଗଣେଶଙ୍କ ରୂପ ଭାବେ ମଧ୍ୟ ବିଶ୍ୱାସ କରାଯାଏ।  ପୂଜା ସମୟରେ ସ୍ୱସ୍ତିକ ଚିହ୍ନର ପ୍ରୟୋଗ ସମୃଦ୍ଧି ଓ ଏକାଗ୍ରତା ବୃଦ୍ଧି କରାଏ। ତେବେ ଆସନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନ ଆଙ୍କିବାର ପ୍ରକୁତ ନିୟମ ବିଷୟରେ।

-ଘରେ ବାସ୍ତୁଦୋଷ ଥିଲେ ମୁଖ୍ୟଦ୍ୱାରରେ ଲାଲ ରଙ୍ଗର ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ବାସ୍ତୁଦୋଷ ଦୂର ହୋଇଯିବ।

- ପୂଜା ଘରେ, ପଢୁଥିବା ସ୍ଥାନରେ ଓ ଗାଡି ବାହନ ସାମ୍ନାରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ।

-ମନରେ ଏକାଗ୍ରତା ଆଣିବାକୁ ଚାହୁଁଥିଲେ ସୁନା ଅବା ରୁପା ଧାତୁରେ ନିର୍ମିତ ସ୍ୱସ୍ତିକକୁ ଲାଲ ସୁତାରେ ବାନ୍ଧି ଧାରଣ କରନ୍ତୁ।

- ଇଲୋଟ୍ରୋନିକ ଉପକରଣ ଉପରେ ସ୍ୱସ୍ତିକ ଚିହ୍ନ ଆଙ୍କିବା ଦ୍ୱାରା ଶୀଘ୍ର ଖରାପ ହୁଏ ନାହିଁ।

-  ଧ୍ୟାନ ଦେବେ ସ୍ୱସ୍ତିକ ରେଖା ଆଙ୍କିବା ସମୟରେ ରେଖା ଯେପରି ସଠିକ ରହିଥିବ।

- ଲାଲ ଓ ହଳଦିଆ ରଙ୍ଗର ସ୍ୱସ୍ତିକ ସର୍ବଶ୍ରେଷ୍ଠ ହୋଇଥାଏ।

- ଭୁଲରେ ମଧ୍ୟ ଓଲଟା ସ୍ୱସ୍ତିକ  ଆଙ୍କନ୍ତୁ ନାହିଁ।

 

 

 

-

 

 

 

 

Related story