ମଣିଷ ଶରୀରର ସବୁ ଅଙ୍ଗର ମହତ୍ୱ ରହିଛି। ପ୍ରତ୍ୟକ ଅଙ୍ଗ ଠିକ୍ ରହିଲେ ମଣିଷ ସୁନ୍ଦର ଦିଶିଥାନ୍ତି। ଯଦି କୌଣସି ଅଙ୍ଗର ଗଠନ ବିଗିଡି ଗଲେ ଅସୁନ୍ଦରତା ଲାଗିଥାଏ। ଆଜି ଆମେ ଆପଣଙ୍କୁ ଥୋଡ଼ି ସମ୍ପର୍କରେ କହିବାକୁ ଯାଉଛୁ। ଓଠର ତଳକୁ ଥିବା ଏହି ଥୋଡ଼ିରୁ ମଣିଷର ସ୍ୱଭାବ ସମ୍ପର୍କରେ ବହୁତ କିଛି ଜାଣିହେବ। ଏନେଇ ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା କେଉଁ ପ୍ରକାର ଥୋଡ଼ି ଥିଲେ ମଣିଷର ସ୍ୱଭାବ କେମିତି ହୋଇଥାଏ।
ଗୋଲ ଥୋଡ଼ି: ଯେଉଁ ଲୋକଙ୍କ ଥୋଡ଼ି ଗୋଲାକାର ହୋଇଥାଏ, ସେମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ଏମାନେ ସବୁ କାମ ତରତର ହୋଇ କରିଥାନ୍ତି। ଏହି କାରଣରୁ ବହୁତ ସମୟରେ ଏମାନଙ୍କୁ ନିରାଶର ସାମ୍ନା କରିବାକୁ ପଡ଼ିଥାଏ। ଏମାନେ ଉପରକୁ ରାଗି ଜଣାପଡ଼ନ୍ତି, ହେଲେ ଭିତରୁ ବହୁତ ଡରକୁଳା ହୋଇଥାନ୍ତି। ଏମାନେ ଅସଭ୍ୟ ମଧ୍ୟ ହୋଇଥାନ୍ତି। ଏହାସତ୍ତ୍ୱେ ଏମାନଙ୍କର ଭଲ ଗୁଣ ହେଲା, ଏମାନେ ଯେଉଁ କାମ କରିଥାନ୍ତି, ସଚ୍ଚୋଟତାର ସହ କରିଥାନ୍ତି। ସ୍ପଷ୍ଟ କଥା କହିବାରେ ଏମାନେ ବିଶ୍ୱାସ ରଖିଥାନ୍ତି।
ଅଣ୍ଡାକାର ଥୋଡ଼ି: ଏ ପ୍ରକାର ଥୋଡ଼ି ଶୁଭ ହୋଇଥାଏ। ଏହି ଥୋଡ଼ି ଥିବା ଲୋକେ ଭାବୁକ, ଚଞ୍ଚଳ, କଳାପ୍ରେମୀ ଓ ଉଚ୍ଚ ବିଚାର ସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି। ଏପରି ବ୍ୟକ୍ତି କଳା କ୍ଷେତ୍ରରେ ନାଁ କମାଇଥାନ୍ତି। ଏମାନଙ୍କ ଜୀବନ ଖୋଲା ବହି ପରି ହୋଇଥାଏ। ଏମାନଙ୍କୁ ଜୀବନରେ ବହୁତ ସଫଳତା ମିଳିଥାଏ। କୌଣସି କାମ ହାତକୁ ନେଲେ ଏହାକୁ ନସାରିବା ପର୍ଯ୍ୟନ୍ତ ଶାନ୍ତିରେ ବସନ୍ତି ନାହିଁ।
ଛୋଟ ଥୋଡ଼ି: ଏହି ପ୍ରକାର ଲୋକ ଅଳସୁଆ, ବିବେକହୀନ ଓ କାମ ଠାରୁ ଦୂରେଇ ରହୁଥିବା ଲୋକ ହୋଇଥାନ୍ତି। ଏମାନଙ୍କ ମନରେ କୌଣସି ବଡ଼ ଆଶା ନଥାଏ। ଏଥିପାଇଁ ଏମାନେ ଦୁର୍ବଳ ମାନସିକତାର ବ୍ୟକ୍ତି ହୋଇଥାନ୍ତି।
ତଳକୁ ଦବି ରହିଥିବା ଥୋଡ଼ି: ଏହି ପ୍ରକାର ଥୋଡ଼ି ଓଠ ତଳକୁ ସାମାନ୍ୟ ଦବି ରହିଥାଏ। ଏମାନେ ଚଞ୍ଚଳ ହୋଇଥାନ୍ତି। ଏହାସହ ଏମାନେ ଅଳସୁଆ ଓ ନିରାଶ ପ୍ରବୃତ୍ତିର ହୋଇଥାନ୍ତି। ଏମାନେ ମାନସିକ ସ୍ତରରେ ସୁସ୍ଥ ନଥାନ୍ତି। ଏହି କାରଣରୁ ଏମାନଙ୍କ ପାଖରେ ବୁଝିବିଚାରି କାମ କରିବାର କ୍ଷମତା କମ ରହିଥାଏ। ଏମାନେ ବହୁତ ଅଧିକ କଥା କହିଥାନ୍ତି, ହେଲେ କ’ଣ କହୁଛନ୍ତି ନିଜେ ମଧ୍ୟ ଜାଣନ୍ତି ନାହିଁ। ସବୁ କାମକୁ ଏମାନେ ଉତ୍ସାହର ସହ କରିଥାନ୍ତି। ବେଳେ ବେଳେ ଏତେ ଉତ୍ସାହିତ ହୋଇଯାଇଥାନ୍ତି ଯେ, ଲୋକଙ୍କ ରାଗ ଓ ହସର ଶିକାର ହୋଇଥାନ୍ତି। ପାରିବାରିକ ଜୀବନରେ ମଧ୍ୟ ଏମାନଙ୍କ କୌଣସି ସମ୍ମାନ ନଥାଏ।
ଆଗକୁ ବାହାରି ଥିବା ଥୋଡ଼ି: ଏପରି ଥୋଡ଼ି ଥିବା ଲୋକ କର୍ମଠ ଓ ନିଜ କାମ ପ୍ରତି ଯତ୍ନବାନ ରହିଥାନ୍ତି। ଏହାସତ୍ତ୍ୱେ ଏମାନଙ୍କ ପାଖରେ ବହୁତ ଖରାପ ଗୁଣ ରହିଥାଏ। ଏପରି ଥୋଡ଼ି ଥିବା ବ୍ୟକ୍ତି ସ୍ୱାର୍ଥପର ପ୍ରବୃତ୍ତିର ହୋଇଥାନ୍ତି। ଅର୍ଥ ରୋଜଗାର ପାଇଁ ଏମାନେ ସବୁକିଛି କରିପାରିବେ। ଏମାନେ ଧ୍ରୁତ ଓ ଖଳ ପ୍ରକୃତିର ହୋଇଥାନ୍ତି। ଏମାନଙ୍କ ଉପରେ ସହଜରେ ଭରଷା କରିହେବ ନାହିଁ। ବିନା କାରଣରେ ଏମାନେ ସମସ୍ତଙ୍କ ସହ ଝଗଡା କରିବସନ୍ତି। ଏପରି ଥୋଡ଼ି ଥିବା କିଛି ଲୋକ ଅପରାଧୀ ମଧ୍ୟ ହୋଇଥାନ୍ତି। ଯେତେ ବୁଝାଇଲେ ବି ଏମାନେ ନିଜ ସ୍ୱଭାବରେ ପରିବର୍ତ୍ତନ କରି ନଥାନ୍ତି। ଏମାନଙ୍କ ପରିବାର ଲୋକେ ମଧ୍ୟ ଏମାନଙ୍କ କାମକୁ ନେଇ ସମସ୍ୟାରେ ପଡ଼ିଥାନ୍ତି।
ଚଉଡା ଥୋଡ଼ି: ଏପରି ଥୋଡ଼ି ସମାନ୍ୟଠାରୁ ଅଧିକ ଚଉଡା ହୋଇଥାଏ। ଏପ୍ରକାର ବ୍ୟକ୍ତି ଏକୁଟିଆ ରହିବାକୁ ଭଲ ପାଇଥାନ୍ତି। ଏମାନେ ବହୁତ ଭାବୁକ ହୋଇଥାନ୍ତି। ଏମାନେ କାମ ହୃଦୟରୁ କରିଥାନ୍ତି। ଏମାନଙ୍କ ପାଖରେ ଦେଖାଇ ହେବା ଗୁଣ ଆଦୌ ନଥାଏ। ଏହାସତ୍ତ୍ୱେ ଏମାନଙ୍କ ପାଖରେ କିଛି ଖରାପ ଗୁଣ ଥାଏ। ଅଧିକ କାମ କରିବାକୁ ଇଚ୍ଛା ଯୋଗୁଁ ଏମାନଙ୍କ ମନ ଅନ୍ୟ କେଉଁଠି ଲାଗି ନଥାଏ। ବେଳେ ବେଳେ ଏମାନଙ୍କ ମନ ବହୁତ ଚଞ୍ଚଳ ରହିଥାଏ। ଏମାନଙ୍କୁ ଯାହା ଭଲ ଲାଗିଥାଏ, ସେ ବିଷୟରେ ଦିନସାରା ଚିନ୍ତା କରିଥାନ୍ତି। ବହୁ ସମୟରେ ଏମାନେ ବାସ୍ତବିକତାଠାରୁ ଅଲଗା ଭାବିଥାନ୍ତି। ଏହି କାରଣରୁ ଏମାନଙ୍କୁ ସମସ୍ତେ ଥଟ୍ଟାମଜା କରିଥାନ୍ତି।