କୁଣ୍ଡଳୀ ନିମ୍ନ ଘରେ ବୁଧ ଥିଲେ ଦୁର୍ଭାଗ୍ୟ ମାଡ଼ିଆସେ, ଜାଣନ୍ତୁ ସମାଧାନର ସୂତ୍ର

ସୌରଜଗତରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟତର। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଗ୍ରହ ଯୋଗାଯୋଗ, ବିଚାର ଚର୍ଚ୍ଚା ଓ ଅଭିବ୍ୟକ୍ତିତ୍ୱର ପ୍ରତିନିଧିତ୍ୱ କରେ। ଜନ୍ମ ଜାତକରେ ଏହି ଗ୍ରହ ଅଶୁଭ ସ୍ଥିତିରେ ଥିଲେ ବା ନିଚ ଘରେ ଥିଲେ ଗଳା ଖରାପ ହେବା ,ଦେହର ବଳ କମିଯିବା, ପରିବାରରେ କଳହ ଲାଗିବା, ଦାନ୍ତ ରୋଗ, ବ୍ୟାପାରରେ କ୍ଷତି ଓ କରଜ ମକୋଦ୍ଦମା ଲାଗିରହେ। ତେବେ ଆସନ୍ତୁ ଜାଣିବା ଜାତକରେ ବୁଧ […]

budha

Rakesh Mallick
  • Published: Wednesday, 17 January 2018
  • , Updated: 17 January 2018, 02:15 PM IST

ସୌରଜଗତରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟତର। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଗ୍ରହ ଯୋଗାଯୋଗ, ବିଚାର ଚର୍ଚ୍ଚା ଓ ଅଭିବ୍ୟକ୍ତିତ୍ୱର ପ୍ରତିନିଧିତ୍ୱ କରେ। ଜନ୍ମ ଜାତକରେ ଏହି ଗ୍ରହ ଅଶୁଭ ସ୍ଥିତିରେ ଥିଲେ ବା ନିଚ ଘରେ ଥିଲେ ଗଳା ଖରାପ ହେବା ,ଦେହର ବଳ କମିଯିବା, ପରିବାରରେ କଳହ ଲାଗିବା, ଦାନ୍ତ ରୋଗ, ବ୍ୟାପାରରେ କ୍ଷତି ଓ କରଜ ମକୋଦ୍ଦମା ଲାଗିରହେ। ତେବେ ଆସନ୍ତୁ ଜାଣିବା ଜାତକରେ ବୁଧ ଦୋଷବାହ ସ୍ଥାନରେ ରହିଥିଲେ କିପରି କରିବେ ନିରାକରଣ।

  • ବୁଧବାର ଭଗବାନ ବିଷ୍ଣୁଙ୍କୁ ସହସ୍ରନାମ ଜପ କରନ୍ତୁ।
  • କୌଣସି ବୁଧବାର ଲୁହା ମୁଦିକୁ ଇଷ୍ଟ ଦେବତାଙ୍କ ପାଖରେ ପୂଜା କରନ୍ତୁ। ପୂଜା କରିବା ସମୟରେ ନିଜ ମନୋକାମନା ଠାକୁରଙ୍କ ଆଗରେ ଜଣାନ୍ତୁ। ମୁଦିକୁ କାଣି ଆଙ୍ଗୁଠିରେ ଧାରଣ କରନ୍ତୁ। ମନଷ୍କାମନା ପୁରଣ ହୋଇଗଲେ ବହୁଥିବା ନଦୀରେ ଏହାକୁ ଭସାଇ ଦିଅନ୍ତୁ।
  • ବୁଧବାର ଦିନ ଗାଇକୁ ଘାସ ଖାଇବାକୁ ଦିଅନ୍ତୁ।
  • ପ୍ରତିଦିନ ସକାଳେ ତୁଳସୀ ଗଛରେ ପାଣି ଦିଅନ୍ତୁ ଓ ଭଗବାନ ଗଣେଶଙ୍କ ପାଖରେ ଲଡୁ ଭୋଗ ଲଗାନ୍ତୁ।

 

 

Related story