ଇଣ୍ଡିଆ ବନାମ ଇଂଲଣ୍ଡ ଟି-୨୦: ରୋହିତଙ୍କ ଶତକ ବଳରେ ଜିତିଲା ଭାରତ

ବ୍ରିଷ୍ଟଲ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-୨୦ ସିରିଜ୍‌ ଶେଷ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୭ ୱିକେଟ୍‌ ପରାସ୍ତ କରି ୨-୧ରେ ସିରିଜ୍‌ ଜିତି ନେଇଛି। ଏହି ବିଜୟ ସହିତ ଭାରତ ଲଗାତାର ଭାବେ ୬ଟି ଅନ୍ତର୍ଜାତୀୟ ଟି-୨୦ ସିରିଜ୍‌ ଜିତିବାର ଗୌରବ ହାସଲ କରିଛି। ଆଜିର ମ୍ୟାଚ୍‌ରେ ହିରୋ ରହିଛନ୍ତି ରୋହିତ୍‌ ଶର୍ମା। ରୋହିତ୍‌ ୫୬ଟି ବଲ୍‌ ଖେଳି ୧୧ଟି ଚୌକା ଓ ୫ ଛକା ସାହାଯ୍ୟରେ ୧୦୦ ରନ୍‌ କରି […]

rohit_4_1531069068_618x347

rohit_4_1531069068_618x347

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 11:01 PM IST

Sports

Latest News

ବ୍ରିଷ୍ଟଲ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-୨୦ ସିରିଜ୍‌ ଶେଷ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୭ ୱିକେଟ୍‌ ପରାସ୍ତ କରି ୨-୧ରେ ସିରିଜ୍‌ ଜିତି ନେଇଛି। ଏହି ବିଜୟ ସହିତ ଭାରତ ଲଗାତାର ଭାବେ ୬ଟି ଅନ୍ତର୍ଜାତୀୟ ଟି-୨୦ ସିରିଜ୍‌ ଜିତିବାର ଗୌରବ ହାସଲ କରିଛି। ଆଜିର ମ୍ୟାଚ୍‌ରେ ହିରୋ ରହିଛନ୍ତି ରୋହିତ୍‌ ଶର୍ମା। ରୋହିତ୍‌ ୫୬ଟି ବଲ୍‌ ଖେଳି ୧୧ଟି ଚୌକା ଓ ୫ ଛକା ସାହାଯ୍ୟରେ ୧୦୦ ରନ୍‌ କରି ନଟ୍‌ ଆଉଟ୍‌ ରହିଥିଲେ। ଏହି  ଶତକ ସହ ରୋହିତ୍ ବିଶ୍ୱର ୫ମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଟି-୨୦ରେ ଦୁଇ ହଜାର ରନ୍‌ କରିବାର ଗୌରବ ଅର୍ଜନ କରିଛନ୍ତି। ସେହିଭଳି ଅଧିନାୟକ ବିରାଟ କୋହଲି ୪୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୧୪ ବଲ୍‌ରେ ୪ଟି ଚୌକା ଓ ଦୁଇଟି ଛକା ସହ ୩୩ ରନ୍‌ କରିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭର ଖେଳି ୧୯୮ ରନ୍‌ କରି ଭାରତକୁ ୧୯୯ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଜବାବରେ ଭାରତ ୧୮.୪ ବଲ୍‌ରେ ୩ ୱିକେଟ୍ ହରାଇ ୨୦୧ ରନ୍‌ କରି ମ୍ୟାଚ୍ ଜିତିଥିଲା ।  ଆଜିର ଏହି ବିଜୟ ସହ ଟିମ୍ ଇଣ୍ଡିଆ ୨-୧ରେ ସିରିଜ୍ ହାତେଇବାରେ ସମର୍ଥ ହୋଇଛି।

୧୯୯ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳର ପ୍ରାରମ୍ଭିକ ସ୍ଥିତି ସେତେ ଭଲ ନ ଥିଲା। ଏପରି କ୍ଷେତ୍ରରେ ମ୍ୟାଚ୍‌ ଜିତିବା କଷ୍ଟସାଧ୍ୟ ମନେ ହେଉଥିଲେ ବି ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଓ ରୋହିତଙ୍କ ଶତକ ବଳରେ ଭାରତ ମ୍ୟାଚ୍‌କୁ ଖୁବ୍‌ ସହଜରେ ଜିତି ନେଇଛି। ଇଲଣ୍ଡ ପକ୍ଷରୁ ଡେବିଡ୍ ବିଲି, ଜ୍ୟାକ୍‌ ବାଲ୍‌ ଓ କ୍ରିସ ଜୋର୍ଡନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos