୧୬ରେ ଦୁଇ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଲା କୃଷକ ସଙ୍ଗଠନ
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଦୁଇ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ। ଏହି ବନ୍ଦକୁ ସମର୍ଥନ ଜଣାଇଛି ଓଡ଼ିଶା ନବ ନିର୍ମାଣ କୃଷକ ସଙ୍ଗଠନ। ଏନେଇ ସଙ୍ଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। କୃଷିଋଣ ଛାଡ଼ ଓ ଅନ୍ୟାନ୍ୟ ଦାବି ପୂରଣ ନେଇ ମଧ୍ୟପ୍ରଦେଶ ମାଣ୍ଡାସୁରରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ପୋଲିସ ଆନ୍ଦୋଳନ ରତ ଚାଷୀଙ୍କ ଉପରେ ଗୁଳି ଚଳାଇବାରୁ କେତେକଙ୍କ ମୃତ୍ୟୁ ଘଟିଥିଲା। ଅନେକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ କୃଷକ […]
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଦୁଇ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ। ଏହି ବନ୍ଦକୁ ସମର୍ଥନ ଜଣାଇଛି ଓଡ଼ିଶା ନବ ନିର୍ମାଣ କୃଷକ ସଙ୍ଗଠନ। ଏନେଇ ସଙ୍ଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।
କୃଷିଋଣ ଛାଡ଼ ଓ ଅନ୍ୟାନ୍ୟ ଦାବି ପୂରଣ ନେଇ ମଧ୍ୟପ୍ରଦେଶ ମାଣ୍ଡାସୁରରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ପୋଲିସ ଆନ୍ଦୋଳନ ରତ ଚାଷୀଙ୍କ ଉପରେ ଗୁଳି ଚଳାଇବାରୁ କେତେକଙ୍କ ମୃତ୍ୟୁ ଘଟିଥିଲା। ଅନେକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ କୃଷକ ପ୍ରସଙ୍ଗନ ଗୁଡ଼ିକ ଏହି ବନ୍ଦ ଡାକରା ଦେଇଛନ୍ତି।