ବୁଦ୍ଧିଆ ଲୋକଙ୍କର ଅଛି ଏହି ତିନୋଟି ଖରାପ ଅଭ୍ୟାସ; ଆପଣ ଲକ୍ଷ୍ୟ କରିଛନ୍ତି କି?

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଯେ ବୁଦ୍ଧିମାନ ଲୋକଙ୍କର ବି ଖରାପ ଅଭ୍ୟାସ ଥାଏ। କିନ୍ତୁ ଆପଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏହି ଖରାପ ଅଭ୍ୟାସଗୁଡ଼ିକ  ସେମାନଙ୍କ ମସ୍ତିଷ୍କକୁ ଅଧିକ ତୀକ୍ଷ୍ଣ କରିବାରେ ସାହାଯ୍ୟ କରିଥାଏ। ଗବେଷଣାରୁ ଜଣାପଡ଼ିଛି ଯେ, ବୁଦ୍ଧିମାନ ଲୋକଙ୍କ ମଧ୍ୟରେ ଏମିତି କିଛି  ଖରାପ ଅଭ୍ୟାସ ସବୁ ରହିଛି ଯେଉଁ ଗୁଡ଼ିକୁ  ଚେଷ୍ଟା କରିବା ସତ୍ତ୍ୱେ ସେମାନେ ବଦଳାଇ ପାରିବେ ନାହିଁ। ତା’ହେଲେ ଆସନ୍ତୁ ଜାଣିବା ବୁଦ୍ଧିଆ […]

mind

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 11:46 AM IST

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଯେ ବୁଦ୍ଧିମାନ ଲୋକଙ୍କର ବି ଖରାପ ଅଭ୍ୟାସ ଥାଏ। କିନ୍ତୁ ଆପଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏହି ଖରାପ ଅଭ୍ୟାସଗୁଡ଼ିକ  ସେମାନଙ୍କ ମସ୍ତିଷ୍କକୁ ଅଧିକ ତୀକ୍ଷ୍ଣ କରିବାରେ ସାହାଯ୍ୟ କରିଥାଏ। ଗବେଷଣାରୁ ଜଣାପଡ଼ିଛି ଯେ, ବୁଦ୍ଧିମାନ ଲୋକଙ୍କ ମଧ୍ୟରେ ଏମିତି କିଛି  ଖରାପ ଅଭ୍ୟାସ ସବୁ ରହିଛି ଯେଉଁ ଗୁଡ଼ିକୁ  ଚେଷ୍ଟା କରିବା ସତ୍ତ୍ୱେ ସେମାନେ ବଦଳାଇ ପାରିବେ ନାହିଁ। ତା’ହେଲେ ଆସନ୍ତୁ ଜାଣିବା ବୁଦ୍ଧିଆ ଲୋକଙ୍କର ୩ଟି ଖରାପ ଅଭ୍ୟାସ ସଂପର୍କରେ।

ରାଣ ଖାଆନ୍ତି

କୁହାଯାଏ କଥା କଥାରେ ରାଣ ଖାଉଥିବା ଲୋକଙ୍କ ପାଖରୁ ଦୂରେଇ ରହିବା ଉଚିତ । ସେମାନେ ବିଶ୍ୱାସ ଯୋଗ୍ୟ ହୋଇନଥାନ୍ତି। ନିଜକୁ ବଞ୍ଚାଇବା ପାଇଁ ରାଣର ସାହାରା ନେଇଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଛୋଟ ଛୋଟ କଥାରେ ରାଣ ଖାଉଥିବା ଲୋକଙ୍କ ମସ୍ତିଷ୍କ ଖୁବ୍‌ ତୀକ୍ଷ୍ଣ। ସେମାନଙ୍କ ଚିନ୍ତାଧାରା ଓ କଥା କହିବା ଶୈଳୀ ଅନ୍ୟମାନଙ୍କଠାରୁ  ଅଲଗା ହୋଇଥାଏ।

ଡେରିରେ ଶୁଅନ୍ତି

ରାତିରେ ଶୀଘ୍ର ଶୋଇ ସକାଳେ ଜଲଦି ଉଠିବା ଅଭ୍ୟାସ ଭଲ ବୋଲି କୁହାଯାଏ। କିନ୍ତୁ ଗବେଷଣାରୁ ଜଣାପଡ଼ିଛି  ଯେଉଁ ମାନଙ୍କ ଆଇକ୍ୟୁ ୭୫ ପାଖାପାଖି ସେମାନଙ୍କୁ ରାତି୧୧ଟା ପୂର୍ବରୁ ଏବଂ ଯେଉଁ ମାନଙ୍କ ଆଇକ୍ୟୁ ୧୨୫ ରୁ ଅଧିକ ସେମାନଙ୍କୁ ରାତି ଗୋଟାଏ ପୂର୍ବରୁ ନିଦ ଆସେ ନାହିଁ।

ଘର ଅପରିଷ୍କାର ରଖନ୍ତି

ଅଧିକ ବୁଦ୍ଧିଆ ଲୋକଙ୍କ ରୁମ୍ ସର୍ବଦା ଅସଜଡ଼ା ଅବସ୍ଥାରେ ରହିଥାଏ। ଏହା ପଛରେ ଏକ କାରଣ ରହିଛି। ଗବେଷଣାରୁ ଜଣାପଡ଼ିଛି ରୁମ୍‌ରେ ଅସଜଡା ହୋଇ ପଡ଼ିଥିବା ଜନିଷ ବ୍ୟକ୍ତିକୁ ଅଧିକ ଭାବିବାର କ୍ଷମତା ପ୍ରଦାନ କରିଥାଏ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏ କଥା ସତ।

Related story