ଏହି ରାଶିର ବ୍ୟକ୍ତିଙ୍କୁ ବୁଦ୍ଧିରେ ହରାଇବା ମୁସକିଲ୍‌, ଜାଣନ୍ତୁ ଆପଣଙ୍କ ରାଶି କ’ଣ କହୁଛି

ଆମେ କେତେ ବୁଦ୍ଧିମାନ୍ ତାହା ସାଧାରଣତଃ ଆମେ ନିଜେ ଆକଳନ କରିପାରୁନା।  ଅନେକଥର ଆମେ ଆମ କ୍ଷମତା ବିଷୟରେ ଅନୁମାନ ବି ଲଗେଇ ପାରୁନା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏସବୁ ପ୍ରଶ୍ନର ଉତ୍ତର ଥାଏ। ତେବେ ଚାଲନ୍ତୁ ଜାଣିବା ରାଶି ଅନୁସାରେ କେଉଁ ବ୍ୟକ୍ତି କେତେ ବୁଦ୍ଧିମାନ୍‌।  ଆଉ ଜାଣିବା କେଉଁମାନଙ୍କ ପାଖରେ ନିଷ୍ପତ୍ତି ନେବାର କ୍ଷମତା କେତେ ଅଧିକ । ଯେଉଁମାନଙ୍କୁ ବୁଦ୍ଧିରେ ହରାଇବା ମୁସକିଲ୍‌। ବିଚ୍ଛା:  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଚ୍ଛା ରାଶିର ଲୋକମାନେ […]

h-8888

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 07:27 PM IST

ଆମେ କେତେ ବୁଦ୍ଧିମାନ୍ ତାହା ସାଧାରଣତଃ ଆମେ ନିଜେ ଆକଳନ କରିପାରୁନା।  ଅନେକଥର ଆମେ ଆମ କ୍ଷମତା ବିଷୟରେ ଅନୁମାନ ବି ଲଗେଇ ପାରୁନା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏସବୁ ପ୍ରଶ୍ନର ଉତ୍ତର ଥାଏ। ତେବେ ଚାଲନ୍ତୁ ଜାଣିବା ରାଶି ଅନୁସାରେ କେଉଁ ବ୍ୟକ୍ତି କେତେ ବୁଦ୍ଧିମାନ୍‌।  ଆଉ ଜାଣିବା କେଉଁମାନଙ୍କ ପାଖରେ ନିଷ୍ପତ୍ତି ନେବାର କ୍ଷମତା କେତେ ଅଧିକ । ଯେଉଁମାନଙ୍କୁ ବୁଦ୍ଧିରେ ହରାଇବା ମୁସକିଲ୍‌।

ବିଚ୍ଛା:  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଚ୍ଛା ରାଶିର ଲୋକମାନେ ସବୁଠୁ ଅଧିକ ଆକର୍ଷଣୀୟ। ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ କାମନା ଓ ବାତ୍ସାର ଭାବନା ଭରି ରହିଥାଏ। ଏମାନେ ଖୁବ୍‌ ବୁଦ୍ଧିମାନ୍‌। ଏମାନେ ସବୁ ମାମଲାରେ ଫିଟ୍‌ । ବିଚ୍ଛା ରାଶିର ଲୋକମାନଙ୍କ ବୁଦ୍ଧି ତୀବ୍ର। ଖାଲି ଏତିକି ନୁହେଁ ଏମାନେ ଖୁବ୍‌ ଚାଲାକ୍‌  ମଧ୍ୟ। ଯଦି କେହି ତାଙ୍କୁ ବୋକା ବନେଇବାକୁ ଚେଷ୍ଟା କରନ୍ତି ସେମାନେ ଧରି ନିଅନ୍ତି।

ମେଷ: ବିଚ୍ଛା ରାଶି ପରେ ମେଷ ରାଶିର ଲୋକଙ୍କର ଆଖି କାନ ସବୁବେଳେ ଖୋଲାଥାଏ।  ଏମିତି କହିବାର ଅର୍ଥ ସେମାନେ ଖୁବ୍‌ ସତର୍କ ଥାଆନ୍ତି। ଆଉ ସେମାନଙ୍କ ମୁଣ୍ଡରେ ସବୁବେଳେ କିଛି କରିବାକୁ ଇଚ୍ଛା ଥାଏ। ସେମାନେ ସବୁବେଳ  ସକରାତ୍ମକ ଚିନ୍ତାରେ ଆଗକୁ ବଢ଼ନ୍ତି।

ସିଂହ:  ସିଂହ ରାଶିର ଲୋକମାନଙ୍କୁ ଯଦି କିଛି କାମ ହଠାତ କରିବାକୁ ଦିଆଯାଏ ସେ କାମ ବୁଝା ନପଡ଼ୁଥିଲେ ବି ସେ ହାର ମାନନ୍ତି ନାହିଁ ।  ସେମାନେ ଖୁବ୍‌ ଚତୁରତାର ସହ ସେହି କାର୍ଯ୍ୟକୁ କରିଥାନ୍ତି।

ଧନୁ: ଧନୁ ରାଶିର ବ୍ୟକ୍ତିମାନେ ଖୁବ୍‌ ବୁଦ୍ଧିମାନ୍‌।  ସେମାନଙ୍କ ବୁଦ୍ଧିର ପ୍ରଶଂସା କରିବାକୁ ଶବ୍ଦ ବି କମ୍‌ ପଡ଼ିବ।   କିନ୍ତୁ ଏମାନେ ବୁଦ୍ଧିମାନ୍‌ ହେବା ସହ ସକାରାତ୍ମକ ଚିନ୍ତା ବି କରନ୍ତି।

ବୃଷ: ବୃଷ ରାଶିର ଲୋକମାନେ ଶାନ୍ତ। କିନ୍ତୁ ଏହି ରାଶିର ଲୋକମାନେ ଖୁବ୍‌ ବୁଦ୍ଧିମାନ ବି ଥାଆନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କୁ ଅତି ନିକଟରୁ ନ ଜାଣିଛେ ସେମାନଙ୍କ ଦକ୍ଷତା ବିଷୟରେ  ଜାଣିବା ଅସମ୍ଭବ।

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ଲୋକମାନେ ଖୁବ୍‌ ବୁଦ୍ଧିମାନେ। ସେମାନେ ସମୟ ଦେଖି ହିଁ ରିଆକ୍ଟ କରନ୍ତି।  ସେମାନେ ସବୁକଥା ନିଜ ମନରେ ରଖିଥାଆନ୍ତି। ସମୟ ଆସିଲେ ତାକୁ ବ୍ୟବହାର କରନ୍ତି।

ମକର: ମକର ରାଶିର ଲୋକମାନେ ଖୁବ୍‌ ପରିଶ୍ରମୀ।  କିନ୍ତୁ ସେମାନଙ୍କ ବୁଦ୍ଧି ବି କିଛି କମ୍‌ ନୁହେଁ।  ଯଦି ସେମାନଙ୍କୁ କିଛି କାମ କରିବାକୁ ଦିଆଯାଏ, ତେବେ ସେମାନେ କାହାର କର କିଛି କ୍ଷତି ନ କରି ବୁଦ୍ଧିମାନ୍‌ର ସହ କାମ କରନ୍ତି।

 ମିଥୁନ୍‌: ତୁଳା ଓ କୁମ୍ଭ: ଏହି ତିନି ରାଶିର ଲୋକମାନେ  ବୁଦ୍ଧିମାନ୍‌ । ଏମାନଙ୍କ ଚିନ୍ତା ଧାରା କାର୍ଯ୍ୟ କରିବାର ଶୈଳୀ ଗୋଟିଏ।

କର୍କଟ ଓ ମାନ ରାଶି: ଏମାନେ ଭାରି ହିସାବି। ଯଦି ଏମାନଙ୍କ ମୁଣ୍ଡରେ କିଛି ଗୋଟେ ଆଇଡିଆ ଜୁଟେ ତେବେ ଏମାନେ ନିଷ୍ଠାର ସହ କରିଥାଆନ୍ତି।

Related story