ରାତିରେ କ୍ଷୀର ପିଇବା ସ୍ୱାସ୍ଥ୍ୟକର କି ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମ ପୌରାଣିକ କାହାଣୀ କୁହେ ଭଗବାନ କୃଷ୍ଣ ଦ୍ୱାପରରେ ଖୀର, ଦହି, ଲହୁଣୀ ସବୁ ଲୁଚେଇ ଖାଇ ଦେଉଥିଲେ। ବାସ୍ତବରେ କ୍ଷୀର ତଥା କ୍ଷୀରରୁ ଜାତ ପଦାର୍ଥ ଶରୀର ପାଇଁ ଅମୃତ, ଏଥିରେ କୌଣସି ଦ୍ୱିମତ ନାହିଁ । ହୁଏତ ଏହି କଥା ପୁରୁଷୋତ୍ତମ ଭଗବାନ କୃଷ୍ଣ ଜାଣିଥିଲେ। ଏଣୁ ଏହା ତାଙ୍କର ପ୍ରିୟ ଥିଲା ବୋଲି ଆମେ କହିପାରିବା। କିନ୍ତୁ ବିଜ୍ଞାନ ଏ ନେଇ କ’ଣ କୁହେ ଆମେ ଜାଣିବା ମଧ୍ୟ ନିହାତି […]

khira

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 10:33 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମ ପୌରାଣିକ କାହାଣୀ କୁହେ ଭଗବାନ କୃଷ୍ଣ ଦ୍ୱାପରରେ ଖୀର, ଦହି, ଲହୁଣୀ ସବୁ ଲୁଚେଇ ଖାଇ ଦେଉଥିଲେ। ବାସ୍ତବରେ କ୍ଷୀର ତଥା କ୍ଷୀରରୁ ଜାତ ପଦାର୍ଥ ଶରୀର ପାଇଁ ଅମୃତ, ଏଥିରେ କୌଣସି ଦ୍ୱିମତ ନାହିଁ । ହୁଏତ ଏହି କଥା ପୁରୁଷୋତ୍ତମ ଭଗବାନ କୃଷ୍ଣ ଜାଣିଥିଲେ। ଏଣୁ ଏହା ତାଙ୍କର ପ୍ରିୟ ଥିଲା ବୋଲି ଆମେ କହିପାରିବା। କିନ୍ତୁ ବିଜ୍ଞାନ ଏ ନେଇ କ’ଣ କୁହେ ଆମେ ଜାଣିବା ମଧ୍ୟ ନିହାତି ଦରକାର। ଦିନକୁ ଗୋଟିଏ ଗ୍ଲାସ କ୍ଷୀର ପିଇବା ନିତାନ୍ତ ଆବଶ୍ୟକ। କାହିଁକି ନା ଦିନଟି ପାଇଁ ଏହି ଗୋଟିଏ ଗ୍ଲାସ୍‌ କ୍ଷୀରରୁ ଆମେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ୍‌ ପାଇଥାଉ। ହେଲେ ରାତିରେ ଏହା ସେବନ କରିବା କେତେଦୂର ଉଚିତ୍‌ ସେନେଇ ଅନେକ ସମୟରେ ବିତର୍କ ହେଉଛି।

ଅଧିକାଂଶ ଲୋକଙ୍କ ବିଶ୍ୱାସ ରାତିରେ ଶୋଇବା ଆଗରୁ ଗୋଟିଏ ଗ୍ଲାସ୍‌ ଉଷୁମ କ୍ଷୀର ପିଇବା ଦ୍ୱାରା ଆମ ଶରୀର ଉର୍ଜାବାନ୍‌ ହୋଇଥାଏ। ଜାଣିଛନ୍ତି, ରାତିରେ କ୍ଷୀର ପିଇବାର ମଧ୍ୟ ଗୋଟିଏ ସମୟ ରହିଛି। ଶୋଇବାକୁ ଯିବା ପୂର୍ବରୁ ହଠାତ୍‌ କ୍ଷୀର ପିଇବା ଉଚିତ୍‌ ନୁହେଁ । କାରଣ ଏହା ଶରୀରରେ ପାଚନ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଶୋଇବାକୁ ଯିବାର ୩ ଘଣ୍ଟା ପୂର୍ବରୁ କ୍ଷୀର ପିଇ ଦେବା ଉଚିତ୍‌ । ନଚେତ୍‌ ଆପଣ ସ୍ୱପ୍ନଦୋଷ ଭଳି ରୋଗରେ ପଡିପାରନ୍ତି।

କାହିଁକି ରାତିରେ ଶୀଘ୍ର ହଜମ ହୁଏନି କ୍ଷୀର: ଆକଶରେ ସୂର୍ଯ୍ୟ ଥିଲେ କ୍ଷୀର ଆମ ଶରୀରରେ ଶୀଘ୍ର ହଜମ ହୋଇଯାଏ। ଏଣୁ ରାତିରେ କ୍ଷୀର ପାଚନ ହେବାକୁ ସମୟ ଲାଗେ। ଏଣୁ ରାତି ଅପେକ୍ଷା ଦିନବେଳେ କ୍ଷୀର ପିଇବା ବିଶେଷ ଗ୍ରହଣୀୟ।

ମହିଳାଙ୍କ ପାଇଁ କ୍ଷୀର ପାନ ବହୁତ ଆବଶ୍ୟକ: ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଶରୀର ୩୦ ବର୍ଷ ବୟସ ଅତିକ୍ରମ କରିବା ପରେ କ୍ଷୀଣ ହେବାକୁ ଲାଗେ। ଆଣ୍ଠୁଗଣ୍ଠି ଦରଜ, ଶରୀର ପୀଡା ଭଳି ରୋଗ ଭୋଗିବାକୁ ପଡେ। ଏଣୁ ଏହି ବୟସ ବା ଏହାଠାରୁ ଅଧିକ ବୟସର ମହିଳାମାନେ ଦିନକୁ ଥରୁଟିଏ କ୍ଷୀର ପିଇବା ନିହାତି ଆବଶ୍ୟକ।

Related story