ଜଗମୋହନ ମରାମତି ପ୍ରସଙ୍ଗ: ସତ୍ୟପାଠ ଦାଖଲ ପାଇଁ ୭ ଦିନ ସମୟ ଦେଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି କାମ କେତେ ଆଗେଇଛି ସେ ନେଇ ସତ୍ୟାପାଠ ଦାଖଲ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଆଉ ୭ ଦିନ ସମୟ ଦେଇଛନ୍ତି। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବାର ଥିଲା। ହେଲେ ପ୍ରଶାସନ ସତ୍ୟପାଠ ଦାଖଲ କରିପାରି ନ ଥିଲା। ତେଣୁ କୋର୍ଟ ଆଉ ୭ ଦିନ ସମୟ ଦେଇଛନ୍ତି। ଜଗମୋହନ ମରାମତି ପ୍ରସଙ୍ଗରେ ଏଏସ୍‌ଆଇ ଓ ମନ୍ଦିର ପ୍ରଶାସନର ମିଳିତ ବୈଠକ ହୋଇଛି। ତେଣୁ ଶୀଘ୍ର ମରାମତି […]

highcourt

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 10:45 PM IST

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି କାମ କେତେ ଆଗେଇଛି ସେ ନେଇ ସତ୍ୟାପାଠ ଦାଖଲ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଆଉ ୭ ଦିନ ସମୟ ଦେଇଛନ୍ତି। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବାର ଥିଲା। ହେଲେ ପ୍ରଶାସନ ସତ୍ୟପାଠ ଦାଖଲ କରିପାରି ନ ଥିଲା। ତେଣୁ କୋର୍ଟ ଆଉ ୭ ଦିନ ସମୟ ଦେଇଛନ୍ତି।

ଜଗମୋହନ ମରାମତି ପ୍ରସଙ୍ଗରେ ଏଏସ୍‌ଆଇ ଓ ମନ୍ଦିର ପ୍ରଶାସନର ମିଳିତ ବୈଠକ ହୋଇଛି। ତେଣୁ ଶୀଘ୍ର ମରାମତି କାର୍ଯ୍ୟ ସମ୍ପର୍କୀତ ତଥ୍ୟ ହାଇର୍କୋରେ ଦାଖଲ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଯୁକ୍ତି ରଖାଯାଇଛି।

ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

Related story