ଏନ୍‌ସେଫାଲାଇଟିସ୍‌ ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ମୃତ ଶିଶୁକନ୍ୟା ହେଲେ କୋରକୋଣ୍ଡା ବ୍ଲକ ଟିକିରାଜକୋଣ୍ଡା ଗାଁର କଷି ମାଡକାମୀ (ଅଢ଼େଇ ବର୍ଷ)। ଗତକାଲି ଜାପାନୀ ଜ୍ୱରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା କମଳାପଦର ଗାଁର ସୁରେଶ ମାଡକାମୀଙ୍କ ମୃତ୍ୟୁ ଘଟିଥିଲା।

malkangiri1-1

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 12:57 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ମୃତ ଶିଶୁକନ୍ୟା ହେଲେ କୋରକୋଣ୍ଡା ବ୍ଲକ ଟିକିରାଜକୋଣ୍ଡା ଗାଁର କଷି ମାଡକାମୀ (ଅଢ଼େଇ ବର୍ଷ)।

ଗତକାଲି ଜାପାନୀ ଜ୍ୱରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା କମଳାପଦର ଗାଁର ସୁରେଶ ମାଡକାମୀଙ୍କ ମୃତ୍ୟୁ ଘଟିଥିଲା।

Related story