ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୮୨ ଛୁଇଁଲା

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୨ ଛୁଇଁଛି। ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦାନୀଗୁଡ଼ା ଗାଁର ରମେଶ ପଡ଼ିଆମୀଙ୍କ ମୃତ୍ୟୁ ହୋଇଥିଲା ବେଳେ ପରେ କୋରକୋଣ୍ଡା ବ୍ଲକ୍ ଡଙ୍ଗସଖାଲ ଗାଁର ରାସୀ ମାଢ଼ୀ ଓ ମା‌ଥିଲି ବ୍ଲକ୍ କତାପଲ୍ଲୀ ଗାଁର ରମେଶ ପୂଜାରୀଙ୍କ ମୃତ୍ୟୁ ହୋଇଛି। ଗତ ଦୁଇ ଦିନ ତଳେ […]

malkangiri1

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 10:39 PM IST

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୨ ଛୁଇଁଛି।

ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦାନୀଗୁଡ଼ା ଗାଁର ରମେଶ ପଡ଼ିଆମୀଙ୍କ ମୃତ୍ୟୁ ହୋଇଥିଲା ବେଳେ ପରେ କୋରକୋଣ୍ଡା ବ୍ଲକ୍ ଡଙ୍ଗସଖାଲ ଗାଁର ରାସୀ ମାଢ଼ୀ ଓ ମା‌ଥିଲି ବ୍ଲକ୍ କତାପଲ୍ଲୀ ଗାଁର ରମେଶ ପୂଜାରୀଙ୍କ ମୃତ୍ୟୁ ହୋଇଛି। ଗତ ଦୁଇ ଦିନ ତଳେ ରମେଶ ପଡ଼ିଆମୀଙ୍କ ଭଉଣୀଙ୍କର ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ହୋଇଥିଲା।

ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସଚେତନତା ସତ୍ତ୍ୱେ ଗୋଟିଏ ପରେ ଗୋଟିଏ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଯାଉଛି।

ଅନ୍ୟପକ୍ଷରେ ଓଏସଡି ନୃପରାଜ ସାହୁ କହିଛନ୍ତି,“ମାଲକାନଗିରିରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି, ନୂଆ ରୋଗୀ ଆସୁ ନାହାନ୍ତି। ଆଇସିୟୁରେ ଜଣେ ରୋଗୀ ଅଛନ୍ତି। ଲୋକେ ଦିଶାରୀଙ୍କ ପାଖକୁ ନ ଯାଇ ଡାକ୍ତରଖାନା ଆସୁଛନ୍ତି। ମାଲକାନଗିରିରେ ୫୫ଜଣ ଡାକ୍ତର ଓ ୨୦ ଜଣ ପେଡିଆଟ୍ରିକ ସ୍ପେଶାଲିଷ୍ଟ ନିୟୋଜିତ ଅଛନ୍ତି।”

ଗତକାଲି ଏନ୍‌ସେଫାଲାଇଟିସରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ରବିବାର ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

Related story