ଜୟପୁର କେସିସି ବ୍ୟାଙ୍କରେ ଦୁର୍ନୀତି ଅଭିଯୋଗ: କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼

ଜୟପୁର: ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ନେତା ରବି ନନ୍ଦଙ୍କ ମଧ୍ୟରେ ଥିବା ରାଜନୈତିକ ବିବାଦ କାହାକୁ ଅଛପା ନାହିଁ। ଏବେ ଏମାନଙ୍କ ବିବାଦ ମଧ୍ୟରେ ଆଙ୍ଗୁଠି ମାରିଛି ଜିଲ୍ଲା କଂଗ୍ରେସ। ଆଜି କଂଗ୍ରେସ କର୍ମୀମାନେ କେସିସି ବ୍ୟାଙ୍କ ଉପରକୁ ଟମାଟୋ ଓ ଅଣ୍ଡାମାଡ଼ କରିବା ସହ ବ୍ୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। କେସିସି ବ୍ୟାଙ୍କର ସଭାପତି ରବି ନନ୍ଦଙ୍କ ପତ୍ନୀ ଈନ୍ଦିରା ନନ୍ଦ ଥିବା ବେଳେ ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ତାରା। […]

jaypur

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 08:39 PM IST

ଜୟପୁର: ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ନେତା ରବି ନନ୍ଦଙ୍କ ମଧ୍ୟରେ ଥିବା ରାଜନୈତିକ ବିବାଦ କାହାକୁ ଅଛପା ନାହିଁ। ଏବେ ଏମାନଙ୍କ ବିବାଦ ମଧ୍ୟରେ ଆଙ୍ଗୁଠି ମାରିଛି ଜିଲ୍ଲା କଂଗ୍ରେସ। ଆଜି କଂଗ୍ରେସ କର୍ମୀମାନେ କେସିସି ବ୍ୟାଙ୍କ ଉପରକୁ ଟମାଟୋ ଓ ଅଣ୍ଡାମାଡ଼ କରିବା ସହ ବ୍ୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। କେସିସି ବ୍ୟାଙ୍କର ସଭାପତି ରବି ନନ୍ଦଙ୍କ ପତ୍ନୀ ଈନ୍ଦିରା ନନ୍ଦ ଥିବା ବେଳେ ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ତାରା। ଏପରି ସ୍ଥିତିରେ କଂଗ୍ରେସର ଏହି ଅଭିଯୋଗ ଜିଲ୍ଲାରେ ରାଜନୈତିକ ବାତାବରଣଙ୍କୁ ସରଗରମ କରିଛି।

ଜୟପୁର ଟାଉନ କଂଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି କହିଛନ୍ତି,“ ବ୍ୟାଙ୍କ ଋଣ ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଛି। ଏହାସହ ଚାଷୀଙ୍କୁ ଧାନ ମଣ୍ଡିରେ ହ୍ୟାଣ୍ଡଲିଂ ଟଙ୍କା ଦେବାରେ ଅନିୟମିତତା ଓ ବ୍ୟାଙ୍କରେ ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି।”

ଈନ୍ଦିରା ନନ୍ଦ କଂଗ୍ରେସର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ବ୍ୟାଙ୍କରେ କୌଣସି ଦୁର୍ନୀତି ହୋଇନାହିଁ। ପଞ୍ଚାୟତ ନିର୍ବାଚନ ଥିବାରୁ କଂଗ୍ରେସ କେବଳ ଔଷଧ ବିକଳରେ ତାଟିଆ କାମୁଡୁଛି।”

Related story