ଭିନ୍ନ ଭିନ୍ନ ଦାବି ନେଇ ଝାରସୁଗୁଡା ଓ ମୟୂରଭଞ୍ଜ ବନ୍ଦ

ଝାରସୁଗୁଡା/ବାରିପଦା: ଭିନ୍ନ ଭିନ୍ନ ଦାବି ନେଇ ଆଜି ଝାରସୁଗୁଡା ଓ ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଝାରସୁଗୁଡା ମରାକୁଟାରେ ଥିବା ଆକ୍ସନ ଇସ୍ପାତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଶ୍ରମିକଙ୍କ ବକେୟା ଦରମା ପ୍ରଦାନ ଦାବିରେ ଆକ୍ସନ ଇସ୍ପାତ ସଂଗ୍ରାମ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ସକାଳ ୬ଟାରୁ ଜିଲ୍ଲାରେ ବସ୍‌ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା। ପୋଲିସ ସମିତିର ସଦସ୍ୟମାନଙ୍କୁ ବିଭିନ୍ନ ସ୍ଥାନରେ […]

jharsuguda

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 09:09 AM IST

[caption id="attachment_115434" align="alignleft" width="300"] ବାରିପଦାରେ ଦୋକାନ ବନ୍ଦ[/caption]

ଝାରସୁଗୁଡା/ବାରିପଦା: ଭିନ୍ନ ଭିନ୍ନ ଦାବି ନେଇ ଆଜି ଝାରସୁଗୁଡା ଓ ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।

ଝାରସୁଗୁଡା ମରାକୁଟାରେ ଥିବା ଆକ୍ସନ ଇସ୍ପାତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଶ୍ରମିକଙ୍କ ବକେୟା ଦରମା ପ୍ରଦାନ ଦାବିରେ ଆକ୍ସନ ଇସ୍ପାତ ସଂଗ୍ରାମ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ସକାଳ ୬ଟାରୁ ଜିଲ୍ଲାରେ ବସ୍‌ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା। ପୋଲିସ ସମିତିର ସଦସ୍ୟମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ଆନ୍ଦୋଲନକାରୀମାନେ ବସ୍‌ଷ୍ଟାଣ୍ଡ, ବେହେରାମାଳ, ବାଇପାସ୍‌ ଛକ, ବିଟିଏମ୍‌ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ବଡ଼ମାଲ, ସରବାହାଲ ଛକରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ।

ଗତ ୧୩ ତାରିଖରୁ ଆକ୍ସନ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେମାନଙ୍କ ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ଆଜି ସମିତି ପକ୍ଷରୁ ଜିଲ୍ଲା ବନ୍ଦ କରାଯିବାକୁ ଧମକ ଦିଆଯାଇଥିଲା।

ସେହିପରି ଅଲିଚିକି ଭାଷାକୁ ନୂଆ ନୋଟ୍‌ରେ ସ୍ଥାନ ଦେବା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସଂଗଠନର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ।

ପୋଲିସ ସଂଗଠନର ସଭାପତି ସୁକଲାଲ୍‌ ମାରାଣ୍ଡିଙ୍କ ସମେତ କିଛି କର୍ମକର୍ତ୍ତାଙ୍କୁ ଅଟକ ରଖିଛି।

Related story