କନ୍ଧମାଳ ଘଟଣା: ଗୁମୁଡୁମାହରେ ଏସ୍‌ଆଇଟି ଟିମ୍‌

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌- ଏସ୍‌ଆଇଟି ଆଜି ଗୁମୁଡୁମାହ ଯାଇଛନ୍ତି। ଏହି ଟିମ୍‌  ଗୁମୁଡୁମାହରେ  ପହଞ୍ଚି ଆହତ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛି। ଗତକାଲି ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ  ଯାଇଥିବା ଏହି ଟିମ୍‌ ବାଲିଗୁଡ଼ା ଯାଇ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିଥିଲା।  ତା’ସହ ପିଡବ୍ଲୁଡି ଆଇବିରେ ବାଲିଗୁଡ଼ା ଆଇଆଇସି, ଏସ୍‌ଓଜି ଓ କନ୍ଧମାଳ […]

sit

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 11:36 AM IST

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌- ଏସ୍‌ଆଇଟି ଆଜି ଗୁମୁଡୁମାହ ଯାଇଛନ୍ତି। ଏହି ଟିମ୍‌  ଗୁମୁଡୁମାହରେ  ପହଞ୍ଚି ଆହତ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛି।

ଗତକାଲି ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ  ଯାଇଥିବା ଏହି ଟିମ୍‌ ବାଲିଗୁଡ଼ା ଯାଇ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିଥିଲା।  ତା’ସହ ପିଡବ୍ଲୁଡି ଆଇବିରେ ବାଲିଗୁଡ଼ା ଆଇଆଇସି, ଏସ୍‌ଓଜି ଓ କନ୍ଧମାଳ ଏସ୍‌ପି ପିନାକ ମିଶ୍ରଙ୍କ ସହ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା।

Related story