କାମରେ ସଫଳତା ଚାହୁଁଛନ୍ତି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଘରୁ ବାହାରିଲେ ଆମେ କିଛି ନା କିଛି କାମ ପାଇଁ ଯାଇଥାଉ। ବେଳେ ବେଳେ ଏମିତି ହୁଏ ଯେଉଁ କାମ ପାଇଁ ଯାଇଥାନ୍ତି, ତାହା ସଫଳ ହୋଇ ନଥାଏ। ଫଳରେ ଆମକୁ ନିରାଶ ହୋଇ ଫେରିବାକୁ ପଡ଼ିଥାଏ। ଏଥିପାଇଁ ବିଭିନ୍ନ କାରଣ ଦାୟୀ ହୋଇଥାଏ। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କୌଣସି କାମରେ ଘରୁ ବାହାରିଲେ ଉଚିତ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଆପଣଙ୍କୁ କୌଣସି ଶୁଭ କାମରେ ଯିବାର ଅଛି ଓ ଆପଣ […]

direction

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 06:57 AM IST

ଭୁବନେଶ୍ୱର: ଘରୁ ବାହାରିଲେ ଆମେ କିଛି ନା କିଛି କାମ ପାଇଁ ଯାଇଥାଉ। ବେଳେ ବେଳେ ଏମିତି ହୁଏ ଯେଉଁ କାମ ପାଇଁ ଯାଇଥାନ୍ତି, ତାହା ସଫଳ ହୋଇ ନଥାଏ। ଫଳରେ ଆମକୁ ନିରାଶ ହୋଇ ଫେରିବାକୁ ପଡ଼ିଥାଏ। ଏଥିପାଇଁ ବିଭିନ୍ନ କାରଣ ଦାୟୀ ହୋଇଥାଏ। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କୌଣସି କାମରେ ଘରୁ ବାହାରିଲେ ଉଚିତ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଆପଣଙ୍କୁ କୌଣସି ଶୁଭ କାମରେ ଯିବାର ଅଛି ଓ ଆପଣ ଉଚିତ ଦିଗରେ ଘରୁ ବାହାରି ନାହାଁନ୍ତି ତେବେ ଏହା ଅସଫଳ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ସବୁ ବେଳେ ସଠିକ୍‌ ଦିଗରୁ ହିଁ ଘରୁ ବାହାରନ୍ତୁ, ଦେଖିବେ ସଫଳତା ଆପେ ଆପେ ମିଳିବ।
ପୂର୍ବ ଦିଗରେ ଗଲେ ସଫଳତା ମିଳେ

ଯଦି କୌଣସି ବିଶେଷ କାମ ପାଇଁ ବାହାରକୁ ଯିବାର ଅଛି ତେବେ କାମ ଅନୁସାରେ ଅଥବା ଦିନ ଅନୁସାରେ ଘରୁ ବାହାରନ୍ତୁ। କାଠ କାମ, ସ୍ୱାସ୍ଥ୍ୟ ସମ୍ବନ୍ଧିୟ କାମ, ସରକାରୀ କିମ୍ବା ବିଦେଶୀ କମ୍ପାନୀରେ ଚାକିରି ହେବାକୁ ଥିଲେ ଘରୁ ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ବାହାରନ୍ତୁ। ଏହାବାଦ ଯେକୌଣସି କାମ ପାଇଁ ରବିବାର ପୂର୍ବ ଦିଗ ଦେଇ ଘରୁ ବାହାରନ୍ତୁ। ୮ ପାଦ ଆଗକୁ ଯାଇ ପଛକୁ ବୁଲି ପଡ଼ନ୍ତୁ ଓ ଯେଉଁ ଆଡେ ଯିବାକୁ ଚାହୁଁଛନ୍ତି ଯାଇପାରନ୍ତି। ଦେଖିବେ ଆପଣଙ୍କ ଯାତ୍ରା ସଫଳ ହେବ ଓ ଆପଣଙ୍କ କାମ ହୋଇଯିବ। ଯଦି ପୂର୍ବ ଦିଗ ଦେଇ ଘରୁ ବାହାରିବା ସମ୍ଭବ ହେଉନାହିଁ ତେବେ ଗୋଟିଏ ପାନ ଖାଇ ବାହାରନ୍ତୁ।
ଉତ୍ତର ଦିଗରେ ଗଲେ ଧନ ମିଳେ
କାହା ପାଖରୁ ଟଙ୍କା ଆଣିବାର ଅଛି ଅଥବା ରୋଜଗାର ପାଇଁ ଯିବାର ଅଛି, ତେବେ ଘରୁ ଉତ୍ତର ଦିଗ ଦେଇ ବାହାରନ୍ତୁ। ଛାତ୍ର ହୋଇଥିଲେ, ଚାକିରିଆ ଅଥବା ବ୍ୟବସାୟୀ ହୋଇଥିଲେ କିମ୍ବା ସେୟାର ବଜାରରେ ଅର୍ଥ ଲଗାଇଥିଲେ ଉତ୍ତର ଦିଗରେ ଯିବା ଭଲ। ଉତ୍ତର ଦିଗକୁ ମା’ ଲକ୍ଷ୍ମୀ ଏବଂ ଦେବୀ ସରସ୍ୱତୀ ବାସ କରନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି। ତେଣୁ ଘରୁ ପ୍ରଥମେ ଉତ୍ତର ଦିଗ ଦେଇ ବାହାରନ୍ତୁ ଓ ନିଜ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତୁ। ଏହି କାମ ପାଇଁ ରବିବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଶୁଭ ହୋଇଥାଏ। ଘରୁ ଉତ୍ତର ଦିଗରେ ବାହାରି ୮ ପାଦ ଯିବା ପରେ ପଛକୁ ବୁଲି ପଡ଼ନ୍ତୁ ଓ ନିଜ କାମରେ ଯାଆନ୍ତୁ, ଶୁଭ ଫଳ ନିଶ୍ଚିତ ପାଇବେ। ଯଦି ଉତ୍ତର ଦିଗରେ ଯିବା ସମ୍ଭବ ହେଉନାହିଁ ତେବେ ଘରୁ ବାହାରିବା ବେଳେ ମିଠା ଖାଇ ବାହାରନ୍ତୁ।

Related story