ଜାଣନ୍ତୁ ଘରେ କେଉଁଠି ରଖିବେ ତୁଳସୀ ଚଉରା

Ordigital Desk
  • Published: Wednesday, 10 January 2018
  • , Updated: 10 January 2018, 10:27 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦେବଦୁର୍ଲଭା ତୁଳସୀ ବିଷ୍ଣୁଙ୍କର ପ୍ରିୟ। ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଇପାରିବ ନାହିଁ। ତୁଳସୀ ଗଛ ମୂଳରେ ଗଙ୍ଗା ଓ ଡାଳ ପତ୍ରରେ ଅନେକ ଦେବାଦେବୀ ବାସ କରନ୍ତି ବୋଲି ଉଲ୍ଲେଖ ରହିଛି। ତେଣୁ ଚଉରାରେ ତୁଳସୀ ଗଛ ରଖି ପୂଜାକରାଯାଏ। ହେଲେ ଆମେ ଅନେକ ସମୟରେ ଚଉରାକୁ ନିଜ ଇଚ୍ଛା ମୁତାବକ ଦିଗରେ ରଖି ପୂଜା କରିଥାଉ। ଏପରି କରିବା ଅନୁଚିତ। ତୁଳସୀ ଗଛ କିମ୍ବା ତୁଳସୀ ଚଉରା ରଖିବାର ସ୍ୱତନ୍ତ୍ର ଦିଗ ରହିଛି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘରର ଡାହାଣ ପାର୍ଶ୍ୱ କିମ୍ବା ଘରର ଦକ୍ଷିଣ ପାର୍ଶ୍ୱରେ ତୁଳସୀ ଚଉରା ରଖନ୍ତୁ। ଘରୁ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ବାହାରୁଥିଲେ ସେହି ଚଉରା ମୂଳରୁ ଟିକେ ମାଟି ନେଇ ମଥାରେ ମାରନ୍ତୁ। ଦେଖିବେ ଆପଣଙ୍କ ଯାତ୍ରା ସଫଳ ହେବ।</p>

Related story