ଅନେକ ଲୋକ ଚାହାଠୁ ଅଧିକ କଫି ପିଇବାକୁ ଭଲ ପାଆନ୍ତି। ସକାଳୁ ଗୋଟାଏ କପ୍ କଫି ପିଇ ଦେଲେ ଦିନ ସାରା ସତେଜ ଅନୁଭବ ହୁଏ। ଶରୀର ମାନ୍ଦା ଲାଗେ ନାହିଁ। କଫିରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀରକୁ ଅନେକ ଫଇଦା ଦେଇଥାଏ। ହେଲେ ଆପଣ ଜାଣିଛନ୍ତି କି କଫି ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ? ଆସନ୍ତୁ ଜାଣିବା କଫି କେମିତି ସୌନ୍ଦର୍ଯ୍ୟ ବଢ଼ାଇଥାଏ।
୧- କଫିକୁ ମହୁ ସହ ମିଶାଇ ସ୍କ୍ରବ ଭାବେ ବ୍ୟବହାର କଲେ ମୁହଁରେ ଥିବା ଡେଡ୍ ସ୍କିନ୍ ସବୁ ସଫା ହୋଇଯାଏ। ଏହାସହ ସ୍କିନ୍କୁ ମଶ୍ଚରାଇଜ କରି ଶୁଷ୍କପଣ ଦୂର କରିଥାଏ।
୩- କଫି ପାଉଡରରେ ଟି-ଟ୍ରି ଅଏଲ ମିଶାଇ ମୁହଁରେ ମାଲିସ କଲେ ବର୍ଦ୍ଧିତ ବୟସର ଲକ୍ଷଣ କମ୍ ଦେଖାଯାଏ ଓ ଚେହେରାରେ ଚମକ ଆସିଥାଏ।
୪- ମୁହଁରେ କଫି ମାଲିସ କଲେ ତେଲିଆ ଅଂଶ ଓ ବ୍ଲାକହେଡ୍ସ୍ ସମସ୍ୟା ଦୂର ହୋଇଥାଏ।
୬- କଫିରେ ଆଣ୍ଟି ଇମ୍ଫ୍ଲୋମେଟାରୀ ଗୁଣ ରହିଛି। ଏହାଦ୍ୱାରା ଆଖିତଳ କଳା ଦାଗର ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଆଖି ଯଦି ଫୁଲିଥାଏ, ଏହା ତାକୁ ମଧ୍ୟ କମ୍ କରିଥାଏ।
୭- ମୁହଁରେ କଫିର ପେଷ୍ଟ ଲଗାଇବା ଦ୍ୱାରା ଏଥିରେ ଚମକ ଆସିଥାଏ।