କେମିତି ଦୂର କରିବେ କହୁଣି ଓ ଆଣ୍ଠୁର କଳା ଦାଗ?

ପ୍ରାୟ ସମସ୍ତଙ୍କ ପାଖରେ କହୁଣି ଓ ଆଣ୍ଠୁ କଳା ପଡ଼ିବା ସମସ୍ୟା ଦେଖାଦେଇଥାଏ। ଏହା ବ୍ୟତୀତ ଅନେକଙ୍କର କାଖ ତଳ ମଧ୍ୟ କଳା ପଡ଼ିଥାଏ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଣ୍ଠୁ, କହୁଣି ଓ କାଖ ତଳୁ କଳା ଦାଗ ଦୂର କରିବାର କିଛି ଘରୋଇ ଉପଚାର। କମଳା ଚୋପା: କମଳା ଚୋପାକୁ ଖରାରେ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ଏହି ପାଉଡରରେ ଗୋଲାପ ଜଳ ଓ କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ […]

blackspot

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 09:05 AM IST

ପ୍ରାୟ ସମସ୍ତଙ୍କ ପାଖରେ କହୁଣି ଓ ଆଣ୍ଠୁ କଳା ପଡ଼ିବା ସମସ୍ୟା ଦେଖାଦେଇଥାଏ। ଏହା ବ୍ୟତୀତ ଅନେକଙ୍କର କାଖ ତଳ ମଧ୍ୟ କଳା ପଡ଼ିଥାଏ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଣ୍ଠୁ, କହୁଣି ଓ କାଖ ତଳୁ କଳା ଦାଗ ଦୂର କରିବାର କିଛି ଘରୋଇ ଉପଚାର।

କମଳା ଚୋପା: କମଳା ଚୋପାକୁ ଖରାରେ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ଏହି ପାଉଡରରେ ଗୋଲାପ ଜଳ ଓ କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହାକୁ କହୁଣି, ଆଣ୍ଠୁ ଓ କାଖ ତଳେ କଳା ପଡ଼ିଥିବା ସ୍ଥାନରେ ଲଗାଇ ମାଲିସ୍ କରନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିନ୍ତୁ। ଏପରି ପ୍ରତିଦିନ କରନ୍ତୁ। ଲାଭ ପାଇବେ।

ଆଳୁ: ଆଳୁର ଛୋଟ ଖଣ୍ଡକୁ କହୁଣି, ଆଣ୍ଠୁ ଓ କାଖ ତଳରେ କଳା ପଡ଼ିଥିବା ସ୍ଥାନରେ ଘଷନ୍ତୁ। ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି ଦିନରେ ଦୁଇଥର ଲେଖାଏଁ କଲେ ବହୁତ ଶୀଘ୍ର କଳା ଦାଗ ଆଉ ରହିବନି।

ନଡ଼ିଆ ତେଲ:  ଏକଚାମଚ ନଡ଼ିଆ ତେଲରେ ଏକ ଚାମଚ ଅଖରୋଟ ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ସ୍କ୍ରବ୍ ପରି ଅଣ୍ଡର ଆର୍ମ, ଆଣ୍ଠୁ ଓ କହୁଣିରେ ଲଗାଇ ୩ ମିନିଟ ଯାଏଁ ରଖନ୍ତୁ। ପରେ ଏହାକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ଏହାପରେ ରାତିରେ ଶୋଇବା ପୂର୍ବରୁ ଗୋଡ଼ ହାତ ଧୋଇ ଭଲ ଭାବେ ପୋଛି ଦିଅନ୍ତୁ। ପରେ କଳା ପଡ଼ିଥିବା ସ୍ଥାନରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ।

କାକୁଡ଼ି:  କାକୁଡ଼ି ରସରେ ହଳଦୀ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଓ କାଖ ତଳ, କହୁଣି ଏବଂ ଆଣ୍ଠୁରେ କଳା ପଡ଼ିଥିବା ସ୍ଥାନରେ ଲଗାଇ ଅଧାଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ପ୍ରତିଦିନ କରନ୍ତୁ, ବହୁତ ଶୀଘ୍ର ଫରକ ଜାଣିପାରିବେ।

 

Related story