କେମିତି ଜାଣିବେ କେଉଁଟି ଅସଲି ଓ କେଉଁଟି ନକଲି ବ୍ରାଣ୍ଡ

ଆଜିକାଲି ମାର୍କେଟରେ ପ୍ରାୟ ସବୁ ବ୍ରାଣ୍ଡର ନକଲି ଜିନିଷ ମିଳୁଛି। ଏସବୁ ନକଲି ବ୍ରାଣ୍ଡର ଜିନିଷ ଦେଇ ଦୋକାନୀମାନେ ଗ୍ରାହକମାନଙ୍କୁ ଠକିବା ଏକ ସାଧାରଣ କଥା ହୋଇଗଲାଣି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଅସଲି ଓ ନକଲି ବ୍ରାଣ୍ଡ ଜିନିଷ ଭିତରେ କିପରି ଫରକ ଜାଣିବେ। ୧. ବ୍ରାଣ୍ଡେଡ୍ ପୋଷାକର ଫିଟିଙ୍ଗ୍ ପୂରା ପରଫେକ୍ଟ ରହିଥାଏ। ଏଥିରେ ଯେଉଁ ନମ୍ବର୍‌ର ସାଇଜ୍ ଲେଖାହୋଇଥାଏ ବାସ୍ତବରେ ଏହା ସେଇ ସାଇଜ୍‌ର ହିଁ ହୋଇଥାଏ। ନକଲି ପୋଷାକ ପରି […]

consumerism-what-do-you-really-need

Rakesh Mallick
  • Published: Sunday, 26 November 2017
  • , Updated: 26 November 2017, 01:18 PM IST

ଆଜିକାଲି ମାର୍କେଟରେ ପ୍ରାୟ ସବୁ ବ୍ରାଣ୍ଡର ନକଲି ଜିନିଷ ମିଳୁଛି। ଏସବୁ ନକଲି ବ୍ରାଣ୍ଡର ଜିନିଷ ଦେଇ ଦୋକାନୀମାନେ ଗ୍ରାହକମାନଙ୍କୁ ଠକିବା ଏକ ସାଧାରଣ କଥା ହୋଇଗଲାଣି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଅସଲି ଓ ନକଲି ବ୍ରାଣ୍ଡ ଜିନିଷ ଭିତରେ କିପରି ଫରକ ଜାଣିବେ।

୧. ବ୍ରାଣ୍ଡେଡ୍ ପୋଷାକର ଫିଟିଙ୍ଗ୍ ପୂରା ପରଫେକ୍ଟ ରହିଥାଏ। ଏଥିରେ ଯେଉଁ ନମ୍ବର୍‌ର ସାଇଜ୍ ଲେଖାହୋଇଥାଏ ବାସ୍ତବରେ ଏହା ସେଇ ସାଇଜ୍‌ର ହିଁ ହୋଇଥାଏ। ନକଲି ପୋଷାକ ପରି ନମ୍ବର ଗୋଟେ ଓ ସାଇଜ ଆଉ ଗୋଟେ ହୋଇ ନଥାଏ। ତେବେ ଏହି ଫରକ ଜାଣିବା ପାଇଁ କୌଣସି ପୋଷାକ କିଣିବା ପୂର୍ବରୁ ଥରେ ଟ୍ରାଏଲ୍‌ କରି ଦେଖନ୍ତୁ ଆପଣ ଫିଟିଙ୍ଗ୍‌ ସାଇଜ ସହ ଡ୍ରେସରେ ଲେଖାଥିବା ନମ୍ବର ମିଶୁଛି କି ନାହିଁ।

୨. ସବୁ ବ୍ରାଣ୍ଡେଡ୍ ଜିନିଷରେ କମ୍ପାନୀର ଲେଭ୍‌ଲ ଲାଗିଥାଏ। କୌଣସି ବ୍ରାଣ୍ଡେଡ୍ ଜିନିଷ କିଣିଲା ବେଳେ ଧ୍ୟାନ ଦିଅନ୍ତୁ ଯେ କମ୍ପାନୀର ଲେଭଲ୍ ବାହାର ପଟେ ଅଛି ନା ଭିତର ପଟେ। କାରଣ ଅସଲି ବ୍ରାଣ୍ଡ ଜିନିଷର ଲେଭ୍‌ଲ ସବୁବେଳେ ଭିତର ପଟେ ଥାଏ। ଏବଂ ନକଲି ବ୍ରାଣଡର ଜିନିଷର ଲେଭ୍‌ଲ ବାହାର ପଟେ ଥାଏ।

୩. ବ୍ରାଣ୍ଡେଡ୍ ଜୋତା, ପର୍ସ, ବ୍ୟାଗ୍ ପରି ଜିନିଷ ନେବାବେଳେ ସବୁବେଳେ ଦେଖନ୍ତୁ ଯେ ଜିନିଷରେ ଫିନିସିଙ୍ଗ୍ ଠିକ୍ ଅଛି କି ନାହିଁ। କାରଣ ବ୍ରାଣ୍ଡେଡ କମ୍ପାନୀ ପ୍ରଡକ୍ଟର କ୍ୱାଲିଟି ଓ ଫିନିସିଙ୍ଗ୍ ଉପରେ ବହୁତ ଧ୍ୟାନ ରଖାଯାଏ। ଯଦି କୌଣସି ଜିନିଷର ଫିନିସିଙ୍ଗ୍ ଠିକ୍ ନାହିଁ, ତେବେ ଜାଣିଯାଆନ୍ତୁ ଯେ ଏହା ନକଲି । ଏହାକୁ ଆଣିବା ପରେ ଘରେ ଦେଖିବେ ଯେ କୌଣସି ନା କୌଣସି ଜାଗାରେ ଏଥିରେ ଡ୍ୟାମେଜ୍ ଥିବ।

୪. ବ୍ରାଣ୍ଡେଡ୍ କପଡ଼ାର ଷ୍ଟିଚିଂ ବହୁତ ଜବରଦସ୍ତ ହୋଇଥାଏ। ଏହାର ସିଲେଇ ଖୋଲିବା କିମ୍ବା ଫାଟିବାର ବହୁତ କମ୍ ଚାନ୍‌ସ୍ ରହିଥାଏ। ହେଲେ ନକଲି କପଡ଼ାର ଷ୍ଟିଚିଂ ବହୁତ ଦୁର୍ବଳ ହୋଇଥାଏ। ଏହା ବହୁତ ଜଲଦି ଫାଟିଯାଏ।

ସପିଂ କରିବା ସମୟରେ ଆପଣ ଯଦି ଏହି ସବୁ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବେ, ତାହେଲେ ଠକାମୀରୁ ବଞ୍ଚିଯିବେ।

Related story