କେତେବେଳେ ଓ କେମିତି ସ୍ନାନ କରୁଛନ୍ତି? ସ୍ୱାସ୍ଥ୍ୟ ଓ ଧନ ଉପରେ ପଡ଼ିଥାଏ ଏହାର ପ୍ରଭାବ

ଶାସ୍ତ୍ରରେ ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ କୁହାଯାଇଛି। ପୁଣି ସେଗୁଡ଼ିକ ମଧ୍ୟରୁ ଅନେକର ପ୍ରୟୋଗ ନିର୍ଦ୍ଦିଷ୍ଟ ସମୟରେ କରିବାକୁ କୁହାଯାଇଛି। ଗାଧୋଇବା ଅବା ସ୍ନାନ କରିବା ସମୟରେ ମଧ୍ୟ କିଛି ଉପାୟକୁ ଆପଣାଇଲେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବା ସହିତ ସ୍ୱାସ୍ଥ୍ୟ ଭଲ ରହେ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ସ୍ନାନ କରିବା ସମୟରେ କେଉଁ ସବୁ ନିୟମ ଅବଲମ୍ବନ କଲେ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଶାସ୍ତ୍ରରେ ଭୋରରୁ […]

bath

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 10:05 AM IST

ଶାସ୍ତ୍ରରେ ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ କୁହାଯାଇଛି। ପୁଣି ସେଗୁଡ଼ିକ ମଧ୍ୟରୁ ଅନେକର ପ୍ରୟୋଗ ନିର୍ଦ୍ଦିଷ୍ଟ ସମୟରେ କରିବାକୁ କୁହାଯାଇଛି। ଗାଧୋଇବା ଅବା ସ୍ନାନ କରିବା ସମୟରେ ମଧ୍ୟ କିଛି ଉପାୟକୁ ଆପଣାଇଲେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବା ସହିତ ସ୍ୱାସ୍ଥ୍ୟ ଭଲ ରହେ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ସ୍ନାନ କରିବା ସମୟରେ କେଉଁ ସବୁ ନିୟମ ଅବଲମ୍ବନ କଲେ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

  • ଶାସ୍ତ୍ରରେ ଭୋରରୁ ସ୍ନାନ କରିବାକୁ କୁହାଯାଇଛି। ଭୋରରୁ ସ୍ନାନ କଲେ ସମସ୍ତ ପାପ ନାଶ ହୁଏ ଏବଂ ପୂଣ୍ୟ ମିଳିଥାଏ ବୋଲି କୁହାଯାଏ। ଭୋରରୁ ସ୍ନାନ କରି ପୂଜା ପାଠ କଲେ ଶୁଭ ଫଳ ମିଳିଥାଏ।
  • ଧନ ଓ ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଥିବା ଲୋକେ ସବୁଦିନେ ସ୍ନାନ କରିବା ଉଚିତ।
  • ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ରୂପ, ତେଜ, ବଳ, ପବିତ୍ରତା, ଆୟୁ ଓ ଆରୋଗ୍ୟ ଆଦି ପାଇବାକୁ ଚାହୁଁଥିଲେ ପ୍ରତିଦିନ ସ୍ନାନ କରନ୍ତୁ।
  • ତେଲ ଓ ଦହି ଲଗାଇ ନଦୀରେ ସ୍ନାନ କରିବା ନିଷେଧ କରାଯାଇଛି। ତେଣୁ ପ୍ରଥମେ ନଦୀ ତଟରେ ଶରୀରକୁ ଭଲ ଭାବେ ସଫା କରି ଦିଅନ୍ତୁ ଓ ତା’ପରେ ନଦୀରେ ବୁଡ଼ ପକାନ୍ତୁ।
  • ବେମାର ଥିବା ସମୟରେ ଓଦା କପଡାରେ ଶରୀରକୁ ପୋଛିବା ମଧ୍ୟ ଏକ ପ୍ରକାର ସ୍ନାନ।
  • ନଦୀରେ ପ୍ରବାହିତ ଜଳ ଧାରା ଏବଂ ସୂର୍ଯ୍ୟ ଆଡକୁ ମୁହଁ କରି ସ୍ନାନ କରିବା ଉଚିତ।
  • ନଦୀରେ ସ୍ନାନ କରିବା ସମୟରେ ତିନି, ପାଞ୍ଚ, ସାତ, କିମ୍ବା ବାର ଥର ବୁଡ଼ ପକାଇ ସ୍ନାନ କରନ୍ତୁ। ଏହା ଦ୍ୱାରା ଜୀବନରେ ଯଶ ଓ ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ।
  • ଯେଉଁ ତୁଠରେ ଲୁଗା ସଫା କରାଯାଏ, ସେହି ଜଳ ଅପବିତ୍ର ହୋଇଥାଏ। ତେଣୁ ଲୁଗା ସଫା କରାଯାଉଥିବା ତୁଠରୁ ଦୂରରେ ସ୍ନାନ କରିବା ଭଲ।

Related story