ଫଳ ଚୋପା ଫିଙ୍ଗି ଦେଉଛନ୍ତି କି? ଜାଣନ୍ତୁ ଏହାକୁ ବ୍ୟବହାର କରି କେମିତି ବଢ଼ାଇ ପାରିବେ ତ୍ୱଚାର ସୌନ୍ଦର୍ଯ୍ୟ  

ଆମେ ଫଳ ଓ ପରିବା ଖାଇବା ପରେ ଚୋପାକୁ ଫୋପାଡ଼ି ଦେଇଥାଉ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଫଳ ଓ ପରିବା ଚୋପାରେ ଯେଉଁ ଭିଟାମିନ ରହିଛି ତାହା ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ସହ ତ୍ୱଚା ସମ୍ୱନ୍ଧୀୟ ଅନେକ  ସମସ୍ୟାକୁ ଦୂର କରିପାରେ। ଆୟୁର୍ବେଦରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚୋପାର ପ୍ରୟୋଗ କରାଯିବାର ପୁରୁଣା ପରମ୍ପରା ରହିଛି । ଆସନ୍ତୁ ଜାଣିବା ଫଳ ଚୋପାରୁ କିପରି  ସୌନ୍ଦର୍ଯ୍ୟ ବଢ଼ାଇପାରିବେ। – ଖରାରେ ବୁଲି ମୁହଁ କଳା ପଡିଯାଇଥିଲେ […]

fruitskin

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 09:44 AM IST

ଆମେ ଫଳ ଓ ପରିବା ଖାଇବା ପରେ ଚୋପାକୁ ଫୋପାଡ଼ି ଦେଇଥାଉ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଫଳ ଓ ପରିବା ଚୋପାରେ ଯେଉଁ ଭିଟାମିନ ରହିଛି ତାହା ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ସହ ତ୍ୱଚା ସମ୍ୱନ୍ଧୀୟ ଅନେକ  ସମସ୍ୟାକୁ ଦୂର କରିପାରେ। ଆୟୁର୍ବେଦରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚୋପାର ପ୍ରୟୋଗ କରାଯିବାର ପୁରୁଣା ପରମ୍ପରା ରହିଛି । ଆସନ୍ତୁ ଜାଣିବା ଫଳ ଚୋପାରୁ କିପରି  ସୌନ୍ଦର୍ଯ୍ୟ ବଢ଼ାଇପାରିବେ।

- ଖରାରେ ବୁଲି ମୁହଁ କଳା ପଡିଯାଇଥିଲେ କମଳା ଓ ଲେମ୍ୱୁ ଚୋପା ବ୍ୟବହାର କରନ୍ତୁ। ଏହି ଚୋପାକୁ ଖରାରେ ଶୁଖାଇ ଭଲ ଭାବେ ଗୁଣ୍ଡ କରନ୍ତୁ। ଏହି ଗୁଣ୍ଡରେ କଞ୍ଚା କ୍ଷୀର ଓ ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇଲେ ପୁଣି ମୁହଁର ଚମକ ଫେରିଆସିବ।

- ଡାଳିମ୍ୱ ଓ କମଳା ଚୋପାର ଗୁଣ୍ଡ ସହ ହଳଦୀ ଓ ଲେମ୍ବୁ ରସ ମିଶାଇ ନିୟମିତ ମୁହଁରେ ଲଗାଇଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

- ଲେମ୍ବୁରୁ ରସ ବାହାର କରିବା ପରେ ଏହାର ଚୋପାକୁ ନଫିଙ୍ଗି କହୁଣି, ଆଣ୍ଠୁ, ଆଙ୍ଗୁଳି ଓ ପାଦର ଗୋଇଠିରେ ଘଷନ୍ତୁ। ଏପରି କରିବା ଦ୍ୱାରା ସେଠାରେ ଜମି ଥିବା ମଇଳା ବାହାରିଯାଏ ତ୍ୱଚା କୋମଳ ରହିଥାଏ।

-  ଅମୃତଭଣ୍ଡାର ଚୋପାକୁ ବ୍ୟବହାର କରି ଶରୀରରେ ଥିବା ଜଳାପୋଡ଼ା ଦାଗ ଦୂର କରିପାରିବେ। ଅମୃତଭଣ୍ଡା ଚୋପାକୁ ପୋଡ଼ା ଦାଗ ଥିବା ସ୍ଥାନରେ ଧୀରେ ଧୀରେ ରଗଡ଼ନ୍ତୁ। ନିୟମିତ ଏପରି କଲେ କଳା ଦାଗ ଧୀରେ ଧୀରେ ଦୂର ହୋଇଯିବ।

-  କମଳା ଓ ଲେମ୍ବୁ ଚୋପାର ଗୁଣ୍ଡକୁ ଅଁଳା ପାଣିରେ ମିଶାଇ କେଶ ଧୋଇଲେ କେଶ ଲମ୍ୱା ଓ ଘନ ହୋଇଥାଏ।

- ନଖକୁ ସଫା ରଖିବାକୁ ଏବଂ ଚମକ ଦେବାକୁ ଚାହୁଁଥିଲେ ଲେମ୍ବୁ ଚୋପାରେ ଏହାକୁ ରଗଡ଼ନ୍ତୁ।

-  ଲେମ୍ବୁ ଚୋପାକୁ ଶୁଖାଇ ଏହାର ଗୁଣ୍ଡରେ ସମୁଦ୍ର ଲୁଣ ସହ ମିଶାଇ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ।  ଏହି ଚୂର୍ଣ୍ଣରେ ଦାନ୍ତ ଘସିଲେ ମାଢ଼ି  ମଜଭୁତ ହୋଇଥାଏ।

Related story