ଜାଣନ୍ତୁ କେଉଁ ବାରରେ କେଉଁ ଦିଗକୁ ଯାତ୍ରା କଲେ ଶୁଭ
- Published: Saturday, 25 November 2017
- , Updated: 25 November 2017, 12:28 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବିଭିନ୍ନ ବିଷୟରେ ଜ୍ୟୋତିଷମାନଙ୍କ ପରାମର୍ଶ ନେଉ। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ କିଛି ଲୋକ ଅଛନ୍ତି ବାର ଉପରେ ଧ୍ୟାନ ଦିଅନ୍ତି। କେଉଁ ବାରରେ କେଉଁ ଦିଗକୁ ଯାତ୍ରା କରିବା ଉଚିତ ସେସବୁ ବିଷୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନିଅନ୍ତି। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପ୍ରତିଥର ଘରୁ ବାହାରିବା ସମୟରେ ଜ୍ୟୋତିଷମାନଙ୍କଠୁ ପରାମର୍ଶ ନେବା ଆବଶ୍ୟକ ନାହିଁ। ରବି ଓ ଶୁକ୍ରବାର ପୂର୍ବ ଦିଗକୁ, ସୋମ ଓ ଶନିବାର ପଶ୍ଚିମକୁ, ମଙ୍ଗଳ ଓ ଶନିବାର ଦକ୍ଷିଣକୁ, ବୁଧ ଓ ଗୁରବାର ଉତ୍ତର ଦିଗକୁ ଯାତ୍ରା କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।</p>