ପ୍ରତ୍ୟେକ ମଣିଷର ବ୍ୟକ୍ତିତ୍ୱ ଅଲଗା ଅଲଗା। ମଣିଷର ବ୍ୟକ୍ତିତ୍ୱ ତାର ହାବଭାବରୁ ଜାଣି ହୁଏ। ଏପରିକି ଶୋଇବା ଶୈଳୀରୁ ବି ବ୍ୟକ୍ତିତ୍ୱ ଜାଣି ହୁଏ। ସମୁଦ୍ର ଶାସ୍ତ୍ରରେ ଏ ବିଷୟରେ ବହୁତ କିଛି ସୂଚନା ଦିଆଯାଇଛି। ଆସନ୍ତୁ ଜାଣିବା ସେ ବିଷୟରେ...
-ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁମାନେ ବାରମ୍ବାର କଡ଼ ବଦଳାନ୍ତି ସେମାନେ କୌଣସି କଥାକୁ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରନ୍ତି।
- କିଛି ବ୍ୟକ୍ତି ଶରୀରକୁ ମୋଡ଼ି ଶୁଅନ୍ତି। ଏପରି ବ୍ୟକ୍ତି ଆରାମ କରିବାକୁ ଅଧିକ ପସନ୍ଦ କରନ୍ତି। ଜୀବନରେ ଅଧିକରୁ ଅଧିକ ଖୁସି ଚାହାଁନ୍ତି। ଏପରି ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ କମ୍ ରହିଥାଏ।
- ଯେଉଁ ବ୍ୟକ୍ତି ହାତକୁ ମୋଡ଼ି ପେଟ ଉପରେ ରଖି ଶୁଅନ୍ତି ସେମାନେ ସ୍ୱପ୍ନର ଦୁନିଆରେ ବଞ୍ଚନ୍ତି। ନିଜ ଜୀବନକୁ ନେଇ ବେଶ୍ ଖୁସି ଥାଆନ୍ତି। ସେମାନେ ବଡ଼ ବଡ଼ ସ୍ୱପ୍ନ ଦେଖିବାକୁ ପସନ୍ଦ କରନ୍ତି।
- କିଛି ଲୋକ ଗୋଡ଼ ଉପରେ ଗୋଡ଼ ରଖି ଶୁଅନ୍ତି। ଏମାନେ ଅନ୍ୟମାନଙ୍କୁ ନେଇ ଅଧିକ ଚିନ୍ତା କରନ୍ତି। ସେମାନେ କଦାପି ଚାହାଁନ୍ତି ନାହିଁ ଯେ ସେମାନଙ୍କ ପାଇଁ ଅନ୍ୟମାନେ ଦୁଃଖ ପାଆନ୍ତୁ।