ଦିନ ସମୟରେ କ’ଣ କଲେ ମଙ୍ଗଳ ହୁଏ ଜାଣନ୍ତୁ

Ordigital Desk
  • Published: Saturday, 05 May 2018
  • , Updated: 05 May 2018, 07:58 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁହାଯାଏ ମୌନତାରେ ଜୀବନର ସାର୍ଥକତା ନିହିତ। ଶାନ୍ତିପୂର୍ଣ୍ଣ ଜୀବନ ଏବଂ ଲକ୍ଷ୍ୟ ପ୍ରାପ୍ତି ପାଇଁ ମୌନତା ଅବଲମ୍ବନ କରିବା ଉଚିତ। ଏହାଦ୍ୱାରା ଆମ ଶରୀରକୁ ଉତ୍ତେଜିତ କରୁଥିବା ବାହ୍ୟ ମାଧ୍ୟମ ଗୁଡିକ ଯଥା ବେତାର ଯନ୍ତ୍ର, ଦୂରଦର୍ଶନ, ପୁସ୍ତକ ଆଦିର ଉପଯୋଗ କିଛି ସମୟ ପାଇଁ ବନ୍ଦ ହୋଇଯାଏ। ଚୁପ୍&zwnj; ରହିବା ଦ୍ୱାରା ପ୍ରଥମେ ମନରେ ବିଭିନ୍ନ ସମସ୍ୟାକୁ ନେଇ କୋଳାହଳ ବୃଦ୍ଧିପାଏ, କିନ୍ତୁ ଧୈର୍ଯ୍ୟ ପୂର୍ବକ ଅପେକ୍ଷା କଲେ ଏହା କ୍ରମଶଃ କ୍ଷୀଣ ହେଇଯାଏ। ଏହାଦ୍ୱାରା ବ୍ୟକ୍ତି ଶାନ୍ତି ଆହରଣ କରିବାକୁ ଲାଗେ। ସପ୍ତାହକୁ ଥରେ ମୌନ ରହିବା ଉଚିତ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଯଦି ପାରୁଛନ୍ତି ପ୍ରତ୍ୟେକ ଦିନ କିଛି ଘଣ୍ଟା ପାଇଁ ଆପଣ ମୌନ ରହିଗଲେ ଭଲ। ଖାସ୍&zwnj; କରି ଦିନ ସମୟରେ ଅଧିକାଶଂ ସମୟ ଚୁପ୍&zwnj; ରହିବାକୁ ଚେଷ୍ଟା କରନ୍ତୁ। (ଦେଖନ୍ତୁ ଭିଡିଓ)</p>

Related story