ସିନ୍ଦୂର ଲଗାଇବା ବେଳେ କେବେ ଫରୁଆ ହାତରୁ ଖସିଛି କି?
- Published: Friday, 30 March 2018
- , Updated: 30 March 2018, 08:32 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସିନ୍ଦୂର ଓ ମଙ୍ଗଳସୂତ୍ର ହେଉଛି ଏକ ସଧବା ନାରୀର ପ୍ରତୀକ। ମଥାରେ ସିନ୍ଦୂର ଓ ବେକରେ ମଙ୍ଗଳସୂତ୍ରଟେ ଥିଲେ ଗୋଟେ ନାରୀ ସଧବା ବୋଲି ଜଣାଯାଏ। ଗୋଟେ ସଧବା ନାରୀର କାମ ହେଉଛି ପ୍ରତ୍ୟକ ଦିନ ମଥାରେ ସିନ୍ଦୂର ପିନ୍ଧିବା। ଏହା କେବଳ କାମ ନୁହେଁ, ତାଙ୍କ କର୍ତ୍ତବ୍ୟ ଓ ଧର୍ମ ମଧ୍ୟ। ତେବେ ସିନ୍ଦୂର ଲଗାଇବା ସମୟରେ କେବେ କେବେ ହାତରୁ ସିନ୍ଦୂର ଫରୁଆ ଖସିଯାଏ ଏବଂ ମଙ୍ଗଳସୂତ୍ର ଆପେ ଆପେ ଛିଡିଯାଏ। ଯଦି ଏପରି ହୋଇଛି, ତେବେ ଏହା ଅଶୁଭ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏହି ଅଶୁଭତ୍ୱକୁ ଦୂର କରିବା ପାଇଁ ମା ବୃନ୍ଦାବତୀଙ୍କ ପାଖରେ ଦୀପଟିଏ ଜାଳନ୍ତୁ ଏବଂ ଖଣ୍ଡେ ବେଗୁନିଆ ଗଛର ଡାଳ ତୁରନ୍ତ ଭାଙ୍ଗି ଦିଅନ୍ତୁ। ଏହା କଲେ ଅଶୁଭ ଦୋଷ ଦୂର ହୋଇଯିବ।</p>