ରାଶି ଅନୁସାରେ ସକାଳେ କ’ଣ ପିଇଲେ ବଦଳିଯିବ ଭାଗ୍ୟ

ସାଧାରଣତଃ କିଛି ଲୋକ ଅଛନ୍ତି ସକାଳେ ଉଠିବା ପରେ ଚା’ ପିଇବାକୁ ଭଲ ପାଆନ୍ତି। ଏମିତି ବି କିଛି ଲୋକ ଅଛନ୍ତି ଗରମ ପାଣି କିମ୍ୱା ଥଣ୍ଡା ପାଣି ପିଇ ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି। ତେବେ ସକାଳେ ଏମିତି କିଛି ପାନୀୟ ପିଅନ୍ତୁ ଯାହାଦ୍ୱାରା ଗ୍ରହର ଶୁଭ ଦୃଷ୍ଟି ପଡ଼ିବା ସହ ଆପଣଙ୍କ ଭାଗ୍ୟ ବଦଳିଯିବ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ ସକାଳେ କ’ଣ ପିଇଲେ ଭାଗ୍ୟରେ ଚାରଚାନ୍ଦ ଲାଗିଯିବ। ମେଷ: ସକାଳେ ଉଠି ଅଦା ମିଶ୍ରିତ […]

tea

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 12:10 PM IST

ସାଧାରଣତଃ କିଛି ଲୋକ ଅଛନ୍ତି ସକାଳେ ଉଠିବା ପରେ ଚା’ ପିଇବାକୁ ଭଲ ପାଆନ୍ତି। ଏମିତି ବି କିଛି ଲୋକ ଅଛନ୍ତି ଗରମ ପାଣି କିମ୍ୱା ଥଣ୍ଡା ପାଣି ପିଇ ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି। ତେବେ ସକାଳେ ଏମିତି କିଛି ପାନୀୟ ପିଅନ୍ତୁ ଯାହାଦ୍ୱାରା ଗ୍ରହର ଶୁଭ ଦୃଷ୍ଟି ପଡ଼ିବା ସହ ଆପଣଙ୍କ ଭାଗ୍ୟ ବଦଳିଯିବ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ ସକାଳେ କ’ଣ ପିଇଲେ ଭାଗ୍ୟରେ ଚାରଚାନ୍ଦ ଲାଗିଯିବ।

ମେଷ: ସକାଳେ ଉଠି ଅଦା ମିଶ୍ରିତ ଚା’ ପିଇପାରିବେ। ଯଦି ଚା’ ପିଇବାକୁ ପସନ୍ଦ କରୁନଥିଲେ ପାଣିରେ ଅଳ୍ପ ଅଦା ପକାଇ ପିଅନ୍ତୁ।

ବୃଷ: କ୍ଷୀର ଚା’ରେ ଅଳ୍ପ ମାତ୍ରାରେ ମିଶ୍ରି ପକାଇ ପିଅନ୍ତୁ। ନହେଲେ ଗୋଟିଏ ଚାମଚ ଦହି ପକାଇ ପାଣି ପିଇପାରିବେ।

ମିଥୁନ: ଏହି ରାଶିର ବ୍ୟକ୍ତି ଚା’ରେ ଅଳେଇଚ ପକାଇ ପିଇପାରିବେ। କିମ୍ୱା ପାଣିରେ ତୁଳସୀପତ୍ର ପକାଇ ପିଅନ୍ତୁ।

କର୍କଟ: ମିଶ୍ରି ପକାଇ କ୍ଷୀର ଚା’ ପିଅନ୍ତୁ। ନଚେତ୍‌ ଅଳ୍ପ ଦହି ପକାଇ ପାଣି ପିଅନ୍ତୁ।

ସିଂହ: କ୍ଷୀର ଚା’ରେ ଡାଲଚିନି ପକାଇ ପିଅନ୍ତୁ। କିମ୍ୱା ପାଣିରେ ଅଳ୍ପ ଗୁଡ଼ ମିଶାଇ ପିଅନ୍ତୁ।

କନ୍ୟା: ପୁଦିନା ଚା’ କିମ୍ୱା ପାଣିରେ ପାନମହୁରି ପକାଇ ପିଅନ୍ତୁ।

ତୁଳା: ଧନିଆ ପକାଇ ଗ୍ରୀନ ଚା’ ପ୍ରସ୍ତୁତ କରି ପିଅନ୍ତୁ। ନଚେତ୍‌ ଜୁଆଣି ପାଣି ପିଅନ୍ତୁ।

ବିଚ୍ଛା: ଗୋଟିଏ ଭୃସଙ୍ଗ ପତ୍ର ଓ  ଗୁଡ଼ ପକାଇ ଚା’ ପିଅନ୍ତୁ କିମ୍ୱା  ଅଧା ଚାମଚ ମହୁ ପକାଇ ପାଣି ପିଅନ୍ତୁ।

ଧନୁ: ଏହି ରାଶିର ବ୍ୟକ୍ତି କେଶର ମିଶ୍ରିତ ଚା’ ପିଇପାରିବେ। ଏହାସହ ମେଥି ଚବାଇ ପାଣି ପିଇପାରିବେ।

ମକର:  ଲବଙ୍ଗ ଚା’ ପ୍ରସ୍ତୁତ କରି ପିଅନ୍ତୁ। କିମ୍ୱା ଅଳ୍ପ ରାଶି ଚବାଇ ପାଣି ପିଅନ୍ତୁ।

କୁମ୍ଭ: ଚା’ରେ ଗୋଳମରିଚ ପକାଇ ପିଅନ୍ତୁ। ନଚେତ୍ କଳାଜିରା ପକାଇ ପାଣି ପିଇପାରିବେ।

ମୀନ: ଚା’ରେ ତେଜପତ୍ର ପକାଇ ପିଅନ୍ତୁ। କିମ୍ୱା ଛୋଟ କଞ୍ଚା ହଳଦି ଚବାଇ ପାଣି ପିଅନ୍ତୁ।

Related story