ଧନବାନ ପୁରୁଷଙ୍କୁ ଜାଣିବେ ଏମିତି

ପୂର୍ବରୁ ଦ୍ରବ୍ୟ ଅଦଳ ବଦଳରେ ଲୋକେ ନିଜ ଆବଶ୍ୟକତା ପୂରଣ କରୁଥିଲେ। ହେଲେ ସମୟ ବଦଳିବା ସହ ଏହି ପରମ୍ପରାରେ ପରିବର୍ତ୍ତନ ଘଟିଛି। ଏବେ ଦ୍ରବ୍ୟ ଅଦଳ ବଦଳର ସ୍ଥାନ ନେଇଛି ଅର୍ଥ ବା ଟଙ୍କା। ଆଜିକାଲି ବିନା ଅର୍ଥରେ କିଛି ବି କାମ ହେଉନାହିଁ। ଯାହା ପାଖରେ ଯେତେ ଅର୍ଥ ଅଛି ସମାଜରେ ତା’ର ପ୍ରତିଷ୍ଠା ସେତେ ଅଧିକ ବୋଲି ଲୋକେ ଧରି ନେଉଛନ୍ତି। ଧନୀ ହେବାକୁ ଲୋକେ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। […]

rich

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 08:53 AM IST

ପୂର୍ବରୁ ଦ୍ରବ୍ୟ ଅଦଳ ବଦଳରେ ଲୋକେ ନିଜ ଆବଶ୍ୟକତା ପୂରଣ କରୁଥିଲେ। ହେଲେ ସମୟ ବଦଳିବା ସହ ଏହି ପରମ୍ପରାରେ ପରିବର୍ତ୍ତନ ଘଟିଛି। ଏବେ ଦ୍ରବ୍ୟ ଅଦଳ ବଦଳର ସ୍ଥାନ ନେଇଛି ଅର୍ଥ ବା ଟଙ୍କା। ଆଜିକାଲି ବିନା ଅର୍ଥରେ କିଛି ବି କାମ ହେଉନାହିଁ। ଯାହା ପାଖରେ ଯେତେ ଅର୍ଥ ଅଛି ସମାଜରେ ତା’ର ପ୍ରତିଷ୍ଠା ସେତେ ଅଧିକ ବୋଲି ଲୋକେ ଧରି ନେଉଛନ୍ତି। ଧନୀ ହେବାକୁ ଲୋକେ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଧନପ୍ରାପ୍ତି ପାଇଁ କୁପଥକୁ ମଧ୍ୟ ଆପଣେଇ ନେଉଛନ୍ତି। ବିଶେଷ କରି ନାରୀଙ୍କ ତୁଳନାରେ ପୁରୁଷମାନଙ୍କ ଉପରେ ପରିବାର ଭରଣ ପୋଷଣର ଭାର ଅଧିକ ରହୁଛି। ଫଳରେ ପୁରୁଷମାନେ ଅର୍ଥ ଉପାର୍ଜନ ପାଇଁ କଠିନରୁ କଠିନ ପରିଶ୍ରମ କରୁଛନ୍ତି। ବହୁ ପରିଶ୍ରମ କରି ମଧ୍ୟ କିଛି ଲୋକ ଧନବାନ ହୋଇପାରୁ ନାହାଁନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ଧନବାନ ହେବ କି ନାହିଁ ଏହା ଆପଣଙ୍କ ଶରୀରରେ ଥିବା ସଙ୍କେତରେ ଲୁଚି ରହିଛି। ଏନେଇ ସମୁଦ୍ର ଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ଶରୀରରେ କେଉଁଠି କେଉଁ ସଙ୍କେତ ଥିଲେ ଜଣେ ଧନବାନ ହେବାର ଯୋଗ ରହିଛି ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି।

ଆଙ୍ଗୁଠିର ମୂଳରେ ୟବ (ଦାନା ଆକୃତିର ଚିହ୍ନ) ଥିବା ପୁରୁଷମାନେ ପୁତ୍ରବାନ ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ଚିହ୍ନ ଲମ୍ବାଳିଆ ହୋଇଥିବ ସେମାନେ ଭାଗ୍ୟବାନ ଓ ଦୀର୍ଘାୟୁ ହୋଇଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି।

ଧନୀ ପୁରୁଷଙ୍କ ହାତର ରେଖା ଚିକ୍କଣ ଓ ଗାଢ଼ ହୋଇଥାଏ। ଦରିଦ୍ର୍ୟ ପୁରୁଷଙ୍କ ହାତ ରେଖା ଏହାର ବିପରୀତ ହୋଇଥାଏ। ମୋଟା ଆଙ୍ଗୁଳି ଥିବା ବ୍ୟକ୍ତି ଦାରିଦ୍ର୍ୟ ହୋଇଥିବା ବେଳେ ପତଳା ଆଙ୍ଗୁଳିର ବ୍ୟକ୍ତି ଧନବାନ ହୋଇଥାନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି।

ଯାହା ହାତରେ ଚକ୍ର, ଖଣ୍ଡା, ଫରସା, ତୋମର, ଶକ୍ତି, ଧନୁ ଓ ଭାଲ ପରି ରେଖା ଥାଏ ସେମାନଙ୍କୁ ସେନା ଓ ପୋଲିସ ଆଦିରେ ଉଚ୍ଚ ପଦବୀରେ ସହଜରେ ବସି ପାରିବେ। ଯାହା ହାତ ପାପୁଲିରେ ଲମ୍ବା ଓ ସିଧା ରେଖା ଥାଏ ସେ ପୁରୁଷଙ୍କୁ ସମାଜରେ ବହୁତ ମାନସମ୍ମାନ ମିଳିଥାଏ।

ଯେଉଁମାନଙ୍କ ହାତରେ ମକର, ଧ୍ୱଜ, କୋଷ୍ଠ ଓ ମନ୍ଦିରର ଚିହ୍ନ ରହିଥାଏ ସେ ପୁରୁଷ ବହୁତ ଧନୀ ହୋଇଥାନ୍ତି।

ଯେଉଁ ପୁରୁଷଙ୍କ ହାତରେ ଦେବମନ୍ଦିର ଓ ତ୍ରିକୋଣ ଚିହ୍ନ ଥାଏ ସେମାନେ ଧର୍ମାତ୍ମା ହୋଇଥାନ୍ତି। ଆଙ୍ଗୁଠି ମୂଳରେ ମୋଟା ରେଖା ଥିଲେ ପୁତ୍ରପ୍ରାପ୍ତି ଏବଂ ସରୁ ରେଖା ଥିଲେ କନ୍ୟାପ୍ରାପ୍ତିକୁ ବୁଝାଇଥାଏ ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି।

Related story