ରେଳବାଇରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କେଉଁ ବିଭାଗରେ ଖାଲି ଅଛି ପଦବୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପୁଣି ଏକ ନିଯୁକ୍ତି ସୁଯୋଗ। ଏଥର ଟେକ୍ନିସିଆନ୍‌ ବିଭାଗରେ ଖାଲିଥିବା ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛି ରେଳବାଇ। ତେବେ ଏହାର ଚୟନ ପ୍ରକ୍ରିୟା ଗ୍ରୁପ୍‌ ‘ସି’ ଓ ଗ୍ରୁପ୍ ‘ଡି’ଠାରୁ ଅଲଗା ହେବ। ଏ ବିଷୟରେ ସବିଶେଷ ତଥ୍ୟ ଆସନ୍ତୁ ଜାଣିବା। ଖାଲିଥିବା ପଦବୀ: ୬୫ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିରେ ଇଲେକ୍ଟ୍ରିସିଆନ୍‌ ପାଇଁ ୩୮ ପୋଷ୍ଟ ଖାଲିଥିବା ବେଳେ ଟେଲିକମ୍‌ ମେଣ୍ଟେନର ପାଇଁ ୨୭ଟି ପଦବୀ ଖାଲି […]

konkonaa

Rakesh Mallick
  • Published: Tuesday, 27 March 2018
  • , Updated: 28 March 2018, 09:30 AM IST

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପୁଣି ଏକ ନିଯୁକ୍ତି ସୁଯୋଗ। ଏଥର ଟେକ୍ନିସିଆନ୍‌ ବିଭାଗରେ ଖାଲିଥିବା ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛି ରେଳବାଇ। ତେବେ ଏହାର ଚୟନ ପ୍ରକ୍ରିୟା ଗ୍ରୁପ୍‌ 'ସି' ଓ ଗ୍ରୁପ୍ 'ଡି'ଠାରୁ ଅଲଗା ହେବ। ଏ ବିଷୟରେ ସବିଶେଷ ତଥ୍ୟ ଆସନ୍ତୁ ଜାଣିବା।

ଖାଲିଥିବା ପଦବୀ: ୬୫ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିରେ ଇଲେକ୍ଟ୍ରିସିଆନ୍‌ ପାଇଁ ୩୮ ପୋଷ୍ଟ ଖାଲିଥିବା ବେଳେ ଟେଲିକମ୍‌ ମେଣ୍ଟେନର ପାଇଁ ୨୭ଟି ପଦବୀ ଖାଲି ରହିଛି। ଦରମା ଯଥାକ୍ରମେ ୯୩୦୦ରୁ ୩୪୮୦୦ ଟଙ୍କା ପର୍ଯ୍ୟନ୍ତ ରହିବ। ଗ୍ରେଡ୍‌ ପେ ୩୮୦୦ ଟଙ୍କା ହେବ।

ଯୋଗ୍ୟତା: ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଅତି କମ୍‌ରେ ୧୦ମ ଶ୍ରେଣୀ ସହିତ ଆଇଟିଆଇ ପାସ୍‌ କରିଥିବା ଆବଶ୍ୟକ। ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ନିହାତି ଆବଶ୍ୟକ। ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ କୋହଳ ବ୍ୟବସ୍ଥା ରହିଛି।

ଆବେଦନ ଫି: ଏହି ପଦବୀରେ ଆବେଦନ କରିବା ପାଇଁ ଏହାର ଫି ୫୦୦ ଟଙ୍କା ରଖାଯାଇଛି। ସେହିପରି ଏସ୍‌ସି, ଏସ୍‌ଟି ଓ ପିଡବ୍ଲ୍ୟୁ ବର୍ଗଙ୍କ ପାଇଁ ୧୫୦ ଟଙ୍କା ଫି ରଖାଯାଇଛି। କ୍ରେଡିଟ୍‌ କାର୍ଡ କିମ୍ବା ଡେଭିଟ୍‌ କାର୍ଡ ମାଧ୍ୟମରେ ଆପଣ ଫି ଭରିପାରିବେ।

ଆବେଦନର ପ୍ରକ୍ରିୟା: ଆବେଦନର ଶେଷ ତାରିଖ ୨୨ ଏପ୍ରିଲ୍‌ ୨୦୧୮ ରଖାଯାଇଛି। ଆବେଦନ କରିବାକୁ ହେଲେ ଏହାର ସରକାରୀ ୱେବ୍‌ସାଇଟ୍‌ www.konkanrailway.comକୁ ଅନ୍‌ଲାଇନ୍‌ ଯାଇ ଆବେଦନ କରିପାରିବେ।

ବିଦ୍ର: ଚାକିରି ଆଶାୟୀ ପ୍ରାର୍ଥୀଙ୍କୁ ବିଭିନ୍ନ ବିଭାଗରେ ପ୍ରକାଶ ପାଉଥିବା ପଦ ପଦବୀ ସମ୍ବନ୍ଧୀୟ ସମସ୍ତ ବିବରଣୀ ବିଷୟରେ ଅବଗତ କରାଇବା ଆମର ଉଦ୍ଦେଶ୍ୟ। ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି ଆବେଦନ କରିବାକୁ ଅନୁରୋଧ।

Related story