ମଣିଷ ଶରୀରରେ ବେଗର ବହୁତ ଗୁରୁତ୍ୱ ରହିଛି। ମସ୍ତିଷ୍କରୁ ବାହାରି ଶରୀରର ବିଭିନ୍ନ ଅଙ୍ଗକୁ ସବୁ ଶିରା ବେଗ ଦେଇ ଯାଇଥାଏ। କେବେ ଭାବିଛନ୍ତି ବେକରୁ ମଣିଷରୁ ପ୍ରକୃତି କେମିତି ଜାଣି ହୋଇଥାଏ ବୋଲି। ଏ ବିଷୟରେ ସମୁଦ୍ର ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ବେକର ଗଠନରୁ କେମିତି ଜାଣିବେ ଲୋକଙ୍କ ସ୍ୱଭାବ।
ମୋଟା ବେଗ: ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବେଗ ସାମାନ୍ୟରୁ ଅଧିକ ମୋଟା ହୋଇଥାଏ, ସେମାନଙ୍କ ଉପରେ ଭରଷା କରାଯାଇପାରିବ ନାହିଁ। ଏମାନେ ବଦରାଗୀ ହୋଇଥାନ୍ତି। ଧନସମ୍ପତ୍ତି ବଢ଼ିଗଲେ ଏମାନେ ଅଭିମାନୀ ହୋଇଯାଇଥାନ୍ତି।
ସିଧା ବେକ: ସିଧା ବେକ ବ୍ୟକ୍ତି ସ୍ୱାଭିମାନୀ ହୋଇଥାନ୍ତି। ଏମାନେ ସମୟକୁ ସଠିକ ବିନିଯୋଗ କରିଥାନ୍ତି। ନିଜ ସିଦ୍ଧାନ୍ତରେ ଏମାନେ ଅଟଳ ରହିଥାନ୍ତି ଏବଂ ପ୍ରତିଶ୍ରୁତି ପାଳନ କରିଥାନ୍ତି।
ଛୋଟ ବେକ: ସାମାନ୍ୟରୁ ଛୋଟ ବେଗ ଥିବା ବ୍ୟକ୍ତି ବହୁତ କମ କଥା ହୋଇଥାନ୍ତି। ଏହାସହ ଏମାନେ ପରିଶ୍ରମୀ, ଲୋଭି, ଅବିଶ୍ୱାସନୀୟ ଓ ଖଳ ପ୍ରକୃତିର ମଧ୍ୟ ହୋଇପାରନ୍ତି। ଏପରି ଲୋକଙ୍କଠାରୁ ଫାଇଦା ଅନ୍ୟମାନେ ନେଇଥାନ୍ତି, ହେଲେ ଏମାନେ ଏ ସମ୍ପର୍କରେ କିଛି ବି ଜାଣିପାରି ନଥାନ୍ତି।
ଓଟ ପରି ବେକ: ଏହି ବ୍ୟକ୍ତିଙ୍କ ବେକ ଉଚ୍ଚା ଓ ପତଳା ହୋଇଥାଏ। ଏପରି ବ୍ୟକ୍ତି ବିଶେଷ କରି ସହନଶୀଳ ଓ ପରିଶ୍ରମୀ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ କିଛି ବହୁତ ଚାଲାଖ ହୋଇଥାନ୍ତି। ଏମାନେ ନିଜ ଭଲ ପାଇଁ ସବୁବେଳେ ଚେଷ୍ଟିତ ରହିଥାନ୍ତି। ଏଥିପାଇଁ ଏମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି।
ଆଦର୍ଶ ବେକ: ଏପରି ବ୍ୟକ୍ତି ପାରଦର୍ଶୀ ହୋଇଥାନ୍ତି। ବିଶେଷ କରି ମହିଳାମାନଙ୍କଠାରେ ଏହି ଗୁଣ ଦେଖିବାକୁ ମିଳିଥାଏ। ଏମାନେ କୋମଳ, ସଂସ୍କୃତି ପ୍ରିୟ ହେବା ସହ ଧନସମ୍ପତ୍ତିର ପ୍ରତୀକ ହୋଇଥାନ୍ତି। ଏମାନେ ସବୁବେଳେ ସୁଖଶାନ୍ତିରେ ରହିଥାନ୍ତି।