ଲାଷ୍ଟ ଡେ’ ଲାଷ୍ଟ ଶୋ’ : ବାଇକ୍‌ ବଜାରରେ ଅଫର ଭିଡ଼

ଭୁବନେଶ୍ୱର : ଆଗଭଳି ଆଉ ଏହି ଗାଡ଼ି ଗୁଡ଼ିକ  ଚମକିବେନି। ଗାଡ଼ି ସୋ-ରୁମ ପାଇଁ  ଆସନ୍ତାକାଲିଠାରୁ ଇତିହାସ ପାଲଟିଯିବେ। ସବୁଦିନ ପାଇଁ ହୋଇଯିବ ଅଖୋଜା ଆଉ ଅଲୋଡ଼ା। ଅର୍ଥାତ  ବିଏସ୍-ଥ୍ରୀ ଗାଡ଼ି ପାଇଁ ଆଜି ଥିଲା ଶେଷ ଦିନ । ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁ ଏହି ଗାଡ଼ିର କିଣାବିକା ଆଜିଠୁ ବନ୍ଦ ହୋଇଯାଇଛି । କାଲିଠାରୁ ଆଉ ବିକ୍ରି ହେବନି  ଏହି ଗାଡ଼ି। ଏହା ବଦଳରେ  ଆସିବ ବିଏସ-ଫୋର ଗାଡ଼ି। ତଥାପି ଆଜି  ଶେଷ ଦିନରେ ବି […]

bike

Rakesh Mallick
  • Published: Friday, 31 March 2017
  • , Updated: 01 April 2017, 07:55 AM IST

ଭୁବନେଶ୍ୱର : ଆଗଭଳି ଆଉ ଏହି ଗାଡ଼ି ଗୁଡ଼ିକ  ଚମକିବେନି। ଗାଡ଼ି ସୋ-ରୁମ ପାଇଁ  ଆସନ୍ତାକାଲିଠାରୁ ଇତିହାସ ପାଲଟିଯିବେ। ସବୁଦିନ ପାଇଁ ହୋଇଯିବ ଅଖୋଜା ଆଉ ଅଲୋଡ଼ା। ଅର୍ଥାତ  ବିଏସ୍-ଥ୍ରୀ ଗାଡ଼ି ପାଇଁ ଆଜି ଥିଲା ଶେଷ ଦିନ । ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁ ଏହି ଗାଡ଼ିର କିଣାବିକା ଆଜିଠୁ ବନ୍ଦ ହୋଇଯାଇଛି । କାଲିଠାରୁ ଆଉ ବିକ୍ରି ହେବନି  ଏହି ଗାଡ଼ି। ଏହା ବଦଳରେ  ଆସିବ ବିଏସ-ଫୋର ଗାଡ଼ି। ତଥାପି ଆଜି  ଶେଷ ଦିନରେ ବି ବିଏସ୍-ଥ୍ରୀ ଗାଡ଼ିର କ୍ରେଜ୍ କିଛି କମ୍ ନ ଥିଲା।

ବିଏସ୍-ଥ୍ରୀ ଗାଡ଼ି ବିକ୍ରି ଉପରେ ସୁପ୍ରମକୋର୍ଟଙ୍କ କଟକଣା ପରେ ଟୁ-ହୁଇଲର ମାର୍କେଟରେ ଆଜି  ହଲଚଲ ଖେଳିଯାଇଥିଲା। ସୋ-ରୁମରେ ଲାଗିଥିଲା ଆକର୍ଷଣୀୟ ଅଫର। ଆଉ ଶସ୍ତାରେ ଗାଡ଼ି ପାଇବାର ମଉକାକୁ ହାତଛଡ଼ା ନ କରିବାକୁ ଗ୍ରାହକଙ୍କ ଜିଦ୍‌। ସାରା ରାଜ୍ୟରେ ଥିବା ସୋ-ରୁମରେ ବାଇକ୍ ନେବାକୁ ଠେଲାପେଲା ପରିସ୍ଥିତି ଉପୁଜି ଥିଲା।  ସ୍ଥିତି ଏମିତି ଥିଲା ଯେ, କାଳେ ଗାଡ଼ି ମିଳିବକି ନାହିଁ ସେଇ ଡରରେ ରାଉରକେଲାରେ ପାଖାପାଖି ୭୦ଟି ଗାଡ଼ିର ଚାବି ନେଇଯାଇଥିଲେ ଲୋକେ।

ସୁପ୍ରିମକୋର୍ଟ ବିଏସ୍-ଥ୍ରୀ ଗାଡ଼ି ବିକ୍ରି ଉପରେ ରୋକ୍‌ ଲଗାଇବା ପରେ ଷ୍ଟକ ସାରିବା ପାଇଁ ବାଇକ୍ ବିକ୍ରେତାମାନେ ଗତ ଦୁଇ ଦିନ ଧରି ଆକର୍ଷଣୀୟ ରିହାତି ଘୋଷଣା କରିଥଲେ। ଏପରିକି କିଛି କମ୍ପାନୀ ଲକ୍ଷେରୁ ଅଧିକ ମୂଲ୍ୟର ଗାଡ଼ି ଉପରେ ୧୫ରୁ ୨୦ ହଜାର ଟଙ୍କା ରିହାତି ଦେଇଛନ୍ତି।  ତେଣୁ  ଗତ ଦୁଇଦିନ ହେଲା ବାଇକ୍  ଓ ଥ୍ରୀ-ହୁଇଲର ସୋ-ରୁମରେ ଦେ‌ଖିବାକୁ ମିଳିଥିଲା ଏମିତି ସ୍ଥିତି। ଆକର୍ଷଣୀୟ ଅଫର ଦେଖି ଗ୍ରାହକଙ୍କ ସୁଅ ଛୁଟିଥିଲା। ଗାଡ଼ି ଖଣ୍ଡେ ମିଳିଗଲା ପରେ ଖୁସି କହିଲେ ନ ସରେ। ଆଜି ଏମିତି କିଛି ଚିତ୍ର ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ତ ବିଏସ୍-ଥ୍ରୀ ଗାଡ଼ିର ଷ୍ଟକ ସରିଯାଇଥିଲା। ରାଉରକେଲାର ସ୍ଥିତି ଏମିତି ହେଲା ଯେ, ଗୋଟିଏ ସୋ-ରୁମରୁ ୬୦ରୁ ୭୦ଟିର ନୂଆ ବାଇକ୍‌ର ଚାବିକୁ ନେଇଯାଇଛନ୍ତି ଲୋକେ।

Related story